ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ସଚିବଙ୍କୁ କାଳି ମାଡ଼ ଘଟଣାକୁ ନିନ୍ଦା କଲେ କୋକସରା ବିଜେଡି କର୍ମକର୍ତ୍ତା

କୋକସରା,୨୧/୦୮ // ରାଜ୍ୟ ସରକାରଙ୍କ ୫ ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିୟାନଙ୍କୁ ପୁରୀ ଜିଲ୍ଲାର ସତ୍ୟବାଦୀ ଠାରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ କାଲି ଫିଙ୍ଗିବା ଘଟଣାକୁ ନେଇ କୋକସରା ବ୍ଲକ ବିଜୁ ଜନତା ଦଳ ପକ୍ଷରୁ ନିନ୍ଦା ଓ ପ୍ରତିବାଦ କରାଯାଇଛି। ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ଉପସ୍ଥିତ ରହି କୋକସରା ବିଜେଡି କାର୍ଯ୍ୟାଳୟ ସମ୍ମୁଖରେ ଦଲୀୟ କର୍ମିଙ୍କ ସହ ଘଟଣାକୁ ପ୍ରତିବାଦ କରି ଦୃଢ଼ ଭାବେ ନିନ୍ଦା କରି ଏହା ରାଜ୍ୟର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରେ ଓଡ଼ିଶାର ବିକାଶ ପାଇଁ ଚେଷ୍ଟିତ ଥିବା ଅଧିକାରୀଙ୍କୁ ଏହିଭଳି ରାଜନୈତିକ ଉଦ୍ଦେଶ୍ୟ ନେଇ ହୀନ ଉଦ୍ୟମ ରାଜ୍ୟର ବିକାଶ ପାଇଁ ଶୁଭଙ୍କର ନୁହେଁ ବୋଳି କହିଛନ୍ତି। ତାଙ୍କ ସହ ବିଜେଡି ଦଳର ଧର୍ମଗଡ଼ ବିଧାନସଭା ମଣ୍ଡଳୀର ସଭାପତି ମାନସ ରଞ୍ଜନ ବାଗ, ବ୍ଲକ ସଭାପତି ସୁଶାନ୍ତ ବେହେରା, ଅନିଲ ପ୍ରଧାନୀ, ବିଶ୍ୱମ୍ବର ଶବର, ପଞ୍ଚକ ପୋଢ଼, ପ୍ରମୋଦ ପ୍ରଧାନୀ, ବିଶ୍ୱନାଥ ପଟ୍ଟନାୟକ ,ମହେଶ ଗୁପ୍ତା, ଅଜିତ ପଟ୍ଟନାୟକ, ଶିବରାମ ପାତ୍ର, ବସନ୍ତ ପଟ୍ଟନାୟକ ଓ ଦଲୀୟ କର୍ମୀମାନେ ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ତରଫରୁ ହାତରେ ହାତ ଯୋଡ଼ କାର୍ଯ୍ୟକ୍ରମ ଅନୁଷ୍ଠିତ        

Sunil Chandra Nayak

ରାଇରଙ୍ଗପୁରରେ ନବ ନିର୍ବାଚିତ ବିଧାୟକ ଓ ସାଂସଦଙ୍କ ବିଜୟ ଓ ଶୁଭେଚ୍ଛା ଶୋଭାଯାତ୍ରା

masiha

ବଡପଳଶା ପଞ୍ଚାୟତରେ ବିକାଶର ବାର୍ତ୍ତା ନେଇ ବିଜେଡିର ଜନ ସଂପର୍କ ଯାତ୍ରା

masiha

Leave a Comment

error: Content is protected !!