ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ପାପଡାହାଣ୍ଡି,22/08, ମନିସ -ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ମଙ୍ଗଳବାର ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଥାନା ଅଧିକାରୀ ଦୀପକ କୁମାର ଜେନାଙ୍କ ସଭାପତିତ୍ୱରେ ସବଇନ୍ସପେକ୍ଟର ଶିବଜି ପଣ୍ଡା, ସବ ଇନ୍ସପେକ୍ଟର ଚନ୍ଦନ କୁମାର ନାୟକ, ପୂର୍ବତନ ସରପଞ୍ଚ ବି. ଜଗନ ମୋହନ ରାଓ, ରାଜକିଶୋର ରାଓ ପ୍ରମୁଖ ମଞ୍ଚାସିନ ହୋଇଥିଲେ | ଏହି ଅଵସରରେ ଥାନା ପକ୍ଷରୁ ଗାଁ ପ୍ରତି ପୋଲିସ ବିଭାଗ ର କାର୍ଯ୍ୟ, ଗାଁ ଶାନ୍ତିଶୃଙ୍ଖଳା ରକ୍ଷା କରିବା, ସମାଜ କୁ ସୁରକ୍ଷା ଦେବା ଓ ଅପରାଧ ରଖିବା, ଟ୍ରାଫିକ ସମସ୍ୟା ଦୁରି କରଣ, ସାଇବର କ୍ରାଇକ, ବାଲ୍ୟବିବାହ ରୋକିବା ଉପେର ମତ ପ୍ରକାଶ ରଖିଥିଲେ | ଏହି ଅଵସର ରେ ପାପଡାହାଣ୍ଡି ପୂର୍ବତନ ସରପଞ୍ଚ ଗାଁ ସମସ୍ୟା ଉପରେ ଆଲୋକପାତ କରିଥିଲେ | ପାପଡାହାଣ୍ଡି ରେ ଦିନକୁ ଦିନ ବଡୁଥିବା ଟ୍ରାଫିକ ସମସ୍ୟା, ରାତ୍ରି ସମୟରେ ଜାତୀୟ ରାଜପଥ ରାସ୍ତା ଉପେର ଗୋରୁ ପୋଲ ଜମା ହୋଇ ରହୁଥିବା ଯୋଗୁଁ ଟ୍ରାଫିକ ସମସ୍ୟା ସହ ଦୁର୍ଘଟଣା ଘଟୁଥିବା, ରାସ୍ତା କଡ଼ରେ ଅଟୋ ରଖାଯାଉଥିବା ଯୋଗୁଁ ସମସ୍ୟା ହେଉଥିବା ଦେଖାଦେଉଛି ତେଣୁ ଅଟୋ ଷ୍ଟାଣ୍ଡ ର ବ୍ୟବସ୍ଥା କରିବା, ରାସ୍ତା କଡ଼ରେ ମାଂସ ଓ ମାଛ ଦୋକାନ କୁ ଅନ୍ୟତ୍ର ବ୍ୟବସ୍ଥା କରିବା ପାଇଁ ମତ ରଖିଥିଲେ | ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କିଛି ଅସାମାଜିକ ଯୁବକ ରାସ୍ତା କଡ଼ ରେ ରହି ଛାତ୍ରୀ ମାନଙ୍କୁ ଦୁର୍ବ୍ୟବହାର କରୁଥିବା ଅଭିଯୋଗ କରିଥିଲେ | ଥାନା ପକ୍ଷରୁ ଛାତ୍ରଛାତ୍ରୀ କୁ ବାଲ୍ୟ ବିବାହ ରୋକିବା, ମୋବାଇଲ ର ଅପକାରିତା ବିଷୟରେ ବୁଝାଯାଇଥିଲା | ଏହି କାର୍ଯ୍ୟକ୍ରମ ରେ ଏଏସଆଇ ହରିହର ଭତରା, ଏଏସଆଇ ଲାବଣ୍ୟ ବେମଲ,ବଂଶୀଧର ଚାଲ୍ଳାନ, ସମାଜସେବୀ ବବଲୁ ଖାନ, ଭି. ଶ୍ରୀନିବାସ ରାଓ,ଆଦର୍ଶ ବିଦ୍ୟାଳୟ ଶିକ୍ଷୟତ୍ରୀ ଅର୍ଚନା ପଣ୍ଡା ଶିକ୍ଷକ ଗୁରୁଦାସ ମେହେର ଓ ଛାତ୍ରଛାତ୍ରୀ ଓ ଗ୍ରାମବାସୀ, ଥାନା କର୍ମଚାରୀ ଉପସ୍ଥିତି ରହିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କନିଷ୍ଠ ଶିକ୍ଷକ ସଂଘ  ଜିଲ୍ଲା ର ନେତୃତ୍ଵ ଚୟନ

masiha

ଜତୀୟ ରାଜପଥ ୨୨୦ ନମ୍ବର ମରଣଯନ୍ତା  ଦୋକାନ ଘରକୁ ପଶିଗଲା ପିକଅପ୍ ଭ୍ୟାନ, ଜଣେ ମୃତ 

“ମହାପ୍ରଭୁ ଜଗନ୍ନାଥ” କାର୍ଟୁନ ଚଳଚ୍ଚିତ୍ର ମୁକ୍ତିଲାଭ ବନ୍ଦ କରିବାକୁ ମୁଖ୍ୟମନ୍ତ୍ରୀ ଓ ମନ୍ଦିର ପ୍ରଶାସନଙ୍କୁ ଶ୍ରୀ ଜଗନ୍ନାଥ ସଂସ୍କୃତି ପ୍ରଚାର ସଂସ୍ଥାନର ଦାବି

Sunil Chandra Nayak

Leave a Comment

error: Content is protected !!