ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାରାୟଣ ପାଟଣାରେ ମାଓ ପୋଷ୍ଟର

ବନ୍ଧୁଗାଁ ତା,୨୨।୦୮।୨୩,ଦୀର୍ଘ ବର୍ଷର ବ୍ୟବଧାନ ପରେ କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକରେ ପୋଷ୍ଟର ଲଗାଇ ମାଓବାଦୀ ମାନେ ନିଜର ଉପସ୍ଥିତ ଜାହିର କରିଛନ୍ତି।ଯାହାକୁ ନେଇ ଅଞ୍ଚଳରେ ଏବେ ଭୟର ବାତା ବରଣ ଦେଖିବାକୁ ମିଳିଛି । ନାରାୟଣ ପାଟଣା ବ୍ଲକର ଚିନ୍ତାଗୁଡ଼ା ଠାରେ ଖଞ୍ଜାବତି ନଦୀ ଉପରେ ନିର୍ମାଣ ହେବାକୁ ଯାଉଥିବା ଏକ ଚେକ୍ ଡେମ୍ କୁ ବିରୋଧ କରି ମାଓ ପୋଷ୍ଟର ଲଗା ଯାଇଥିବା ଦେଖିବାକୁ ମିଳିଛି ।

ସାବଧାନ ଏ ନଦୀ ଜଙ୍ଗଲ,ଜମି ଆମ ଆଦିବାସୀ ମାନଙ୍କର।ଏଥିରେ ସରକାରଙ୍କ ହସ୍ତକ୍ଷେପ ବର୍ଦାସ୍ତ କରିବୁ ନାହିଁ,ଝଞ୍ଜାବତି ନଦୀ ଉପରେ ଚେକ୍ ଡେମ୍ କରାଇ ଦେବୁ ନାହିଁ ବୋଲି ଉଲ୍ଲେଖ ଥିବା ବେଳେ ସବୁ ଲୋକ ପ୍ରତିନିଧି ମାନଙ୍କୁ ମଧ୍ୟ ସାବଧାନ ରହିବାକୁ ଉଲ୍ଲେଖ ରହିଛି । ଖବର ଲେଖା ହେବା ସୁଧା ଘଟଣା ସ୍ଥଳକୁ ପୋଲିସ ଜାଇ ନଥିବା ବେଳେ ଏହି ଘଟଣାଟି ଅସଲି ମାଓବାଦୀଙ୍କର ନା ନକଲି ମାଓବାଦୀଙ୍କର ତାହା ଏଯାଏଁ ଜଣା ପଡିନି ।

ପ୍ରକାଶ ଥାଉକି କୋରାପୁଟ ଜିଲ୍ଲାର ନାରାୟଣ ପାଟଣା ଓ ବନ୍ଧୁଗାଁ ବ୍ଲକ୍ ଏକଦା ମାଓବାଦୀଙ୍କ ଅଧୀନରେ ଥିଲା ।ମାଓବାଦୀଙ୍କ ଦ୍ବାରା ଏହି ଦୁଇଟି ବ୍ଲକରେ ହିଂସାତ୍ମକ କାର୍ଯ୍ୟ କଳାପ ବୃଦ୍ଧି ପାଇବାରୁ ସ୍ଥାନେ ସ୍ଥାନେ ବିଏସଏଫ କ୍ୟାମ୍ପ ପ୍ରତିଷ୍ଠା ହେଲା । କିଛି ମାଓବାଦୀ ଗିରଫ ହେଲେ କିଛି ଅଞ୍ଚଳ ଛାଡି ଚାଲି ଗଲେ । ଫଳରେ ମାଓ ଇଲାକା ଭୁସୁଡ଼ିବାରେ ଲାଗିଲା । ବିଏସଏଫ କ୍ୟାମ୍ପ ଉଠୀଯିବା ପରଠୁ ପୁଣି ଏବେ ମାଓବାଦୀ ମାନେ ନିଜର ଉପସ୍ଥିତି ଜାହିର କରିବାକୁ ନେଇ ଅଞ୍ଚଳରେ ଭୟର ବାତାବରଣ ଖେଳି ଯାଇଛି । ଆଗକୁ ରାଜ୍ୟ ସରକାର କି ପଦକ୍ଷେପ ଗ୍ରହଣ କରୁଛନ୍ତି ତାହା ଦେଖିବାକୁ ବାକି ରହିଲା ।

ସଂଜୀବ କୁମାର ବାଂଗାରି ଙ୍କ ରିପୋର୍ଟ 

Related posts

ଗୁଣୁପୁର ବନବିଭାଗ କୁ ବଡ଼ ସଫଳତା, ଗାଡ଼ି ସହ ମୂଲ୍ୟବାନ କାଠ ଜବତ

masiha

ରବି ଧାନ ଅଧିଗ୍ରହଣ: ନୂଆପଡ଼ାରେ ଅଣଚାଷୀଙ୍କ ଗୋଦାମରେ ଚଢ଼ାଉ, ୪୭ କ୍ୱିଣ୍ଟାଲ ଧାନ ଜବତ 

ରାୟଗଡାରେ ବାଘଛାଲ ଜବତ :ଆଠ ଜଣ ଗିରଫ ବନବିଭାଗର ବଡ଼ ସଫଳତା 

Leave a Comment

error: Content is protected !!