ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିଶୁ ମୃତ୍ୟୁ ଘଟଣା କୁ ନେଇ କେଣ୍ଡେଲ ସଭାଯାତ୍ରା

ନୂଆପଡା, ନୂଆପଡ଼ା ଜିଲ୍ଲା ବୋଡ଼େନ ବ୍ଲକ ଅନ୍ତର୍ଗତ ବୁଢ଼ାପଡ଼ା ସ୍ଥିତ ଉନ୍ନୀତ ଉଚ୍ଚ ବିଦ୍ୟାଳୟରେ ତୃତୀୟ ଶ୍ରେଣୀ ଛାତ୍ର କେଶବ ଜଗତ ସୋମବାର ଦିନ ନଳା ପାଣିରେ ବୁଡି ମୃତ୍ୟୁ ବରଣ କରିଥିଲେ । ତାଙ୍କର ବିୟୋଗରେ ନୂଆପଡ଼ା ଜିଲ୍ଲା ଦିଲିତ ଅଧିକାର ମଞ୍ଚ ପକ୍ଷରୁ ମୃତ କେଶବ ଜଗତଙ୍କୁ ଶ୍ରଦ୍ଧାଞ୍ଜଳୀ ନେଇ କେଣ୍ଡଲ ଯାତ୍ରା । କେଶବକୁ ଉପଯୁକ୍ତ ନ୍ୟାୟ ପ୍ରଦାନ ସହ ପରିବାରଙ୍କୁ ୨୫ ଲକ୍ଷ ଟଙ୍କା ଆର୍ଥିକ ସହାୟତା ପ୍ରଦାନ ଦାବୀ କରିଛନ୍ତି । ଏହି ଉପଲକ୍ଷେ ଏକ ବିଶାଳ କ୍ୟାଣ୍ଡିଲ ଶୋଭାଯାତ୍ରା ଖଡିଆଳ ବୋଡ଼େନ ଛକ ଠାରୁ ବାହାରି ଖଡିଆଳ ସହର ପରିକ୍ରମା କରିଥିବା ବେଳେ, , ଆମ୍ବେଦକର ଛକ ଠାରେ ସମାପନ ହୋଇଥିଲା । ସେଠାରେ ଏକ ଶୋକ ସଭା ଅନୁଷ୍ଠିତ ହୋଇଅଛି । ଏହି କାର୍ଯ୍ୟକ୍ରମକୁ ଦଳିତ ଅଧିକାର ମଞ୍ଚ ରାଜ୍ୟ ସଭାପତି କମଲ ଚରଣ ତାଣ୍ଡିଙ୍କ ନେତୃତ୍ବରେ ହୋଇଥିବା ବେଳେ ନିମାଇଁ ଚରଣ ତାଣ୍ଡି, ଗୌତମ ତାଣ୍ଡି, ପୁଷ୍ପାଞ୍ଜଳି ପାଣ୍ଡେ, ଝରାମଣୀ ପାନ, ଜ୍ୟୋତିଲାଲ ବଂଜାରେ, ହେମନ୍ତ ତାଣ୍ଡି, ସମେତ ଶତାଧିକ ଯୁବ ସ୍ବେଛାସେବୀ ଯୋଗଦେଇ କେଶବ ଆତ୍ମାର ସଦଗତି କାମନା କରିଥିଲେ ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ବନ୍ଧକନା ରେ ଖୋଲିଲା ଧାନ ମଣ୍ଡି

masiha

ସସ୍ମିତା ଓ ଡ଼ଃ ସୁଚିତ୍ରା ଙ୍କୁ କଳିଙ୍ଗ ଗୈାରବ ଶ୍ରେଷ୍ଠ ଲେଖିକା ସମ୍ମାନ 

masiha

ସବିତା ରାୟ ମେମୋରିଆଲ ତରଫରୁ ଆଲୋଚନାଚକ୍ର

masiha

Leave a Comment

error: Content is protected !!