ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ

ନବରଙ୍ଗପୁର( ମସିହା)- ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ଥାନା ପରିସରରେ ଆମ ପୋଲିସ ସମିତି ବୈଠକ ଅନୁଷ୍ଠିତ ହୋଇଯାଇଛି | ଉକ୍ତ ବୈଠକ ପାପଡାହାଣ୍ଡି ଥାନା ଅଧିକାରୀ ଦୀପକ କୁମାର ଜେନା ସଭାପତିତ୍ୱ କରିଥିଲେ । ସଭା ଆରମ୍ଭରୁ ଆମ ପୋଲିସ ସମିତି ପକ୍ଷରୁ ପ୍ରଥମେ ମନ୍ତ୍ରୀଗୁଡା ପଞ୍ଚାୟତ ଅନ୍ତର୍ଗତ ପରଜାଗୁଡା ଠାରେ ନୂତନ ରାସ୍ତା ନିର୍ମାଣ ପାର୍ଶରେ ବୃକ୍ଷ ରୋପଣ କରାଯାଇଥିଲା | ଏହାପରେ ସମିତି ସଦସ୍ୟ , ପାପଡାହାଣ୍ଡି ପୋଲିସ ,ଆଦର୍ଶ ବିଦ୍ୟାଳୟ ଛାତ୍ରଛାତ୍ରୀ ଏବଂ ଗ୍ରାମବାସୀ ଥାନା ପରିସରରେ ବୈଠକ କରି ବିଭିନ୍ନ ସମସ୍ୟା ବିଷୟ ରେ ଆଲୋଚନା କରିଥିଲେ | ପାପଡାହାଣ୍ଡି ଆମ ପୋଲିସ ସଦସ୍ୟ ତଥା ପୂର୍ବତନ ସରପଞ୍ଚ ବି. ଜଗମହନ ରାଓ ପାପଡାହାଣ୍ଡି ଠାରେ ମୁଖ୍ୟତଃ ଟ୍ରାଫିକ ସମସ୍ୟା ଏବଂ ପେଟ୍ରୋଲି ଡାକଡି କରିବା ଏବଂ ଆଗଭଳି ନୂତନ ଥାନାକୁ ପୁନଃ ପୁରାତନ ଥାନାକୁ ସ୍ଥାନାନ୍ତର କରିବାକୁ ଉପରସ୍ଥ ଅଧିକାରୀକୁ ଜଣାଇବାକୁ ପରାମର୍ଶ ଦେଇଥିଲେ | ମୁଖ୍ୟତଃ ଏହି ବୈଠକରେ ତିନୋଟି ବିଷୟ ଉପରେ ଆଲୋଚନା ହୋଇଥିଲା | ସାଇବର କ୍ରାଇମ କଣ୍ଟ୍ରୋଲ , ହୁମାନ ଟ୍ରାଫିକିଙ୍ଗ , ବାଲ୍ୟ ବିବାହ ବନ୍ଦ କରିବାକୁ ଆଲୋଚନା ହୋଇଥିଲା | ସାଇବର କ୍ରାଇମ କାହିଁକି ହେଉଛି , ଏହାକୁ କିଭଳି ରୋକା ଯାଇପାରିବ ସେନେଇ ସେକେଣ୍ଡ ଅଫିସର ଚନ୍ଦନ କୁମାର ନାୟକ ଆଲୋଚନା କରିଥିଲେ | ହୁମାନ ଟ୍ରାଫିକିଙ୍ଗ କିଭଳି ହେଉଛି , ଏବଂ କାହିଁକି ହେଉଛି ଏବଂ କିଭଳି ଏହାକୁ ରୋକାଯାଇପାରିବ, ଏବଂ କେହି କଲେ କଣ କଣ ଧାରା ଲାଗିବ ଏବଂ କେଉଁ ସଜାର ପ୍ରାବଧାନ ରହିଛି ଏନେଇ ବିସ୍ତୃତ ବିବରଣୀ ସେକେଣ୍ଡ ଅଫିସର ଶିବାଜୀ ପଣ୍ଡା ତଥ୍ୟ ରଖିଥିଲେ |ଏହାପରେ ‘ଶୋଭା ‘ ଏନ ଜି ଓ ରୁ ଆସିଥିବା ପି ସି ଉମା ସତନାମୀ ବାଲ୍ୟ ବିବାହ ଉପରେ ବିସ୍ତୃତ ବିବରଣୀ ଉପସ୍ଥିତ ସମିତି ସଭ୍ୟ , ଆଦର୍ଶ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ଏବଂ ଶିକ୍ଷକ ଶିକ୍ଷୟିତ୍ରୀ ଙ୍କୁ ଦେଇଥିଲେ | ଏହାକୁ କିଭଳି ଭାବେ ରୋକାଯାଇପାରିବ ସେନେଇ ଆଲୋଚନା କରିଥିଲେ | ଛାତ୍ର ଛାତ୍ରୀ ମାନେ ରଡ଼ ରମିୟ ଙ୍କୁ ତାଗିଦ କରିବାପାଇଁ ଅନୁରୋଧ କରିଥିଲେ | ଏଭଳି ପୋଲିସ ଏବଂ ଜନସାଧାରଣ ମିଳିତ ଭାବେ ସହଯୋଗ କରନ୍ତି, ତାହେଲେ ଆଗାମୀ ଦିନରେ ଏ ଅଞ୍ଚଳରେ କ୍ରାଇମ କମି ଯିବ ବୋଲି ଥାନା ଅଧିକାରୀ ଶ୍ରୀ ଜେନା ଉପସ୍ଥିତ ଜନସାଧାରଣ ଙ୍କୁ କହିଥିଲେ | ପରିଶେଷରେ ଶୋଭା ଏନ ଜି ଓ ତରଫରୁ ସମସଙ୍କୁ ବାଲ୍ୟ ବିବାହ ମୁକ୍ତ ପାଇଁ ଶପଥ ପାଠ କରାଯାଇ ସଭା ସାଙ୍ଗ କରା ଯାଇ ଥିଲା| ଅନ୍ୟ ମାନଙ୍କ ମଧ୍ୟରେ ସମାଜ ସେବୀ ରାଜ କିଶୋର ରାଓ , ବବଲୁ ଖାନ,ଶ୍ରୀନିବାସ ରାଓ , ଏସ ଆଇ ହରିହର ଭତରା , ଲାବଣ୍ୟ ବେମାଲ , ବଂଶୀଧର ଚଲାଣ ସହଯୋଗ କରିଥିଲେ l ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ରହିଥିଲେ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁର ମହିଳା ସ୍ନାତକ ମହାବିଦ୍ୟାଳୟ ରେ ଅନ୍ତର୍ଜାତୀୟ ଯୋଗ ଦିବସ ପାଳିତ

Sunil Chandra Nayak

ନିମନ୍ତ୍ରଣ ରକ୍ଷା କରି ପହଞ୍ଚିଲେ ସାଂସଦ ଓ ବିଧାୟକ 

masiha

Bringing good to the Neighbourhood

masiha

Leave a Comment

error: Content is protected !!