ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳାର ହାତଧୂଆ ସଚେତନତା କାର୍ଯ୍ୟକ୍ରମ

ରାୟଗଡା:୨୩/୮/୨୩( ): ପ୍ରେସ୍ ୟୁନିଅନ୍ ରାୟଗଡା ଜିଲ୍ଳା ସଂଘ ତରଫରୁ ସ୍ୱାସ୍ଥ୍ୟ ସଚେତନତା କାର୍ଯ୍ୟକ୍ରମ ପାଳନ ଅବସରରେ ରାୟଗଡା ଜିଲ୍ଳା ସଦର ମହକୁମା ସ୍ଥିତ ଗୋବିନ୍ଦ ଚନ୍ଦ୍ର ଦେବ(ଜିସିଡି) ଜିଲ୍ଳା ହାଇସ୍କୁଲ ଠାରେ ଆଜି ଏକ ‘ହାତଧୂଆ ସଚେତନତା କାର୍ଯ୍ୟକ୍ରମ’ଅନୁଷ୍ଠିତ ହୋଇଯାଇଛି । ପ୍ରେସ୍ ୟୁନିଅନ ରାୟଗଡା ଜିଲ୍ଳା ସଂଘ ସଭାପତି ସୁବାଷ ଚନ୍ଦ୍ର ସୂର୍ଯ୍ୟଙ୍କ ସଭାପତିତ୍ୱରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଳା ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ବରିହା ଯୋଗ ଦେଇଥିବା ବେଳେ ସମ୍ମାନୀତ ଅତିଥି ଭାବେ ରାୟଗଡା ମଣ୍ଡଳ ଶିକ୍ଷାଧିକାରୀ ସୁଦୀପ୍ତ ଦାଶ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ହାତଧୂଆର ଉପକାରିତା ଓ ଅପକାରିତା ବିଷୟରେ ଆଲୋକପାତ କରିଥିଲେ । ସେହିପରି ଜେମାଦେଈପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରର ମେଡିକଲ ଅଫିସର ଡାକ୍ତର ବିଘ୍ନେଶ ପୃଷ୍ଟି,ଡାକ୍ତର ସସ୍ମିତା ଆଚାର୍ଯ୍ୟ ଓ ଫାର୍ମାସିଷ୍ଟ ଉତ୍କଳି ଦାସ ପ୍ରମୁଖ ଉପସ୍ଥିତ ରହି ଛାତ୍ରଛାତ୍ରୀମାନଙ୍କୁ ସାବୁନ ତଥା ହ୍ୟାଣ୍ଡୱାସ ଲିକ୍ୟୁଡ୍ ଦ୍ୱାରା ହାତ ଧୋଇବାର ପ୍ରଣାଳୀ ଶିଖାଇଥିଲେ । ବିଦ୍ୟାଳୟର ୨ଜଣ ଛାତ୍ରୀ ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀଙ୍କ ପରାମର୍ଶ କ୍ରମେ ଉପସ୍ଥିତ ପିଲାମାନଙ୍କୁ ନିଜେ ହାତ ଧୋଇବାର ଶୈଳି ପ୍ରଦର୍ଶିତ କରିଥିଲେ । ସ୍ୱାସ୍ଥ୍ୟ ବିଭାଗୀୟ ଅଧିକାରୀ ପ୍ରମୁଖ ପିଲାମାନଙ୍କୁ ମଶାରୀର ବ୍ୟବହାର,ହାତଧୂଆ ଶୈଳି,ଶୈାଚ ଯିବା ସମୟରେ ଚପଲର ବ୍ୟବହାର,କାଛୁକୁଣ୍ଡିଆ ହେଲେ ଉପଚାର,ଘରେ ଓଆରଏସ ପ୍ରସ୍ତୁତ ପ୍ରଣାଳୀ ଆଦି ବିଷୟରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ଜିସିଡି ହାଇସ୍କୁଲର ପ୍ରଧାନଶିକ୍ଷୟତ୍ରୀ ନମିତା ପ୍ରଧାନ,କ୍ରୀଡା ଶିକ୍ଷକ ଅଶୋକ କୁମାର ଦାସଙ୍କ ସମେତ ଅନ୍ୟ ଶିକ୍ଷକଶିକ୍ଷୟତ୍ରୀମାନେ ଉପସ୍ଥିତ ରହିଥିବା ବେଳେ ପ୍ରେସ୍ ୟୁନିଅନ ରାୟଗଡା ଜିଲ୍ଳା ସଂଘର ଉପଦେଷ୍ଠା ଶିବ ନାରାୟଣ ଗଉଡ,ଜିଲ୍ଳା ସଂପାଦକ ବିଜୟ କୁମାର ମହାରଣା,ସଭ୍ୟ ଅମଜଦ୍ ଅଲ୍ଳି,ଉଦୟ କିରଣ,କମଳ ଲୋଚନ,ତେଲି ନାୟକ ପ୍ରମୁଖ୍ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ଡଃ ହରେକୃଷ୍ନ ମହତାଵ ଭବନ ପରିସରରେ ଜାତୀୟ ଇଞ୍ଜିନିୟରିଂ ଦିବସ ମହାସମାରୋହରେ ପାଳିତ; ଦେଶରେ ବିକାଶରେ ଇଞ୍ଜିନିୟରଙ୍କ ଭୂମିକା ଅବର୍ଣନନୀୟ

Sunil Chandra Nayak

ଜୋନାଲ ସ୍ତରୀୟ ଆଇନ ସାକ୍ଷରତା କ୍ଲବ ମଧ୍ୟରେ ବିଭିନ୍ନ ପ୍ରତିଯୋଗିତା ଜିଲ୍ଲା ଆଇନ ସେବା ପ୍ରାଧିକରଣ କୋରାପୁଟ-ଜୟପୁର ଦ୍ବାରା ଅନୁଷ୍ଠିତ 

masiha

ପୂର୍ବତନ ମନ୍ତ୍ରୀ ଜନାବ ହବିବୁଲ୍ଲା ଖାନ ଙ୍କ ସର୍ବଦଳୀୟ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!