ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ହର୍ଷୋଲ୍ଲାସର ସହିତ ଚନ୍ଦ୍ରଯାନ 3 ପାଇଁ ଅଭିନନ୍ଦନ ସଭା

ରାଇରଙ୍ଗପୁର -24/08 ( ମସିହା )ସ୍ଥାନୀୟ ମହିଳା ମହାବିଦ୍ୟାଳୟରେ ଚନ୍ଦ୍ରଯାନ 3 ର ଚନ୍ଦ୍ରମାରେ ସଫଳ ଅବତରଣ ପାଇଁ ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଏକ ସକ୍ସେସ ପାର୍ଟି ଆୟୋଜନ କରିଥିଲେ। ଖୁଶୀ ର ଲହରୀ ଏପରି ଥିଲା ଯେ ସମସ୍ତ କର୍ମଚାରୀମାନେ କେବଳ ଚନ୍ଦ୍ରଯାନ ନାମରେ କଲେଜ ଆସି କଲେଜ ପରିସରରେ ଲଡୁ ଖାଇ ଓ ଖୁଆଇ, ତ୍ରିରଙ୍ଗା ଉଡାଇ ଏବଂ ପରସ୍ପର ସହିତ ହାତ ମିଳାଇ ଅଭିନନ୍ଦନ ଜ୍ଞାପନ କଲେ।ଆବାହକ ଇଂରାଜୀ ଅଧ୍ୟାପକ ବିଜୟ କୁମାର ରାମ ସମସ୍ତ ଭାରତବାସୀଙ୍କୁ ଅଭିନନ୍ଦନ ଜଣାଇ ଚନ୍ଦ୍ରଯାନ 3 ର ସଂକ୍ଷିପ୍ତ ବକ୍ତବ୍ଯ ପ୍ରଦାନ ପରେ ସମସ୍ତେ ଇସ୍ରୋ, ଏସ ସୋମନାଥ, ଭାରତ ସରକାର ନାମରେ ନାରା ଦେଇଥିଲେ। ସେବତି ବେହେରା,ତିଳୋତମା ଷଡଙ୍ଗୀ,ସମାପ୍ତି ଦାସ, ରାଜୀବ ପାଲ, ଯଶୋଧରା ମହାନ୍ତ, ରେଣୁକା ମହାନ୍ତ,ସାଲୁ ମୁର୍ମୁ, ରାଜେନ୍ଦ୍ର ମଣ୍ଡଳ, କାରୁ ମାରାଣ୍ଡି,ଅବନୀ ନାୟକ, ରୁଦ୍ରନାଥ ଧୀର,ପ୍ରିୟତମା ହେମ୍ଭ୍ରମ, ରାଜଶ୍ରୀ ନାୟକ, ଲକ୍ଷ୍ମଣ ମୁର୍ମୁ,ପାନଶ୍ବରୀ ଟୁଡୁ, ରଂଜୁଲତା ନାଏକ, ପୁଷ୍ପଲତା ମୁର୍ମୁ,ଅମିତ ଗୋପାଳ, ଦିପିକା ମହାରାଣା,ଲକ୍ଷ୍ମୀ ରାଓ, ମାୟା, କୁନି ଓ ଅନ୍ଯାନ୍ଯ କର୍ମଚାରୀଙ୍କ ସହଯୋଗ ରେ ଏହି ସୁନ୍ଦର କାର୍ଯ୍ୟକ୍ରମ ଟି ଆୟୋଜିତ ହୋଇ ଥିଲା ଏବଂ ଏହି ଆୟୋଜନ ପାଇଁ ଅଧ୍ୟକ୍ଷ ରବିଶଙ୍କର ସତପଥି ଅଶେଷ ଧନ୍ୟବାଦ ଓ ଅଭିନନ୍ଦନ ଜ୍ଞାପନ କରିଥିଲେ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଯୋଡ଼ା ଶାସ୍ତ୍ରୀ ନଗର ୟୁଥ୍ କ୍ଲବ୍‌ଠାରେ ଯୁବ ଜାଗୃତି ଅଭିଯାନର ଭବ୍ୟ ଆୟୋଜନ ସହ ଯୁବକମାନଙ୍କ ମଧ୍ୟରେ ଆଧ୍ୟାତ୍ମିକ ଜାଗରଣ ସୃଷ୍ଟି କରିବା ଏବଂ ସେମାନଙ୍କୁ ନିଶାମୁକ୍ତ କରିବାର ସଂକଳ୍ପ

ବନ୍ଧୁଗାଁ ବ୍ଳକ ରେ ନୂତନ ଜିଲ୍ଲାପାଳ ଙ୍କ ପରିଦର୍ଶନ

Sunil Chandra Nayak

ଶ୍ରୀରାମ ଏକତା ଆଖଡ଼ା ର ସୁନ୍ଦର କାଣ୍ଡ ପାଠ 

masiha

Leave a Comment

error: Content is protected !!