ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସନସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ବିଏଚ୍ ଆର୍ ସି ,ଇଣ୍ଡିଆ

ଢେଙ୍କାନାଳ ( ମ ନି ସ)୨୪/୦୪_ କଙ୍କଡାହାଡ ବ୍ଲକ ମହାବିରୋଡ ଗ୍ରାମର ଗୋଟିଏ ଅସହାୟ ପରିବାର ଦୂତୀ ହାତୀ ଙ୍କ ରୋଜଗାରିଆ ପୁଅ , ସଂଜୀବନି ହାତୀ , ପରିବାର ପ୍ରତିପୋଷଣ ଲାଗି ବାହାର ରାଜ୍ୟ ତଥା ମୁମ୍ବାଇ ଯିବା ସମୟରେ ଚଳନ୍ତା ଟ୍ରେନ୍ ରୁ ଖସି ମୃତ୍ୟୁ ହେଇଥିଲା । ଏହି ଖବର ପାଇ ଭାରତୀୟ ମାନବାଧିକାର ଆୟୋଗ ଆଗକୁ ଆସି ସେହି ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ଅନ୍ତୋଦୟ ଆବାସ ଯୋଜନା ଓ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ପ୍ରଶାସନ ଙ୍କୁ ଅବଗତ କରାଇବା ସହିତ ଜିଲ୍ଲା ସମ୍ପାଦକ ପ୍ରବୀଣ ନାଏକ ,ବ୍ଲକ ସଭାପତି ବିରଞ୍ଚି ସାହୁ ନରେନ୍ଦ୍ର କର ପ୍ରକାଶ ସାହୁ ଅକ୍ଷୟସେଠି ଓ ବଳଭଦ୍ର ସାହୁ ପହଂଚି ଆର୍ଥିକ ସହାୟତା ରାସନସାମଗ୍ରୀ ଦେଇଛନ୍ତି । ସେହିଭଳି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳଙ୍କ ବନ୍ଧୁ ଆମେରିକା ରେ ରହୁଥିବା ଜଣେ ମହାନବ୍ୟକ୍ତି ଙ୍କୁ କହିଥିଲେ , ଆମେରିକାର ସେହି ମହାନ ବଦାନ୍ୟବ୍ୟକ୍ତି ମହାବିରୋଡ ଗ୍ରାମର ବଳଭଦ୍ର ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆଠହଜାର ଅର୍ଥ ରାଶି ପଠାଇଥିଲେ , ବଳଭଦ୍ର ସାହୁ ସେହି ଟଙ୍କା ବିଏଚ୍ ଆର୍ ସି ର ,ବ୍ଲକ ସଭାପତି ବିରଞ୍ଚି ସାହୁଙ୍କୁ ହସ୍ତାନ୍ତର ପରେ ବିଏଚ୍ ଆର୍ ସି ର କଙ୍କଡାହାଡ ବ୍ଲକ ସମସ୍ତ ସଦସ୍ୟ ଉପସ୍ଥିତ ରହି ,ସ୍ୱର୍ଗତ ସଂଜୀବନିହାତୀ ଙ୍କ ପରିବାର ଙ୍କୁ ଆଠହଜାର ଟଙ୍କା ଦେଇଛନ୍ତି । ବିଏଚ୍ ଆର୍ ସି ଇଣ୍ଡିଆ ର ଏହିପରି ମହତ୍ତ୍ୱପୂର୍ଣ୍ଣ ସେବା ଦେଖି ମହାବିରୋଡ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।

କାମାକ୍ଷlନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ପୂର୍ବତନ ବ୍ଲକ ଯୁବ ବିଜେଡି ସଭାପତି ଙ୍କ ବିୟୋଗରେ କ୍ୟାଣ୍ଡଲ ଶୋଭାଯାତ୍ରା

masiha

ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ଦକ୍ଷିଣ ଓଡ଼ିଶାର ପ୍ରସିଦ୍ଧ ଶ୍ରୀ ଶ୍ରୀ ଶ୍ରୀ ଅଗ୍ନିଗଙ୍ଗା ମାଁ ଠାକୁରାଣୀ ଯାତ୍ରାର ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!