ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାସନସାମଗ୍ରୀ ଓ ଆର୍ଥିକ ସହାୟତା ଯୋଗାଇ ଦେଲେ ବିଏଚ୍ ଆର୍ ସି ,ଇଣ୍ଡିଆ

ଢେଙ୍କାନାଳ ( ମ ନି ସ)୨୪/୦୪_ କଙ୍କଡାହାଡ ବ୍ଲକ ମହାବିରୋଡ ଗ୍ରାମର ଗୋଟିଏ ଅସହାୟ ପରିବାର ଦୂତୀ ହାତୀ ଙ୍କ ରୋଜଗାରିଆ ପୁଅ , ସଂଜୀବନି ହାତୀ , ପରିବାର ପ୍ରତିପୋଷଣ ଲାଗି ବାହାର ରାଜ୍ୟ ତଥା ମୁମ୍ବାଇ ଯିବା ସମୟରେ ଚଳନ୍ତା ଟ୍ରେନ୍ ରୁ ଖସି ମୃତ୍ୟୁ ହେଇଥିଲା । ଏହି ଖବର ପାଇ ଭାରତୀୟ ମାନବାଧିକାର ଆୟୋଗ ଆଗକୁ ଆସି ସେହି ପରିବାର ପାଇଁ ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ଆର୍ଥିକ ସହାୟତା ରାଶି ଅନ୍ତୋଦୟ ଆବାସ ଯୋଜନା ଓ ସମସ୍ତ ସରକାରୀ ଯୋଜନା ଯୋଗାଇ ଦେବାକୁ ପ୍ରଶାସନ ଙ୍କୁ ଅବଗତ କରାଇବା ସହିତ ଜିଲ୍ଲା ସମ୍ପାଦକ ପ୍ରବୀଣ ନାଏକ ,ବ୍ଲକ ସଭାପତି ବିରଞ୍ଚି ସାହୁ ନରେନ୍ଦ୍ର କର ପ୍ରକାଶ ସାହୁ ଅକ୍ଷୟସେଠି ଓ ବଳଭଦ୍ର ସାହୁ ପହଂଚି ଆର୍ଥିକ ସହାୟତା ରାସନସାମଗ୍ରୀ ଦେଇଛନ୍ତି । ସେହିଭଳି ସମାଜସେବୀ ଦୁଖବନ୍ଧୁ ବିଶ୍ୱାଳଙ୍କ ବନ୍ଧୁ ଆମେରିକା ରେ ରହୁଥିବା ଜଣେ ମହାନବ୍ୟକ୍ତି ଙ୍କୁ କହିଥିଲେ , ଆମେରିକାର ସେହି ମହାନ ବଦାନ୍ୟବ୍ୟକ୍ତି ମହାବିରୋଡ ଗ୍ରାମର ବଳଭଦ୍ର ସାହୁଙ୍କ ବ୍ୟାଙ୍କ ଆକାଉଣ୍ଟ କୁ ଆଠହଜାର ଅର୍ଥ ରାଶି ପଠାଇଥିଲେ , ବଳଭଦ୍ର ସାହୁ ସେହି ଟଙ୍କା ବିଏଚ୍ ଆର୍ ସି ର ,ବ୍ଲକ ସଭାପତି ବିରଞ୍ଚି ସାହୁଙ୍କୁ ହସ୍ତାନ୍ତର ପରେ ବିଏଚ୍ ଆର୍ ସି ର କଙ୍କଡାହାଡ ବ୍ଲକ ସମସ୍ତ ସଦସ୍ୟ ଉପସ୍ଥିତ ରହି ,ସ୍ୱର୍ଗତ ସଂଜୀବନିହାତୀ ଙ୍କ ପରିବାର ଙ୍କୁ ଆଠହଜାର ଟଙ୍କା ଦେଇଛନ୍ତି । ବିଏଚ୍ ଆର୍ ସି ଇଣ୍ଡିଆ ର ଏହିପରି ମହତ୍ତ୍ୱପୂର୍ଣ୍ଣ ସେବା ଦେଖି ମହାବିରୋଡ ଗ୍ରାମବାସୀ ସାଧୁବାଦ ଜଣାଇଛନ୍ତି।

କାମାକ୍ଷlନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ଝରିଗାଁ ବ୍ଲକରେ ଜିଲ୍ଲାସ୍ତରୀୟ ଯୁଗ୍ମ ଜନ ଅଭିଯୋଗ ଶୁଣାଣି ଶିବିର 

Sunil Chandra Nayak

ଅନଲାଇନରେ ଶିଶୁକୁ କରାଯାଉଥିବା ଯୌନ ଶୋଷଣ ଓ ଦୁର୍ବ୍ୟବହାର ସୁରକ୍ଷା ସମ୍ପର୍କ ରେ ଆଇନଗତ ପ୍ରଶିକ୍ଷଣ କାର୍ଯକ୍ରମ ଅନୁଷ୍ଠିତ

masiha

ଜିଲ୍ଲା ସ୍ତରୀୟ ପୋଷଣ ମାସ କାର୍ଯ୍ୟକ୍ରମ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!