ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସଂଗୀତ ଶିଳ୍ପୀ ସମାଜ ର ମାସିକ ସଂଗୀତ ସଂଧ୍ୟା

ସଂଗୀତ ଶିଳ୍ପୀ ସମାଜ ର ମାସିକ ସଂଗୀତ ସଂଧ୍ୟା

ରାଉରକେଲା: ସଂଗୀତ ଶିଳ୍ପୀ ସମାଜ ର ମାସିକ ସଂଗୀତ ସଂଧ୍ୟା ଶୃଙ୍ଖଳା ରେ ଏହି ମାସର ସଂଗୀତ ସନ୍ଧ୍ୟା ସଭାପତି ଶରତ ଧଳ ଙ୍କ ଅଧ୍ୟକ୍ଷତାରେ ମହାସମାରୋହରେ ପାଳିତ ହୋଇଯାଇଛି। ସାରନା ନବ ଯୁବକ ସଂଘ ର ସଭାପତି ତଥା ସଂଗୀତ ଶିଳ୍ପୀ ସୁଶୀଲ କମାର ଲାକ୍ରା ଓ ପ୍ରତିଷ୍ଠିତ ନାଟ୍ୟ ନିର୍ଦ୍ଦେଶକ ପ୍ରଦୀପ କୁମାର ପଣ୍ଡା ନିମନ୍ତ୍ରିତ ଦର୍ଶକ ଭାବେ ପ୍ରଦୀପ ପ୍ରଜ୍ବଳନ କରି ସଂଧ୍ୟା ଟିକୁ ଉଦ୍ଘାଟନ କରିଥିଲେ। ଉପସଭାପତି ଅଜୟ କୁମାର ପାଣି, ଗୁରୁ ମନବୋଧ ମିଶ୍ର, ଅର୍ଥ ସମ୍ପାଦକ ଅମର କୁମାର ନାୟକ ପୁଷ୍ପଗୁଛ ପ୍ରଦାନ କରି ସମସ୍ତ କଳାକାର ମାନଙ୍କୁ ସ୍ବାଗତ କରିଥିଲେ। ସାଂସ୍କୃତିକ କାର୍ଯ୍ୟକ୍ରମ ମାଧ୍ୟମରେ ଗୁରୁ ଗଜେନ୍ଦ୍ର ମୁର୍ମୁ ଓ ସାଥି ମାନେ ଲୋକ ସଂଗୀତ ଓ ନୃତ୍ୟ ଅତି ଚମତ୍କାର ଭାବେ ପରିବେଷଣ କରିଥିଲେ। ଚାରୁ ବାସ୍କୋ, ଭଗବାନ ମୁର୍ମୁ, ରାମଚନ୍ଦ୍ର ମୁର୍ମୁ,ଭାବୁ ମାରାଣ୍ଡି, ମିନତୀ ମାରାଣ୍ଡି, ସୁଷମା ମୁର୍ମୁ, ଜୟନ୍ତୀ ମୁର୍ମୁ, ଦେବରାଜ ମୁର୍ମୁ,ରଶ୍ମିତା ମହାରଣା, ନମିତା ନାୟକ ପ୍ରମୁଖ ଦର୍ଶକ ଉପସ୍ଥିତ ରହି କଳାକାର ମାନଙ୍କୁ ଉତ୍ସାହିତ କରିଥିଲେ। ଗୁରୁ ଗୌରାଙ୍ଗ ମଲ୍ଲିକ କାର୍ଯ୍ୟକ୍ରମ ରେ ସହଯୋଗ କରିଥିଲେ। ଶେଷରେ ଗୁରୁ ଅମର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ସ୍ଵତନ୍ତ୍ର ସଘନ ସଂଶୋଧନ କାର୍ଯ୍ୟକ୍ରମ 

Sunil Chandra Nayak

ଜିଲ୍ଲା ସ୍ତରୀୟ ନିରୀକ୍ଷଣ ଟିମ୍ ଉମରକୋଟ ବ୍ଲକର ବିଭିନ୍ନ ବିହନ ବ୍ୟବସାୟୀଙ୍କ ଦୋକାନ ଉପରେ ନିରୀକ୍ଷଣ କାର୍ଯ୍ୟାନୁଷ୍ଠାନ ଗ୍ରହଣ 

masiha

ବିଭିନ୍ନ ସ୍ଥାନରେ ୭୯ତମ ସ୍ୱାଧୀନତା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!