ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ 

ନିଃଶୁଳ୍କ ସ୍ବାସ୍ଥ୍ୟ ପରୀକ୍ଷା ଓ ଔଷଧ ବିତରଣ 

ରାଉରକେଲା: ରୋଟାରି କ୍ଲବ ଅଫ ରାଉରକେଲା ଆନୁକୂଲ୍ୟରେ ପ୍ରଧାନପଲ୍ଲୀ ସ୍ଥିତ ବାଳସୁଧାର ଗୃହ ରେ ଅନ୍ତେବାସୀ ମାନଙ୍କ ପାଇଁ ଏକ ନିଃଶୁଳ୍କ ସ୍ୱାସ୍ଥ୍ୟ ପରୀକ୍ଷା ଓ ଔଷଧ ପ୍ରଦାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇ ଯାଇଛି । ଏହି କାର୍ଯ୍ୟକ୍ରମ ରେ ଚକ୍ଷୁ ବିଶେଷଜ୍ଞ ଡାକ୍ତର ରାମଚନ୍ଦ୍ର ମେହେର, ଶିଶୁ ରୋଗ ବିଶେଷଜ୍ଞ ଡାକ୍ତର ରାଧାନାଥ ଶତପଥି ଓ ଇଏନଟି ବିଶେଷଜ୍ଞ ଡାକ୍ତର ଭାଗିରଥି ଯୋଶୀ ଯୋଗଦାନ କରି ଅନ୍ତେବାସୀ ମାନଙ୍କ ସ୍ଵାସ୍ଥ୍ୟ ପରୀକ୍ଷା କରିବା ସହିତ ଆବଶ୍ୟକୀୟ ଔଷଧ ପ୍ରଦାନ କରିଥିଲେ । ସର୍ବମୋଟ ୩୦ ଜଣ ଅନ୍ତେବାସୀ ଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରା ଯାଇଥିଲା । କ୍ଲବ ର ସଭାପତି ରୋଟାରୀଆନ କଳ୍ପନା ଶତପଥି ଙ୍କ ଆବାହକତ୍ଵ ରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ୧୫ ଜଣ ରୋଟାରିଆନ ସଦସ୍ୟ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା ରେ ସହଯୋଗ କରିଥିଲେ ।ସମସ୍ତ ଅନ୍ତେବାସୀ ଓ କର୍ମକର୍ତ୍ତାଙ୍କ ପାଇଁ ଦହି ସର୍ବତ ର ବ୍ୟବସ୍ଥା କରା ଯାଇଥିଲା । କାର୍ଯ୍ୟକ୍ରମ ପରେ ରୋଟାରି ସଦସ୍ୟ ମାନଙ୍କୁ ସଭାପତି ମାଧ୍ୟାନ୍ନ ଭୋଜନ ରେ ( ପଖାଳ ) ରେ ଆପ୍ୟାୟିତ କରିଥିଲେ । 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ରୂପସା ମହୋତ୍ସବ ଉଦଘାଟିତ

masiha

କୃପାସିନ୍ଧୁ ସାଂସ୍କୃତିକ ପରିଷଦ ର ୮୬ ତମ ବାର୍ଷିକ ଉତ୍ସବ ସହିତ ଦୋଳ ପୂର୍ଣ୍ଣିମା ପାଳିତ 

masiha

ଜଙ୍ଗଲରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତ ଦେହ ଉଦ୍ଧାର

Sunil Chandra Nayak

Leave a Comment

error: Content is protected !!