ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ସାହିତ୍ୟ ଅଗଣା

କୁମାର ରଞ୍ଜନ ଙ୍କ କବିତା = ସତହେଲା ଜହ୍ନ ମାମୁଁ ଲୋରୀ 

ସତହେଲା ଜହ୍ନ ମାମୁଁ ଲୋରୀ 

“ଆ ଜହ୍ନମାମୁଁ ସରଗ ଶଶୀ 
ମୋ କୁନା ହାତରେ ପଡରେ ଖସି” ।
 ଜହ୍ନମାମୁଁ ଗୀତ ଲୋରୀ ଶୁଣାଇ
କୁନାକୁ ମୋହର ଦିଏ ଶୁଆଇ !!
କୁନା ମୋର ଆଜି ବଡ ହୋଇଛି
ଲୋରୀ ଗୀତକୁ ସେ ସତ କରିଛି !!
ସାରା ଜଗତରେ ରଖିଛି ନାଆଁ
ଝୁରି ମାରୁଛି ଏ ସାରା ଦୁନିଆଁ !!
ଚନ୍ଦ୍ରଯାନ-3 ଚନ୍ଦ୍ର ପୃଷ୍ଠରେ
ହେଲା ଅବତୀର୍ଣ୍ଣ ବିନା ବାଧାରେ !!
ଚନ୍ଦ୍ରରେ ଉଡାଇ ଦେଲା ତ୍ରିରଙ୍ଗା
ସାରାବିଶ୍ୱ ପାଇଁ ହେଲା ମହଙ୍ଗା !!
ଆମେରିକା ଭାଳେ କେମିତି ହେଲା
ଆମଠୁଁ ଭାରତ ଆଗେଇ ଗଲା !!
ଚାଇନା,ଋଷିଆ ରୋଷ କରନ୍ତି
ଜାପାନ,ଜର୍ମାନ ଝୁରି ମରନ୍ତି ।
ଇସ୍ରାଏଲ ଗଲା ଇର୍ଷାରେ ଜଳି
ପାଶ୍ଚାତ୍ୟ ପ୍ରଦେଶ ଯାଏ ଝାଉଁଳି !!
ବୁକୁରେ ସଭିଙ୍କ ଲାଗିଛି ନିଆଁ
ଇସ୍ରୋ ବୈଜ୍ଞାନିକ କଲେ କିମିଆଁ !!
ଭାରତ ମାତାର ଯୋଗ୍ୟ ସନ୍ତାନ
କୁନା ଓ କଳ୍ପନା ଅବଦୁଲ କଲାମ !!
ମହା ଆଶ୍ଚର୍ଯ୍ୟ ଏ ଜ୍ଞାନ ବିଜ୍ଞାନ 
ସଫଳ କରିଲେ ଚନ୍ଦ୍ରାଭିଯାନ !!
କୁନା ଦିନେ ମା’ କୋଳରେ ଥାଇ
ଡାକୁଥିଲା ମାମୁଁ ଆସ ଓହ୍ଲାଇ !!
ଆଜି ପହଞ୍ଚିଛି ଚନ୍ଦ୍ର ରାଇଜେ
ଧରିଛି ମାମୁଁକୁ ଅତି ସହଜେ ।
ରଖିଛି ଭାରତ ମାତା ର ଟେକ
ଉଡୁଛି ତ୍ରିରଙ୍ଗା ଜହ୍ନରେ ଦେଖ, 
ଉଡୁଛି ତ୍ରିରଙ୍ଗା ଜହ୍ନରେ ଦେଖ ।।

   କୁମାର ରଞ୍ଜନ

“ସାମ୍ବାଦିକ” ହଂସୁରା, କୁଜଙ୍ଗ

 

Related posts

ଗାୟତ୍ରୀ ସିଂହ ଙ୍କ କବିତା = ଦେବସ୍ନାନ ପୂର୍ଣ୍ଣିମା

ଅପର୍ତ୍ତି ସେଠୀ ଙ୍କ କବିତା l l ଆକାଶ କଇଁଆ ଚିଲିକା ମାଛ

Sunil Chandra Nayak

ନଳିନୀ ପ୍ରଭା ମିଶ୍ର ଙ୍କ କବିତା = ଶ୍ରମିକ

Leave a Comment

error: Content is protected !!