ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଏସଡିସି ଉପଦେଷ୍ଟାପ୍ରଦୀପ ମାଝୀଙ୍କ ଚନ୍ଦାହାଣ୍ଡି ଗସ୍ତ

ନବରଙ୍ଗପୁର,(ମସିହା)ସ୍ୱତନ୍ତ୍ର ଉନ୍ନୟନ ପରିଷଦ ଉପଦେଷ୍ଟା ପ୍ରଦୀପ ମାଝୀ ଆଜି ଦିନିକିଆ ଚନ୍ଦାହାଣ୍ଡି ବ୍ଲକ ଗସ୍ତ ରେ ଆସି ବିଭିନ୍ନ ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇ ଫେରିଯାଇଛନ୍ତି । ଶ୍ରୀ ମାଝୀ ପ୍ରଥମେ ଚନ୍ଦାହାଣ୍ଡି ବ୍ଲକ ଅଧିନସ୍ଥ ବତାଝର ଠାରେ ଧୃବ ଗଣ୍ଡ ସମାଜ ର ସାମାଜିକ କାର୍ଯ୍ୟକ୍ରମରେ ଯୋଗଦେବାପରେ ପାନାବେଡା ଗଣ୍ଡା ସମାଜ ତରଫରୁ ଆୟୋଜିତ ସାମାଜିକ କାର୍ଯ୍ୟକ୍ରମରେ ଯୋଦଦାନ କରିଥିଲେ । ପାନାବେଡା ଗଣ୍ଡା ସମାଜ ତରଫରୁ ଚନ୍ଦାହାଣ୍ଡି ଠାରେ ଶ୍ରୀ ମାଝୀ ଙ୍କୁ ବାଜାବାଜଣା ସହ ଏକ ଶୋଭାଯାତ୍ରାରେ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା ।ଏହାପରେ ଏଠାରେ ଅନୁଷ୍ଠିତ ଗଣ୍ଡା ସମାଜର ସାମାଜିକ ବୈଠକରେ ଯୋଗ ଦେଇ ଏହି ସମାଜ ମୋର ଅନ୍ତରଙ୍ଗ ସମାଜ । ସମାଜର ଉନ୍ନତିକଳ୍ପେ ମୁଁ ସଙ୍କଳ୍ପବଦ୍ଧ ବୋଲି କହିଥିଲେ । ଗଣ୍ଡା ସମାଜର ସଭାପତି ନରେଶ୍ୱର ବେଶ୍ରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯକ୍ରମରେ ମୁଖ୍ୟବକ୍ତା ଭାବେ ଆଇନଜୀବୀ ତଥା ଦଳିତ ସୁରକ୍ଷା ମଞ୍ଚ ରାଜ୍ୟ ସାଧାରଣ ସମ୍ପାଦକ କ୍ଷେମରାଜ ବାଘ ଯୋଗ ଦେଇ ସମାଜର ବିଭିନ୍ନ ସମସ୍ୟା ଉପରେ ଆଲୋକପାତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଉପାଧ୍ୟକ୍ଷା ଭାନୁମତୀ ମାଝୀ, ସମାଜର କୂଳପତି କାମଦେବ ଜଗତ ,ବରିଷ୍ଠ ସମାଜସେବୀ ଅକାଳୁ ଜାଲି , ଭରତ ବାଘ ,ଜଗବନ୍ଧୁ ନିୟାଲ, ଆଦିବାସୀ ନେତା ଅଖିଳ ଭତ୍ରା, ସୁମିତ ପୁଜାରୀ ,ଗଗନେଶ୍ୱର ଚୈାହାନ , ଗଣ୍ଡ ସମାଜ ସଭାପତି ଯଦୁନାଥ ପୁଜାରୀ, ସମିତିସଭ୍ୟ ପୈାରସ ମାଝୀ,ଶୈଷମଲ ହରପାଲ, ପ୍ରମୁଖ ମଂଚାସୀନ ଥିଲେ । ଗଣ୍ଡା ସମାଜ ସାଧାରଣ ସମ୍ପାଦକ ସନ୍ତୋଷ ଟାକ୍ରୀ ମଂଚ ପରିଚାଳନା କରିଥିବା ବେଳେ ଅନୁସୂଚିତ ଜାତି ସଂଘ ସଭାପତି ପୀତାମ୍ବର ସୋରୀ ୫ ଦଫା ଦାବୀ ପଠନ କରିଥିଲେ । ଯୁବନେତା ଜଗଦିଶ ବାଘ ଧନ୍ୟବାଦ ଅର୍ପଣ କରିଥିବା ବେଳେ ପୂର୍ଣ୍ଣଚନ୍ଦ୍ର ଟାକ୍ରୀ ,ବୃନ୍ଦାବନ ବାଘ, କୁବେର ନିୟାଲ, କୃଷ୍ଣ ବାଘ ,ରୁପେସ ବାଘ ,ଖଗେଶ୍ୱର ଡଙ୍‌ଗରୀ, ତ୍ରୀନାଥ ଡଙ୍ଗରୀ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହାପରେ ଶ୍ରୀ ମାଝୀ ପୁଜାରୀଗୁଡା ଠାରେ ଗଣ୍ଡ ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗଦେଇ ଥିବା ବେଳେ ସମାଜ ତରଫରୁ ଶ୍ରୀ ମାଝୀ ଙ୍କୁ ବୁଢାରାଜା ମନ୍ଦିର ନିର୍ମାଣ, ମଣ୍ଡଳ ଭୀମା ମନ୍ଦିର ପାଚେରୀ ଓ ଆଦିବାସୀ ନୃତ୍ୟ ମାଦଲି ବାଜାର ବିକାଶ ପାଇଁ ଦାବି ଉପସ୍ଥାପନ କରିଥିଲେ । ଏହି କାର୍ଯ୍ୟକ୍ରମରେ ଯଦୁନାଥ ପୁଜାରୀ, ଦୁର୍ଯ୍ୟୋଧନ ପୁଜାରୀ,କୁମର ଗାଉଁଟିଆ, ଭାଗ ମାଝୀ, ଅର୍ଜୁନ ଗଇଁତା, ରମେଶ ମାଝୀ,ପଦୁ ପୁଜାରୀ ଙ୍କ ସମେତ ଶତାଧିକ ସାମାଜର କର୍ମକର୍ତା ଉପସ୍ଥିତ ଥିଲେ । ଏହାପରେ ବନ୍ଧକନା ଠାରେ ଭତ୍ରା ସମାଜ ତରଫରୁ ଆୟୋଜିତ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ଡାବୁଗାଁ ଅଗ୍ନିଶମ ସେବା ସଂସ୍ଥା ତରଫରୁ ବିଦ୍ୟାଳୟରେ ମକ୍ ଡ୍ରିଲ ପ୍ରଦର୍ଶନ 

Sunil Chandra Nayak

ଓ ବି ସି ମଞ୍ଚ ର ସାଂଗଠାନିକ ବୈଠକ 

masiha

ଳେତେର ଗ୍ରା:ପ ଠାରେ ବ୍ଲକ ସ୍ତରୀୟ ଜନ ଶୁଣାଣି ଓ ସମାଧାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!