ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେଡି ସାମାଜିକ ଗଣମଧ୍ୟମ ପ୍ରସିକ୍ଷଣ ଶିବିର

ବନ୍ଧୁଗାଁ ତା,୨୫/୮/୨୩,ଆଜି କୋରାପୁଟ ବିଜୁ ପଟ୍ଟନାୟକ ପାଠାଗାର ଠାରେ ବିଜୁଜନତା ଦଳ ତରଫରୁ ସାମାଜିକ ଗଣ ମାଧ୍ୟମ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି I ଏଥିରେ ମୁଖ୍ୟ ଅତିଥି ଭାବରେ କୋରାପୁଟ ଜିଲ୍ଲାର ପୂର୍ବତନ ଜିଲ୍ଲା ସଭାପତି ତଥା ନବରଙ୍ଗ ପୁର ଜିଲ୍ଲାର ପର୍ଯ୍ୟବେକ୍ଷକ ଓ ଜୟପୁର କେ.ଶି.ଶି ବ୍ୟାଙ୍କ ଅଧ୍ୟକ୍ଷ ଶ୍ରୀ ଯୁକ୍ତ ଈଶ୍ଵର ଚନ୍ଦ୍ର ପାଣିଗ୍ରାହି, ଜିଲ୍ଲା ପରିଷଦ ଅଧ୍ୟକ୍ଷା ସୁଶ୍ରୀ ସସ୍ମିତା ମେଲେକା, ଜିଲ୍ଲା ଯୁବ ଛାତ୍ର ସଭାପତି ତଥା କୋରାପୁଟ ପୌରପାଳିକା ଅଧ୍ୟକ୍ଷା ଶ୍ରୀ ଲଲାଟ ରଞ୍ଜନ ସେଠି, ଜିଲ୍ଲା ମହିଳା ସଭାପତି ଶ୍ରୀମତି ପର୍ବତି ମସ୍ତି, ଆଇ.ଟି.ସେଲ ଜିଲ୍ଲା ସଭାନେତ୍ରୀ ସୁଶ୍ରୀ କାଦମ୍ବିନୀ, ଭୁବନେଶ୍ୱରରୁ ଆଇ. ଟି. ସେଲରୁ ଆସିଥିବା ଅଧିକାରୀ ଶ୍ରୀ ବିଶ୍ୱ ରଞ୍ଜନ ନାୟକଙ୍କ ମାଧ୍ୟମରେ ପ୍ରଥମେ ପ୍ରଭାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଫଟ ଚିତ୍ରରେ ପୁଲ ଦେଇ ଦୀପ ଜ୍ୱଳା ପରେ  ଆଇଟି ସେଲର ସାମାଜିକ ପ୍ରସିକ୍ଷଣ ଶିବିରର କାର୍ଯ୍ୟକ୍ରମ ଆଗକୁ ବଡ଼ିଥିଲା I ରାଜ୍ୟ ଆଇଟି ସେଲର ଅଧିକାରୀ ଶ୍ରୀ ନାୟକ ଅତି ସୁନ୍ଦର ଭାବରେ IT ସେଲ ବିଷୟରେ ବୁଝେଇବା ସହିତ କୋରାପୁଟ ଜିଲ୍ଲାର ୧୪ ଟି ବ୍ଳକରୁ ପ୍ରତି ବ୍ଲକ୍ ଓ ପଞ୍ଚାୟତ ତଥା ଗ୍ରାମ୍ୟ ସ୍ତରରେ ସକ୍ରିୟ ରହି ବିଜୁଜନତାର କର୍ମୀ ହିସାବରେ ସାମିଲ ରହି ଆମ ପ୍ରିୟ ମୁଖ୍ୟମନ୍ତ୍ରୀଙ୍କ ଲୋକାଭିମୁଖୀ କାର୍ଯ୍ୟକ୍ରମକୁ ସଦା ସର୍ବଦା ସାମାଜିକ ଗଣମାଧ୍ୟମରେ ଉପସ୍ଥାପନା କରି ଓଡ଼ିଶା ବାସୀଙ୍କୁ ସଚେତନତା କରାଇବା ପାଇଁ ପ୍ରତି ବ୍ଲକର ଆଇଟି ସେଲର ବ୍ଲକ କର୍ମୀମାନେ ସୂଚାରୁ ରୂପେ ସରକାରଙ୍କ ଯୋଜନା ଘରେ ଘରେ ପହଁଞ୍ଛାଇ ଲୋକଙ୍କୁ ବୁଝାଇବାର କାର୍ଯ୍ୟ ଆବଶ୍ୟକ ବୋଲି କହିଥିଲେ I କିଛି ସମୟ ପରେ କୋରାପୁଟ ଜିଲ୍ଲାର ପୂର୍ବତନ ସାଂସଦ ତଥା ବର୍ତ୍ତମାନ କୋରାପୁଟ ଜିଲ୍ଲାର ସଭାପତି ଶ୍ରୀ ଝିନ ହିକକା, ଓ ଲଷ୍ମୀପୁର ନିର୍ବାଚନ ମଣ୍ଡଳିର ସଭାପତି ଶ୍ରୀ ପ୍ରଭୁ ଜାନି ପହଞ୍ଚି ଆଇଟି ସେଲର ପ୍ରସିକ୍ଷଣ ଶିବିର କିଛି ବୁଝାଇଥିଲେ ଓ ଆଗକୁ ବିଜେଡି ଦଳ ପାଇଁ ଗାଁ ଗାଁରେ ପହଞ୍ଚି ସାମାଜିକ ଗଣ ମାଧ୍ୟମ ବିଷୟ ସହ ସରକାର ଯୋଜନା ବିଷୟରେ ଲୋକଙ୍କୁ ଅବଗତ କୋରାଇବେ ବିକାଶ, ଉନ୍ନତି, ଏବଂ ଏକ ସୁସ୍ଥ ଆଉ ସ୍ତିର ସରକାର ପ୍ରଦାନ କରିବା କ୍ଷେତ୍ରରେ କେବଳ ଆଉ କେବଳ BJD ହିଁ ଏକ ମାତ୍ର ଦଳ BJD ହିଁ ଆଶା ଭରସା ବୋଲି ଜିଲ୍ଲା ସଭାପତି ଶ୍ରୀ ହିକକା କହିଥିଲେ I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ବିଜୁ ବାବୁ ଙ୍କ 26 ତମ ଶ୍ରାଦ୍ଧ ବାର୍ଷିକି ପାଳନ

Sunil Chandra Nayak

ହିନ୍ଦୋଳ ନିର୍ବାଚନ ମଣ୍ଡଳୀରେ ଆମ୍ ଆଦମୀ ପାର୍ଟିର ସାଂଗଠନିକ ବୈଠକ

Sunil Chandra Nayak

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

Leave a Comment

error: Content is protected !!