ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୟପାଟଣା ବ୍ଲକ ପୁଝାରିଗୁଡା ଠାରେ ବଞ୍ଜରା ସମାଜର ପାରମ୍ପରିକ ବାଲିଯାତ୍ରା ତିଜ୍ ଉତ୍ସଵ ଉଦଯାପିତ

ପୂର୍ବ ପୁରୁଷ ରୁ ଚଳି ଆସୁଛି ଏ ନିଆରା ପରମ୍ପରା…

ମଣିଷ ଯେତେ ଆଧୁନିକ ଯୁଗରେ ପାଦ ଥାପିଲେ ମଧ୍ୟ ନିଜର ପୂର୍ବ ପୁରୁଷ ରୁ ଚଳି ଆସିଥିବା ପରମ୍ପରା, ଚଳଣି କୁ ଭୁଲି ନାହିଁ। ଏହାର ଏକ ନିଦର୍ଶନ ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ଅନ୍ତର୍ଗତ ବଡ଼ ପୁଝାରୀଗୁଡା ଗ୍ରାମ ଠାରେ। ବଞ୍ଜରା ସମାଜ ପକ୍ଷରୁ ପାରମ୍ପରିକ ବାଲିଯାତ୍ରା ତିଜ ପର୍ଵ ଉତ୍ସଵ ନଅ ଦିନ ଧରି ମହା ଆଡମ୍ବରରେ ପାଳନ ହୋଇଯାଇଛି। ଏହି ବାଲିଯାତ୍ରା ବଞ୍ଜରା ସମାଜ ମୁଖ୍ୟ ପାରମ୍ପରିକ ପର୍ବ ଅଟେ। ଏହି ପର୍ବକୁ ସେମାନଙ୍କ ଭାଷାରେ ତିରି ପର୍ବ ବୋଲି କହିଥାନ୍ତି। ଏହି ପର୍ବକୁ ବଞ୍ଜରା ସମାଜ ନିଆରା ଢଙ୍ଗରେ ପାଳନ କରିଥାନ୍ତି।‌ଏଥିରେ ବଞ୍ଜରା ସମ୍ପ୍ରଦାୟର ପରମ୍ପରା ରିତିନିତି ପୂର୍ବରୁ ଚାଲି ଆସିଥିବା ପାରମ୍ପରିକ ସଂସ୍କୃତି ଆଦିକୁ ପାଥେୟ କରି ପୁରୁଣା ବେଶଭୁଷାରେ ସଜ୍ଜିତ ହୋଇ ପୁରୁଷ,ମହିଳା,ଯୁବକ ଯୁବତୀ ସମସ୍ତେ ମିଶି ଡଣ୍ଡା ଓ ଲଢ଼ି ଖେଲ ସହିତ ନାଚ ଗିତର ମଜା ନିଅନ୍ତି। ବାଲିଯାତ୍ରାର ଶେଷ ଦିନରେ ପୁରୁଷ ପିଲା ମାନେ ଧିରି ଥିବା ପେଡ଼ିକୁ ମହିଳା ଝିଅମାନେ ଲାଠି ସାହାଯ୍ୟ ରେ ମାଡ଼ ମାରୁଥିବା ଦୃଶ୍ୟ ଅତି ଆକର୍ଷଣୀୟ,ମନୋରଞ୍ଜନ ଓ ଚିତ୍ତାକର୍ଷକ ହୋଇଥାଏ। ଏହି ଭଳି ଭାବରେ ନଅ ଦିନ ବ୍ୟାପୀ ଏହି ବାଲିଯାତ୍ରା ବା ତିରି ଅନୁଷ୍ଠିତ ହୋଇଥିବା ବେଳେ ବେଳେ ଉପଖଣ୍ଡ ଅଞ୍ଚଳ ରୁ ବଞ୍ଜରା ସମାଜ ଆବାଳ ବୃଦ୍ଧ ବନିତା ଏହି ପର୍ବକୁ ଉପଭୋଗ କରିଛନ୍ତି। ବଡ଼ ପୁଝାରୀଗୁଡା ର ଗୋନ୍ତିଆ ଖଗେଶ୍ବର ନାଏକଙ୍କ ସଭାପତିତ୍ୱ ରେ ଆୟୋଜିତ ତିଜ ଉତ୍ସଵ କମିଟି ପକ୍ଷରୁ ଆମନ୍ତ୍ରଣ ରେ ମୁଖ୍ୟବକ୍ତା ଭାବେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ପୂର୍ବପୁରୁଷ ପରମ୍ପରା ରୁ ଚାଲି ଆସିଥିବା ବଞ୍ଜରା ସମାଜ ର ଏତିହ୍ୟ,ସଂସ୍କୃତି, ପରମ୍ପରା ର ଏହି ପର୍ଵ ନୂତନ ପିଢ଼ି କୁ ପରମ୍ପରା ସହ ଯୋଡି ରଖିଛି ବୋଳି କହିଥିଲେ। ସେହିପରି ମୁଖ୍ୟ ଅତିଥି ଭାବେ ଓଡିଶା ବଞ୍ଜରା ସମାଜ ର ସଭାପତି ତୁଲାରାମ ନାଏକ, ସମ୍ମାନିତ ଅତିଥି ଭାବେ ସମାଜସେବୀ ସଞ୍ଚୟ ସିଙ୍ଘଲ, ରବି ନାରାୟଣ ଦାସ, ଅରୁଣ ଅଗ୍ରୱାଲ, ସୋନୁ ଅଗ୍ରୱାଲ,ରାଜେନ୍ଦ୍ର ନାଏକ ପ୍ରମୁଖ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ କୁ ବଞ୍ଜରା ସମାଜର କର୍ମକର୍ତ୍ତା ଲଲିତ କୁମାର ନାଏକ, ରତନ ନାଏକ, ତୁଲସି ରାମ ନାଏକ, ତୁଲାରାମ ନାଏକ, ବୁଦ୍ଧିରାମ ନାଏକ, ନକୁଳ ରାମ ନାଏକ, ସତ୍ୟ ନାଏକ, ଗୋନ୍ତିଆଙ୍କ ପୁଅ କେଦାର ନାଏକ ପ୍ରମୁଖ ଅଂଶ ଗ୍ରହଣ କରି ସହଯୋଗ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ମା ମାଣିକେଶ୍ଵରୀ ବିଶ୍ଵବିଦ୍ୟାଳୟ ପ୍ରାଣୀ ବିଭାଗରେ ଆର୍ନ୍ତଜାତୀୟ ଆଲୋଚନା ଚକ୍ର ଅନଷ୍ଠିତ

Sunil Chandra Nayak

ରାଇରଙ୍ଗପୁରରେ ଗାଈଗୋରୁଙ୍କୁ ଚର୍ମଗଣ୍ଡି ରୋଗ ଚିହ୍ନଟ

masiha

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ଅଭିଭାବକ ଓ ଶିକ୍ଷକ ସଂଘ ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!