ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ରରେ ନୂତନ ବିସ୍ତାରକଙ୍କ ଦାୟୀତ୍ବ ଗ୍ରହଣ

ରାଉରକେଲା/ରଘୁନାଥପଲ୍ଲୀ ନିର୍ବାଚନୀ ମଣ୍ଡଳୀର ବୈଠକ ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ରାଜ୍ୟ ନେତୃମଣ୍ଡଳୀଙ୍କ ଦ୍ଵାରା ରଘୁନାଥପଲ୍ଲୀ ନିର୍ବାଚନୀ କ୍ଷେତ୍ର ପାଇଁ ମନୋନୀତ ବିସ୍ତାରକ ଶ୍ୟାମ ନାୟକଙ୍କୁ ସ୍ଵାଗତ କରାଯିବା ସହିତ ସମ୍ବର୍ଦ୍ଧନା କରାଯାଇ ଥିଲା। ଜିଲ୍ଲା ସଭାନେତ୍ରୀ ଲତିକା ପଟ୍ଟନାୟକ, ଶ୍ୟାମ ନାୟକଙ୍କ ପରିଚୟ ପ୍ରଦାନ କରିବା ସହିତ ସଂଗଠନକୁ ସକ୍ରିୟ ଓ ବୁଥ ସ୍ତରରେ ଶକ୍ତିଶାଳୀ କରିବେ ବୋଲି ଆଶା ପ୍ରକାଶ କରିଥିଲେ । ନୂତନ ଭୋଟର ତାଲିକାରେ ନାମ ପଞ୍ଜୀକରଣ ସମନ୍ଧୀୟ ବିଷୟ ଉପରେ ଆଲୋଚନା କରାଯାଇ ଏହାକୁ କିଭଳି ଭାବେ ଭୋଟରଙ୍କ ପାଖରେ ପହଞ୍ଚିବ ସେଥି ନେଇ ସଚେତନତା ଜାଗ୍ରତ କରିବା ପାଇଁ କହିଥିଲେ । ସମସ୍ତ କାର୍ଯ୍ୟକର୍ତ୍ତା ଓ କର୍ମୀମାନେ ବିସ୍ତାରକକଙ୍କୁ ସହଯୋଗ କରିବା ସହିତ କର୍ତ୍ତବ୍ୟ ପଥରେ ଆଗେଇବା ପାଇଁ ପରାମର୍ଶ ଦେଇଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ପୂର୍ବତନ ଜିଲ୍ଲା ସଭାପତି ଜଗବନ୍ଧୁ ବେହେରା ସଂଗଠନକୁ ମଜବୁତ୍ କରିବାପାଇଁ ବୁଥ ସ୍ତରରେ ସକ୍ରିୟ ଭାବେ କାମ କରିବାପାଇଁ ଆହ୍ବାନ ଦେଇଥିଲେ । ଜିଲ୍ଲା ଉପସଭାପତି ଅମରେନ୍ଦ୍ର ଶର୍ମା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ । ଏହି ବୈଠକରେ ଜିଲ୍ଲା ମୁଖପାତ୍ର ଗଙ୍ଗାଧର ଦାଶ, ଜିଲ୍ଲା ଉପସଭାପତି ସୁବ୍ରତ ପଟ୍ଟନାୟକ,ଜିଲ୍ଲା ଅନୁସୂଚୀତ ଜାତି ସଭାପତି ରୋହିତ ତନ୍ତୀ ମଧ୍ୟ ମଞ୍ଚାସୀନ ଥିଲେ । ଆଜିର ଏହି କାର୍ଯ୍ୟକ୍ରମରେ ରାଜ୍ୟ ଅନୁସୂଚିତ ଜାତି ମୋର୍ଚ୍ଚା କାର୍ଯ୍ୟକାରିଣୀ ସଦସ୍ୟ ଭ୍ରମରବର ବେହେରା,ଜିଲ୍ଲା ସାଧାରଣ ସମ୍ପାଦକ ମଳୟ ମହାପାତ୍ର, ବରିଷ୍ଠ ନେତା ମୂରଲୀଧର ଗୌଡ଼, ମନୋରଞ୍ଜନ ମୁନି, ବିଭୁ ମହାପାତ୍ର, ପାର୍ଥ ପ୍ରତିମ ମହାପାତ୍ର, ଗିରିଶ ଶତପଥୀ, ଈଶ୍ୱର ବେହେରା,ଭାସ୍କର ନନ୍ଦ, ବ୍ୟାସଦେବ ନାଥ, ମନ୍ମଥ ଦେ, ମନୋଜ ପଟ୍ଟନାୟକ,ସୁନୀତା ମୋହିନୀ, ରଞ୍ଜିତା କିସପୋଟା, ପ୍ରବାସିନୀ ଦୂମୁରି, ମମତା ମହାନ୍ତି, ତାରକା ମହାପାତ୍ର, ନମ୍ରତା ବାଗ, ଶିଶିର ପ୍ରଧାନ, ସୋନୁ ନାୟକ, ଅମରନାଥ ଜେନା, ଅରୁଣ ମହାନ୍ତି, ଗୌତମ ଦୁଙ୍ଗୁରି, ଅଜୟ ମଲ୍ଲିକ, ଶିବ କୁମାର, ରାଜକୁମାର ଅହିର, ପ୍ରଶାନ୍ତ ଲେଙ୍କା, ସମେସ ସିଂହ, ସମୀର ରାୟ, ଅଭିଷେକ ଶ୍ରୀବାସ୍ତବ, ରୁପେଶ ପଟ୍ଟନାୟକ, ସଞ୍ଜୟ ସାହୁ ,ଇନ୍ଦ୍ରାବତୀଙ୍କ ସମେତ ବହୁ କର୍ମୀ ଉପସ୍ଥିତ ଥିଲେ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ପୋଟେସ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

masiha

ଜିଲ୍ଲା ପର୍ଯ୍ୟଟନ ବିଭାଗ ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ  “ଏକ ପେଡ ମା କେ ନାମ “ଅନୁଷ୍ଠିତ 

masiha

“ସଚିବଙ୍କ କିରାଣୀ ପ୍ରିତମର ବ୍ୟାଙ୍କଖାତା ଯାଞ୍ଚହେଉ”ଅସାଧ୍ୟ କାର୍ଯ୍ୟ ନିମନ୍ତେ ଫୋନ ଜରିଆରେ ଡ଼ିଡ଼ିସିଏ ସୋରେନ ଟଙ୍କା ଦିଅନ୍ତି ବୋଲି ଅଭିଯୋଗ ?

masiha

Leave a Comment

error: Content is protected !!