ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଚୋରା ବାଲି ,ଚିପ୍ସ ଚାଲାଣ ବେଳେ ତିନି ହାଇୱା ଜବତ,ଚାରି ଗିରଫ

ମୟୂରଭଞ୍ଜ -୨୭/୮ ( ମସିହା)ବାଲି ,ଚିପ୍ସ ଚୋରା ଚାଲାଣ କରୁଥିବା ବେଳେ ମାଡି ବସିଲା ପୁଲିସ।ତିନୋଟି ହାଇୱା ଜବତ କରିବା ସହିତ ତିନିଜଣ ଡ୍ରାଇଭର ଓ ଜଣେ ମାଲିକ କୁ ଗିରଫ କରିଛି ରାଇରଙ୍ଗପୁର ଗ୍ରାମଞ୍ଚଳ ପୁଲିସ।

ରାଇରଙ୍ଗପୁର ଅଞ୍ଚଳରେ ଲିଜ ନଥାଇ ବିଭିନ୍ନ ବାଲିଘାଟ ରୁ ବାଲି ଉତ୍ତୋଳନ କରି ପଡୋଶୀ ରାଜ୍ୟ ଝାରଖଣ୍ଡ ଙ୍କୁ ବେଧଡକ ଚାଲାଣ ହୋଉଥିବା ବିଭିନ୍ନ ସମୟରେ ଅଭିଯୋଗ ହୋଇ ଆସୁଥିଲା।ତେବେ ରାଜସ୍ୱ ବିଭାଗ ନିରବ ଦ୍ରଷ୍ଟା ସାଜିଥିବା ବେଳେ ଗତକାଲି ବିଳମ୍ବିତ ରାତ୍ରିରେ ସୂଚନା ପାଇ ରାଇରଙ୍ଗପୁର ଗ୍ରାମଞ୍ଚଳ ଥାନା ପୁଲିସ ତିନୋଟି ପ୍ରକରଣ ଦୁଇଟି ଚିପ୍ସ ବୋଝେଇ ହାଇଭା ଗାଡ଼ି JHO5CF6195 ,OD19B6013 ଏବଂ ବାଲି ବୋଝେଇ ହାଇଭାଗାଡ଼ି OD14B7822 ଜବତ କରିବା ସହ ଦୁଇଟି ମାମଲା କେଶ ନମ୍ବର ୧୮୯/୨୩ ଏବଂ ୧୯୦/୨୩ ରୁଜୁ ହେବା ସହିତ ସହିତ ଡ୍ରାଇଭର ଓ ମାଲିକକୁ ଗିରଫ କରି କୋର୍ଟ ଚାଲାଣ କରିଛି।ଗିରଫ ଗାଡି ମାଲିକ ଝାରଖଣ୍ଡ ର ହଳଦୀ ପୋଖରୀ ଅଞ୍ଚଳ ର ବୋଲି ଜଣାପଡିଛି।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳଙ୍କ ରିପୋର୍ଟ

Related posts

ଡାକ୍ତରଙ୍କ ଘରେ ଭିଜିଲାନ୍ସ ବିଭାଗର ଛାନଭିନ , ନଗଦ ୨୨ ଲକ୍ଷରୁ ଉର୍ଦ୍ଧ୍ବ ଟଙ୍କା ସୁନା ଗହଣା ପାଇଲା ଭିଜିଲାନ୍ସ

masiha

ସେଲ୍‌ କଲୋନୀରେ ଘର ଖାଲି ଦେଖି କବାଟ ଭାଙ୍ଗି ଲୁଟ୍‌ ଚୋରି ମାମଲାରେ ଯୁବକ ଗିରଫ, ସୁନା-ରୁପା ଗହଣା ସହ ୩ ମୋବାଇଲ ଜବତ

Sunil Chandra Nayak

ବିଶୋଇ ଥାନା! ଡାହାଣୀ ସନ୍ଦେହରେ ବଡମାଆକୁ ହତ୍ୟା କଲା ସମ୍ପର୍କୀୟ ପୁତୁରା

masiha

Leave a Comment

error: Content is protected !!