ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କିଶୋରନଗର ଶିଶୁ ମଙ୍ଗଳ କ୍ଲବ ପକ୍ଷରୁ ଚିତ୍ରାଙ୍କନ ପ୍ରତିଯୋଗିତା

କଟକ : ସ୍ଥାନୀୟ କିଶୋରନଗର ଶିଶୁ ମଙ୍ଗଳ କ୍ଳବ ପକ୍ଷରୁ ରବିବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି |କିଶୋରନଗର ରାଜକୃଷ୍ଣ ଶିଶୁନିକେତନ ପରିସରରେ ଅନୁଷ୍ଠିତ ଏହି ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ବହୁ ସଂଖ୍ୟାରେ ଛାତ୍ରଛାତ୍ରୀ ଭାଗ ନେଇଥିଲେ | ସବ୍ ଜୁନିଅର ବର୍ଗରେ ଶିବରାମ ସ୍ୱାମୀ ପ୍ରଥମ, ସାଇନା ମଣ୍ଡଳ ଦ୍ୱିତୀୟ, ଶ୍ରଦ୍ଧା ଜେନା ତୃତୀୟ ସ୍ଥାନ ଅଧିକାର କରି ପୁରସ୍କୃତ ହୋଇଥିଲେ |ଜୀବନଜ୍ୟୋତି ପଣ୍ଡା, ଆୟତ୍ ଫିର୍ଦୋଷ, ପ୍ରକାଶ ଦାସ ସାନ୍ତ୍ୱନାମୂଳକ ପୁରସ୍କାର ପାଇଥିଲେ |ସେହିପରି ଜୁନିଅର ବର୍ଗର ସୈୟଦ ଅରମାନ ପ୍ରଥମ, ଅନିନ୍ଦିତା ଦାସ ଦ୍ୱିତୀୟ, ଶଶାଙ୍କ ସାହୁ ତୃତୀୟ, ଆକାଂକ୍ଷା ପ୍ରିୟଦର୍ଶିନୀ, ରିମସା ନାଦ୍ରିନ ଓ ଅନିନ୍ନିତା ଦାସ ସାନ୍ତ୍ୱନାମୂଳକ ପୁରସ୍କାର, ସିନିଅର ବର୍ଗରେ ଶେଖ ସା୍ୟାନ ପ୍ରଥମ, ପାପାଲି ଭୋଇ ଦ୍ୱିତୀୟ, ସୋନାଲି ମାଇତି ତୃତୀୟ ଏବଂ ସିପୁନାଥ ମଣ୍ଡଳ, ରୁପାଲୀ ମୂର୍ମୁ ଓ ପାର୍ବତୀ ଟୁଡୁ ସାନ୍ତ୍ୱନାମୂଳକ ପୁରସ୍କାର ଲାଭ କରିଥିଲେ |ଏହି ଅବସରରେ ଶଗଡି ଗ୍ରାମର ବାଲୁକା ଶିଳ୍ପୀ ସୋମ୍ୟରଞ୍ଜନ ସାହୁଙ୍କୁ ଶିଶୁ ମଙ୍ଗଳ କ୍ଳବ ପକ୍ଷରୁ କ୍ଳବର ବରିଷ୍ଠ ଉପଦେଷ୍ଟା ତଥା ସାମାଜିକ କର୍ମୀ ସୀତାରାମ ପଣ୍ଡା ପ୍ରଶଂସାପତ୍ର ପ୍ରଦାନ କରି ସମ୍ମାନିତ କରିଥିଲେ |କ୍ଳବର ସଭାପତି ସତ୍ୟରଞ୍ଜନ ବାରିକଙ୍କ ଆଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣ ଉତ୍ସବରେ ଲୋକଭାଷାର ସମ୍ପାଦକ ଶୁକଦେବ ପରିଡା ମୁଖ୍ୟ ଅତିଥି, ସାମ୍ବାଦିକ ସୈୟତ ସାଜିଦ ଅଲ୍ଲୀ ମୁଖ୍ୟବକ୍ତା, ଶିକ୍ଷାବିତ ନିର୍ମଳ ଜେନା ଓ ରାଜକୃଷ୍ଣ ଶିଶୁନିକେତନର ସମ୍ପାଦକ ଶିକ୍ଷକ ଚନ୍ଦନ ନନ୍ଦୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ |କ୍ଳବର ସମ୍ପାଦକ ସୋମ୍ୟରଞ୍ଜନ ପୃଷ୍ଟି କାର୍ଯ୍ୟକ୍ରମ ପରିଚାଳନା କରିବା ସହ ଧନ୍ୟବାଦ ଦେଇଥିଲେ |ଯମୁନା ମୂର୍ମୁ, ଶ୍ରୁତିଶିଖା ବସା୍କ, ସସ୍ମିତା ନନ୍ଦୀ, ସସ୍ମିତା ମଣ୍ଡଳ, ପୂଜା ସିଂହ, ସସ୍ମିତା ସୋରେନ, ସୋମ୍ୟରଞ୍ଜନ ସାହୁ ଆଶିଷ ରାଉତ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ହୁମେରା ସାହେବା, ମହମ୍ମଦ ଏହତେସାମ୍, ଜିତେନ୍ଦ୍ର ପଣ୍ଡା, ଅନିରୁଦ୍ଧ ସ୍ୱାମୀ, ଶରତ ଚନ୍ଦ୍ର ଜେନା ପ୍ରମୁଖ ଉପସ୍ଥିତ ଥିଲେ |

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବିଧାୟକ ଙ୍କ ସ୍ମାରକପତ୍ର ପ୍ରଦାନ 

masiha

ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ଆଇନ୍ ସଚେତନତା କାର୍ଯ୍ୟକ୍ରମ

ବିଦ୍ୟୁତ ଆଘାତରେ ଲେତେର ଗ୍ରାମର ଜଣେ ମୃତ

Sunil Chandra Nayak

Leave a Comment

error: Content is protected !!