ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପାପଡାହାଣ୍ଡି,28/8,  — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟର ମହିଳା କର୍ମଚାରୀ ମାତମି ରମିଙ୍କ ସୋମବାର ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ସେ ଗତ କିଛି ଦିନ ହେଲା ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ମାଲକାନଗିରି ଜିଲ୍ଲା ପଡିଆରେ ରହୁଥିଲେ | ତାଙ୍କୁ ଉଚ୍ଚ ରକ୍ତ ଚାପ ଥିଲା | ହଟାତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା, ଯେଉଁ ଠାରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ସେ ଗତ 12 ବର୍ଷ ଧରି ବ୍ଲକରେ ପିଅନ ଭାବେ କାର୍ଯ୍ୟରତ ଥିଲେ | ତାଙ୍କ ବିୟୋଗରେ ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ବ୍ଲକ କାର୍ଯ୍ୟାଳୟରେ ଏକ ଶୋକ ସଭାର ଆୟୋଜନ କରାଯାଇ ଦିବଂଗତ ଆତ୍ମାର ସତକାମନା କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ | ସେ ଶରଳ ଓ ମିଷ୍ଟା ଭାଷୀ ମହିଳା ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବାଦାମ ପାହାଡ଼ ଉଚ୍ଚ ବିଦ୍ୟାଳରେ ଯୋଗ ପ୍ରଶିକ୍ଷଣ ଶିବିର ଓ ବୃକ୍ଷ ରୋପଣ କାର୍ଯ୍ୟକ୍ରମ 

masiha

ରାଇରଙ୍ଗପୁର କଣ୍ଟାବଣି ଗ୍ରାମରେ ଆଇଆରଡିଏମଏସ ଆନୁକୁଲ୍ୟରେ ମାଣ୍ଡିଆ ମଣ୍ଡି ଶୁଭ ଉଦ୍ଘଘାଟିତ

masiha

ରଥ ଯାତ୍ରା ନିମନ୍ତେ ପ୍ରସ୍ତୁତି ବୌଠକ  ମାଉସୀ ମା ପରିଚାଳନା କମିଟି ଗଠନ

masiha

Leave a Comment

error: Content is protected !!