ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ଯ୍ୟରତ ମହିଳା କର୍ମଚାରୀଙ୍କ ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ

ପାପଡାହାଣ୍ଡି,28/8,  — ନବରଙ୍ଗପୁର ଜିଲ୍ଲା ପାପଡାହାଣ୍ଡି ବ୍ଲକ କାର୍ଯ୍ୟାଳୟର ମହିଳା କର୍ମଚାରୀ ମାତମି ରମିଙ୍କ ସୋମବାର ଚିକତ୍ସାଧିନ ଅବସ୍ଥାରେ ମୃତ୍ୟୁ ହୋଇଛି | ସେ ଗତ କିଛି ଦିନ ହେଲା ସ୍ୱାସ୍ଥ୍ୟ ଅବସ୍ଥା ଠିକ ନ ଥିବାରୁ ମାଲକାନଗିରି ଜିଲ୍ଲା ପଡିଆରେ ରହୁଥିଲେ | ତାଙ୍କୁ ଉଚ୍ଚ ରକ୍ତ ଚାପ ଥିଲା | ହଟାତ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେବାରୁ ତାଙ୍କୁ ସ୍ଥାନୀୟ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତି କରାଯାଇଥିଲା, ଯେଉଁ ଠାରେ ଚିକତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା | ସେ ଗତ 12 ବର୍ଷ ଧରି ବ୍ଲକରେ ପିଅନ ଭାବେ କାର୍ଯ୍ୟରତ ଥିଲେ | ତାଙ୍କ ବିୟୋଗରେ ବିଡ଼ିଓ ଦିବାକର ବାଗଙ୍କ ଅଧକ୍ଷତାରେ ବ୍ଲକ କାର୍ଯ୍ୟାଳୟରେ ଏକ ଶୋକ ସଭାର ଆୟୋଜନ କରାଯାଇ ଦିବଂଗତ ଆତ୍ମାର ସତକାମନା କରାଯାଇଥିଲା | କାର୍ଯ୍ୟକ୍ରମରେ ବ୍ଲକର ସମସ୍ତ ବିଭାଗର କର୍ମଚାରୀ ଉପସ୍ଥିତ ଥିଲେ | ସେ ଶରଳ ଓ ମିଷ୍ଟା ଭାଷୀ ମହିଳା ଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ବେଆଇନ ନିର୍ମାଣରେ କାହାର ଅନୁମତି ? ବ୍ୟବସାୟ ନିମନ୍ତେ ସରକାରୀ ଜାଗା କିଣା’ବିକାରେ ମାଲେମାଲ

masiha

ରାସୋଳରେ ପଞ୍ଚାୟତ ସ୍ତରୀୟ ଆଲୋକୀକରଣ ବ୍ୟବସ୍ଥା ର ନଗ୍ନ ଚିତ୍ର।ରାସ୍ତା ଘାଟ ରେ ବିଜେ କରୁଛି ଅନ୍ଧକାର

ସାନଭି ଗ୍ରୁପର ଅଧ୍ୟୟନ ଆବାସିକ ଉଚ୍ଚମାଧ୍ୟମିକ ବିଦ୍ୟାଳୟ,ଢେଙ୍କାନାଳର ୨ୟ ରାଜ୍ଯସ୍ତରୀୟ ବାର୍ଷିକ ଉତ୍ସବ ସ୍ପର୍ଶ ୨୦୨୩-୨୪ ଅନୁଷ୍ଠିତ

masiha

Leave a Comment

error: Content is protected !!