ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ଭାବ୍ୟ ମରୁଡ଼ି ପରିସ୍ଥିତି, ଦାବିପତ୍ର ଦେବେ କୋକସରା ବ୍ଲକ ଚାଷି

କୋକସରା,୨୮/୮ // ଚଳିତ ବର୍ଷ ଅନିୟମିତତା ବର୍ଷା ଅନାବୃଷ୍ଟି କାରଣରୁ କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଖରିଫ ଧାନ ଚାଷ ବ୍ୟାପକ ଭାବେ ପ୍ରଭାବିତ ହୋଇଛି। ବ୍ଲକର ୨୨ ପଞ୍ଚାୟତ ମଧ୍ୟରୁ ବଡ଼ ପୋଡ଼ାଗୁଡା, ଆମପାଣି, ବରାଡୋଙ୍ଗା, କାଉଡୋଳା, ସାନ ପୋଡ଼ାଗୁଡା, ଡୁଡୁକାଠେଙ୍ଗା, ଗୋତୋମୁଣ୍ଡା, ମହିମା, ଟେମରା, ମାଝୀଗୁଡା, ଖୁଣ୍ଟିଆ ପଞ୍ଚାୟତରେ ଶତ ପ୍ରତିଶତ ମରୁଡି ସ୍ଥିତି ଉପୁଜିଥିବା ବେଳେ କୋକସରା, ଲଡୁଗାଁ, ଗମ୍ଭାରୀଗୁଡା, ରେଙ୍ଗାଳପାଲି, ଡ଼ହଗାଁ, ଡାଲଗୁମା, ମୂଷାପାଲି, ମୋଟେର, କାଶିବାହାଲ, କନ୍ଦାବୁଟ୍ରା ପଞ୍ଚାୟତରେ ମଧ୍ୟ ଅନେକ ଚାଷଜମି ବର୍ଷା ଅଭାବ ଯୋଗୁଁ ମରୁଡି ସ୍ଥିତି ଦେଖିବାକୁ ମିଳିଛି। ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ ରବିବାର କୋକସରା ବ୍ଲକ ଚାଷି ସଚେତନ ମଞ୍ଚର ଆବାହକ ଚାଷୀନେତା ଶିବ ପ୍ରସାଦ ପ୍ରଧାନୀଙ୍କ ସଭାପତିତ୍ୱରେ କୋକସରା ବ୍ଲକର ବିଭିନ୍ନ ପଞ୍ଚାୟତର ଚାଷୀମାନେ ଉପସ୍ଥିତ ରହି ମରୁଡି ସ୍ଥିତି ମୁକାବିଲା ସହ ଚାଷୀଙ୍କ କ୍ଷୟକ୍ଷତି ଜନିତ ସହାୟତା ପ୍ରଦାନ ପାଇଁ ଆସନ୍ତା ସେପ୍ଟେମ୍ବର ୪ ତାରିଖ ସୋମବାର ଦିନ ବ୍ଲକର ୨୨ ପଂଚାୟତର ଚାଷୀ ମାନେ ଏକତ୍ରିତ ହୋଇ ସ୍ଥାନୀୟ କୋକସରା ତହସିଲଦାରଙ୍କ ଜରିଆରେ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିବା ପାଇଁ ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସଚେତନ କୃଷକ ମଞ୍ଚ କର୍ମକର୍ତ୍ତା ମିନିକେତନ ପ୍ରଧାନୀ, ଜଗବନ୍ଧୁ ମାଝୀ, କମଳାକାନ୍ତ ପଣ୍ଡା, ଅତୁଲ୍ୟ ପ୍ରଧାନୀ, ରାଜୁ ସାହୁ, ନାରାୟଣ ପଟ୍ଟନାୟକ, ଜୟଲାଲ ନାଏକ, ଚିନ୍ତାମଣି ପଟେଲ, ମଙ୍ଗଲୁ ଚରଣ ଭାଟି, ଲକ୍ଷ୍ମୀ ଧର ପୁଝାରି, ହରେକୃଷ୍ଣ ନାଏକ, ଚକାଡୋଳା ପାତ୍ର ,ସୁଧୀର ପାତ୍ର, ମନିଜର ପୋଢ଼, ଗୋଦାବରୀଶ ପାତ୍ର, ଲୋକନାଥ ପାତ୍ର, ରୂପଧର ପୋଢ଼ ଓ ଅନ୍ୟ ଚାଷୀମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବନ୍ଧୁଗାଁ ବ୍ଲକ ସ୍ତରୀୟ ସ୍ୱୟଂ ସହାୟକ ଗୋଷ୍ଠୀ ଋଣ ମେଳା ଅନୁଷ୍ଠିତ 

Sunil Chandra Nayak

ଏକତ୍ର ର ନାଟ୍ଯ ଆଲୋଚନାଚକ୍ର , କାବ୍ୟ ଭିତରେ ନାଟକ ଶ୍ରେଷ୍ଠ କାବ୍ୟ: ନବୀନ ପରିଡା 

ସରକାରୀ ବିଦ୍ୟାଳୟର ବାର୍ଷିକୋତ୍ସବ

Sunil Chandra Nayak

Leave a Comment

error: Content is protected !!