ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପଞ୍ଚାୟତ କାର୍ଯ୍ୟାଳୟରେ ନାହାନ୍ତି ନିର୍ବାହି ଅଧିକାରୀ

ବନ୍ଧୁଗାଁ ତା ୨୯/୮/୨୩, କରାପୁଟ ଜିଲ୍ଲାର ୧୩ ଟି ପଞ୍ଚାୟତର କାର୍ଯ୍ୟ ନିର୍ବାହି ଅଧିକାରି ମାନେ ବହୁଦିନ ହେଲା ନାହାନ୍ତି I ଯୋଦ୍ୱାରାକି ପଞ୍ଚାୟତର ଜନ ସାଧାରଣ ମାନେ ନାହିଁ ନଥିବା ଅସୁବିଧା ହୋଉଛନ୍ତି I ନିର୍ବାହି ଅଧିକାରୀ ମାନେ ନିଜର ୩ ଦଫା ଦାବିକୁ ନେଇ ଭୁବନେଶ୍ୱର ଠାରେ ସରକାରଙ୍କ ନିକଟରେ ଦାବିକୁ ଦେଇ ଆସିଛନ୍ତି I ସେମାନଙ୍କ ଅନୁପସ୍ଥିତରେ ମଧ୍ୟ ରାଜ୍ୟ ସରକାରଙ୍କ ତରଫରୁ ପ୍ରଧାନ ମନ୍ତ୍ରୀ ଆବାସ ଯୋଜନାରେ ଗୃହ ବଣ୍ଟନ କରିଛନ୍ତି I ଘର ପାଇଥିବା ହିତାଧିକାରି ମାନେ ଚାରିମାସ ମଧ୍ୟରେ ନିଜ ଗୃହ କାମ ଶେଷ କଲେ ରାଜ୍ୟ ସରକାରଙ୍କ ତରଫୋରୁ କୋଡିଏ ହଜାର ଟଙ୍କାର ସହାୟତା ଯୋଗାଈ ଦେବା ପାଇଁ ବ୍ୟବସ୍ତା କରିଛନ୍ତି I ନୂତନ ଭାବେ ଘର ନିର୍ମାଣ ପାଇଁ ନିଜ ଖାତାରୁ ଟଙ୍କା ଉଠାଣ ପାଇଁ ହେଲେ ପଞ୍ଚାୟତ ନିର୍ବାହିଙ୍କ ଦସ୍ତଖତ ଆବଶ୍ୟକ ପଡିଥାଏ I ଏହା ସହିତ ଗାଁ ଗହଳି ମାନଙ୍କରେ ଅନେକ ଉନ୍ନୟନ ମୂଳକ କାର୍ଯ୍ୟ ଚାଲିଥିବା ବେଳେ ପଞ୍ଚାୟତ କାର୍ଯ୍ୟାଲୟରେ ପଞ୍ଚାୟତ ନିର୍ବାହି ଅଧିକାରୀ ଅନୁପସ୍ଥିତ ଯୋଗୁଁ ପଞ୍ଚାୟତର ଘର ପାଇଥିବା ହିତାଧୀକାରି ମାନେ ଅସୁବିଧାର ସମୁଖୀନ୍ନ ହୋଉଛନ୍ତି I ପଞ୍ଚାୟତ ନିର୍ବାହି ଅଧିକାରୀଙ୍କ ୩ ଦଫା ଦାବି ବିଷୟରେ କେବେ ଶୁଣିବେ ଓ ଓ ନିର୍ବାହି ଅଧିକାରୀ ମାନେ ନିଜ ନିଜ ପଞ୍ଚାୟତକୁ କେବେ ଫେରିବେ I ନିର୍ବାହି ଅଧିକାରୀଙ୍କ ଅନୁପସ୍ଥିତ ଯୋଗୁଁ ପଞ୍ଚାୟତର ହିତାଦି କାରିମାନେ ସରପଞ୍ଚଙ୍କ ସହ ହଟ ହଟା ହୋଉଥିବାର ଦେଖିବାକୁ ମିଳୁଛି I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଲାଞ୍ଜିଗଡ଼ ବ୍ଲକରେ ଯୋଗଦେଲେ ୨ ଜଣ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ

Sunil Chandra Nayak

ଏସିଆ କପ୍ ହକି ଚାମ୍ପିଅନସିପରେ ଶିଲାନନ୍ଦ ଲାକ୍ରାଙ୍କ ଉତ୍କୃଷ୍ଟ ପ୍ରଦର୍ଶନ ସେମିଫାଇନାଲ ମ୍ଯାଚରେ ମ୍ୟାନ୍‌ ଅଫ୍ ଦି ମ୍ୟାଚ୍

Sunil Chandra Nayak

କେନ୍ଦୁଡଙ୍ଗରି ଉପ ସ୍ବାସ୍ଥ୍ୟକେନ୍ଦ୍ର ପକ୍ଷରୁ ବୃକ୍ଷରୋପଣ ଓ ସ୍ୱଚ୍ଛତା ପକ୍ଷ ପାଳନ

Sunil Chandra Nayak

Leave a Comment

error: Content is protected !!