ମୟୂରଭଞ୍ଜ -୨୯/୮ ( ମସିହା) ସମସ୍ତଙ୍କ ଘରକୁ ପିଇବା ପାଣି ଯୋଗାଇବା ପାଇଁ ରାଜ୍ୟ ଓ କେନ୍ଦ୍ର ସରକାର କୋଟିକୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ବସୁଧା ଯୋଜନାରେ ଘରକୁ ଘର ପାନୀୟ ଜଳର ସୁବିଧା ପାଇଁ ଗାଁ କୁ ଗାଁ ବସୁଧା ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ,ମୟୁରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ସ୍ଥିତ ବାଉତିବେଡା ଗ୍ରାମପଞ୍ଚାୟତ ରେ ଥିବା ଚଟାଣି ଗ୍ରାମ ରେ ଦେଖିବାକୁ ମିଳିଛି ଏକ ଅଭାବନିୟ ଘଟଣା । ଗତ’ ୬ ମାସ ହବ RWSS ତରଫରୁ ଏକ ବସୁଧା ଜଳ ପାଇଁ ଟାଙ୍କି ତିଆରି ଚାଲିଥିବା ସମୟରେ ଉକ୍ତ କାର୍ଯ୍ୟରେ ସଂପୃକ୍ତ ଥିବା ଏକ ବ୍ୟକ୍ତି ଗୋରୁମହିଷାଣୀ ଥାନା ଅଂଚଳର ଶୈଳେଶ ନନ୍ଦ ପିତା କାମ ସାଇଡରୁ ଗତ ୧୯/୮ ଏକ ଜେନରେଟର,କଟର ମେସିନ,୮ ଏମ ରଡ଼ ବଣ୍ଡଲ କୁ ଚୋରି କରି OD11A1451 ନମ୍ବର ର ଏକ ପିକ ଅପ ଗାଡିରେ ଗୋରୁମୋହିସାଣି ଥାନା ଅନ୍ତର୍ତଗତ କୁଲେଇଶିଳା ପଞ୍ଚାୟତ ଅଂଚଳରେ ଲୁଚାଇ ରଖିଥିଲେ । ଏହାକୁ ନେଇ ନାରାୟଣ ଗିରି ନାମକ ବ୍ୟକ୍ତି ବିଶୋଇ ଥାନାରେ ଚୋରୀ ନେଇ ୧୯/୮ ରେ ଲିଖିତ ଅଭିଯୋଗ କରିଥିଲେ l ବିଶୋଇଥାନାର ଥାନାଧିକାରୀ ମିନି ଭୋଇ ଥାନାରେ ଏହାକୁ ନେଇ ଏକ ମାମଲା କେଶ ୧୫୫/୨୩ ରୁଜୁ କରିବା ସହ ଦନ୍ତକୁ ଜୋରଦାର କରିଥିଲେ । କୌଣସି ସୂତ୍ରରୁ ଖବର ପାଇ ବିଶୋଇ ପୋଲିସ ଏବଂ ଗୋରୁମହିଷାଣୀ ପୋଲିସ ସୋମବାର ରାତି ସମୟରେ ମିଳିତ ଭାବେ ଚଢ଼ାଉ କରି ୬ ଜଣ ଯୁବକଙ୍କୁ ଙ୍କୁ ଗିରଫ କରିବା ସହିତ ଚୋରି ହୋଇଥିବା ଜିନିଷ କୁ ଜବତ କରିଛି ବିଶୋଇ ପୋଲିସ। ଯୁବକ ମାନେ ହେଲେ ଗୋରୁମହିଷାଣି ଥାନା ଅଂଚଳର ସୁଦର୍ଶନପୁର ଗ୍ରାମର ଶୈଳେଶ ନନ୍ଦ ,ପ୍ରଣେଷ ମଣ୍ଡଳ, ଦୁଷ୍ମନ୍ତ ପାଲ,ସେକ ଅରମାନ,ବିକାଶ ମୁଣ୍ଡା ଏବଂ ଦେଶ ଦାସ । ସମସ୍ତଙ୍କୁ ଗିରଫ କରି ପୋଲିସ କୋର୍ଟ ଚାଲାଣ କରୁଛି ।ହେଲେ ଘଟଣାର ସଂପୃକ୍ତ ମୁଖ୍ୟ ଶୈଳେଶ ନନ୍ଦ କହିଥିଲେ ଆମେ ନିରିହ ଓ ଗରୀବ ।ପାଣିଟାଙ୍କି ନିର୍ମାଣର ଠିକାଦାର ମୁନା ମାଝୀ ଆମ କାମର ପ୍ରାପ୍ୟ ନ ଦେଇ ବାରମ୍ବାର ହଇରାଣ ହରକତ କରିବା ଫଳରେ ମୁଁ ପ୍ରତିଶୋଧପରାୟଣ ହୋଇଥିଲି । ଦିନକୁ ୭୦୦ ଟଙ୍କା ଦେବ କହି ୫୫୦ ଟଙ୍କା ଦେଉଥିଲା । ୩ ମାସରୁ ଉର୍ଦ୍ଧ୍ବ ହେଲା ଟଙ୍କା ଦେଇ ନାହିଁ ।ଫୋନ କଲେ ମୋ ନମ୍ବରକୁ ବନ୍ଦ କରି ଦେଇଛି ।ଏହି ଘଟଣାକୁ ନେଇ ଗୋରୁମହିଷାଣୀରେ ଖଟି ଖଟିରେ ଚର୍ଚ୍ଚା ଧରିଛି ଏବଂ ତାଜା ଖବରଟି ମୋବାଇଲକୁ ମୋବାଇଲ ଭାଇରାଲ ହେଉଛି ।
ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ


