ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଭାରତୀୟ ଜନତା ପାର୍ଟି ତରଫରୁ ଘେରାଉ ଓ ଆନ୍ଦୋଳନ କାର୍ଯ୍ୟକ୍ରମ

ନବରଙ୍ଗପୁର- (ମସିହା)ନବରଙ୍ଗପୁର ବ୍ଲକ୍ ଅନ୍ତର୍ଗତ ସିନ୍ଧିଗାଁ ଓ ପୁଜାରିଗୁଡ଼ା ପଞ୍ଚାୟତରେ ଭାରତୀୟ ଜନତା ପାର୍ଟି ତରଫରୁ ଘେରାଉ ଓ ଆନ୍ଦୋଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। ରାଜ୍ୟ ରେ ବିଜେଡି ୨୩ ବର୍ଷ ଶାସନରେ ଦୁର୍ନୀତି ଓ ଭ୍ରଷ୍ଟାଚାର ଚରମ ସୀମାରେ ପହଞ୍ଚିଛି କେନ୍ଦ୍ର ସରକାର ରାଜ୍ୟ ସରକାର ଯେତେ ଲକ୍ଷ ପ୍ରଧାନମନ୍ତ୍ରୀ ଆବାସ ମାଗିଥିଲେ ତାଠୁ ଲକ୍ଷ ଲକ୍ଷ ଅଧିକ ଆବାସ ଦେବାପରେ ମଧ୍ୟ ଅନେକ ଯୋଗ୍ୟ ହିତାଧିକାରୀ ଆବାସ ପାଇବାରୁ ବଞ୍ଚିତ ହୋଇଛନ୍ତି। PDS ଚାଉଳରେ ହେର୍ ଫେର୍, NREGS ରେ ଘୋଟାଲା, ।ରାଜ୍ୟ ରେ ଗଣତନ୍ତ୍ର ଶାସନ ବଦଳରେ ଧୃତରାଷ୍ଟ୍ର ଶାସନ ଚାଲିଛି ବୋଲି ରାଜ୍ୟ ସରକାର ଉପରେ ବର୍ଶିଥିଲେ ରାଜ୍ଯ କାର୍ଯ୍ୟକାରିଣୀ ସଦସ୍ୟ ଶ୍ରୀ ଗୌରୀ ଶଙ୍କର ମାଝୀ। ମହାମହିମ ରାଜ୍ୟପାଳଙ୍କ ଉଦ୍ଦେଶ୍ୟରେ ଗୋଟିଏ ସ୍ମାରକ ପତ୍ର ଦିଆଗଲା।ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲା ମିଡ଼ିଆ ପ୍ରଭାରୀ ଦେବଦାସ ମହାଙ୍କୁଡ଼, ଜିଲ୍ଲା କୋଷାଧ୍ୟକ୍ଷ ଶ୍ରୀ ଜ୍ୟୋତି ରଞ୍ଜନ କଂସ,ବାଇଦୁ ଭତ୍ରା,ରତ୍ନାକର ମାଳି,କମଲସାଇ ଭତ୍ରା,ଡମ୍ବରୁ ଭାତ୍ରା,ଜାମ୍ବ ଭତ୍ରା, ରମେଶ ମାଝୀ,ନାରାୟଣ ଭତ୍ରା ଉପସ୍ଥିତ ଥିଲେ ପ୍ରାୟ ତିନିଶହ କର୍ମୀ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍

Related posts

ବିଜେପି କର୍ମକର୍ତ୍ତାପାଳନ କଲେ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

Sunil Chandra Nayak

କେନ୍ଦ୍ର ବିରୋଧରେ ବିଜେଡି ର ଜୋରଦାର ବିକ୍ଷୋବ ପ୍ରଦର୍ଶନ

Sunil Chandra Nayak

ଧର୍ମଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ସନ୍ଦିକୁଲିହାରି ଠାରେ ବିଜୁ ଜନତା ଦଳର ସଂକଳ୍ପ ସମାବେଶ

masiha

Leave a Comment

error: Content is protected !!