ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମହିମା ପଞ୍ଚାୟତରେ ଅନିୟମିତତାକୁ ନେଇ ପ୍ରତିବାଦ କଲେ ବିଜେପି କର୍ମକର୍ତ୍ତା, ବିଡ଼ିଓ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର

କୋକସରା,୨୮/୮//କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ମହିମା ପଂଚାୟତରେ ସରକାରଙ୍କ ଯୋଜନାରେ ବ୍ୟାପକ ଅନିୟମିତତା ହେଉଥିବା ଅଭିଯୋଗ ହୋଇଛି । ସୋମବାର ଭାରତୀୟ ଜନତା ପାର୍ଟି ପକ୍ଷରୁ କଳାହାଣ୍ଡି ବିଜେପି ଯୁବମୋର୍ଚା ଯୁବନେତା ବିଜୟଦେଵ ସାହୁଙ୍କ ନେତୃତ୍ୱରେ ମହିମା ପଞ୍ଚାୟତ ସମ୍ମୁଖରେ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା । ପଞ୍ଚାୟତରେ ସରକାରୀ ଯୋଜନା ବାଟମାରଣା, ହିତାଧିକାରୀଙ୍କୁ ଅଣଦେଖା, ମନରେଗା ଯୋଜନା ଶ୍ରମିକଙ୍କୁ ପ୍ରାପ୍ୟ ଠିକ ସମୟରେ ନ ମିଳିବା, ପଞ୍ଚାୟତରେ ନିଯୁକ୍ତି ପାଇଥିବା ପିଓଇ ନିୟମିତ ଭାବେ ନଆସିବା, ଆଵାସ ଘର ଯୋଜନାରେ ଦୁର୍ନୀତି, ଘଣ୍ଟିଗୁଡା ରାଜସ୍ୱ ଗ୍ରାମକୁ ମାତ୍ର ୪ ଗୋଟି ଆଵାସ ଘର ମିଳିଥିବା ବେଳେ ଅନେକ ଯୋଗ୍ୟ ହିତାଧିକାରୀ ବାଦ ପଡିବା, ପିଡ଼ିଏସ ସାମଗ୍ରୀ ଠିକ ସମୟରେ ଯୋଗାଣ ନହେବା, ମୋ ଓଡିଶା ନବୀନ ଓଡିଶା ଯୋଜନାରେ ମିଳିଥିବା ୫୦ ଲକ୍ଷ ଅନୁଦାନକୁ ବ୍ୟକ୍ତିଗତ କାର୍ଯ୍ୟରେ ବିନିଯୋଗ ଭଳି ଅଭିଯୋଗ ପ୍ରମୁଖ ରହିଛି। ପରେ ମହିମା ସରପଞ୍ଚ ଇଶରାମ କୋଳଥିଆଙ୍କ ଜରିଆରେ କୋକସରା ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ କରି ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରାଯାଇଛି। ପଞ୍ଚାୟତ ଘେରାଉ ସମୟରେ ଆମପାଣି ମଣ୍ଡଳ ସଭାପତି ଅର୍ଜୁନ ଭାଟି, ସମ୍ପାଦକ ମଧୁବନ ପାତ୍ର, କୋକସରା ମଣ୍ଡଳ ପ୍ରଭାରୀ ଗରୁଡ଼।ଧ୍ଵଜ ନାଏକ, ଜିଲ୍ଲା କୃଷକ ମୋର୍ଚ୍ଚା ସମ୍ପାଦକ ଗଣେଶ ନନ୍ଦ, ନକୁଳ ନାଏକ, ଶଶି ଭୂଷଣ ମାଝୀ, ରାମସିଂ ମାଝୀ, ସନାତନ ସୁନାନୀ, ସୁମେଶ ନାଏକ, ଦୁର୍ଲ୍ଲଭ ଦାସ, ମକରନ୍ଦ ବାଗ, କେଶରୀ ମାଝୀ, ମାଧବ ଭରତିଆ ପ୍ରମୁଖ ବିଜେପିର କର୍ମକର୍ତ୍ତା ଉପସ୍ଥିତ ଥିଲେ।

ମସିହା ନିୟୁଜ୍ ସର୍ଭିସ୍ 

Related posts

ବିଦାୟକାଳୀନ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ

Sunil Chandra Nayak

ଛତିଶଗଡ ର ଅବକାରୀ ମନ୍ତ୍ରୀଙ୍କ ଦିନିକିଆ ଡାବୁଗାଁ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ

Sunil Chandra Nayak

ମଣ୍ଡି ରେ ଧାନ ବିକ୍ରୟ ନିମନ୍ତେ ଗଡ଼ିଲା କୃଷକ ସଚେତନତା ରଥ

masiha

Leave a Comment

error: Content is protected !!