ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ସାହିତ୍ୟ ସଂସଦର ବିଶ୍ବ କବିତା ଦିବସ ପାଳିତ

ରାଉରକେଲା/ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ବିଶ୍ବ କବିତା ଦିବସ ପାଳିତ ହୋଇଯାଇଛି। ସଂସଦର କାର୍ଯ୍ୟକାରୀ ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ସଭାପତିତ୍ବ ଓ ସାଧାରଣ ସଂପାଦକ ନୃସିଂହ ଚରଣ ବିଶ୍ବାଳଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ସ୍ତମ୍ଭକାର ଭୁପେନ ମହାପାତ୍ର ମୁଖ୍ୟ ଅତିଥି ଓ କବି ରାଜୀବ ପାଣି ମୁଖ୍ୟବକ୍ତା ଭାବେ ଯୋଗଦେଇ ଏହି ଦିବସର ପାଳନର ତାତ୍ପର୍ଯ୍ୟ ଉପରେ ମତ ରଖିଥିଲେ। ପ୍ରାରମ୍ଭରେ ସାଧାରଣ ସଂପାଦକ ଶ୍ରୀ ବିଶ୍ବାଳ ସମସ୍ତଙ୍କୁ ସ୍ବାଗତ କରିବା ସହ କାର୍ଯ୍ୟକ୍ରମ ସଂପର୍କରେ ସୂଚନା ପ୍ରଦାନ କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀ ମହାପାତ୍ର ତାଙ୍କ ବକ୍ତବ୍ଯରେ କହିଲେ ଯେ ଶବ୍ଦର ସଂଜମତା ହିଁ ସାହିତ୍ୟ। ବିଶ୍ବର ପ୍ରଥମ କବିତା ଶିଶୁର କ୍ରନ୍ଦନ ଓ କ୍ଷୁଧା ରୁ ସୃଷ୍ଟି ହୋଇଛି। ଯେଉଁ ସାହିତ୍ୟ ସମସ୍ତଙ୍କ ପାଖରେ ପହଞ୍ଚି ନ ପାରିଲା ସେ ସାହିତ୍ୟ ସାହିତ୍ୟ ନୁହେଁ। ମୁଖ୍ୟବକ୍ତା ଶ୍ରୀ ପାଣି କହିଲେ ଯେ କବିତା ସବୁବେଳେ ଅନ୍ବେଷଣ ର ସ୍ବର। କବିର ଲେଖନୀ ରେ ଖତଗଦାରେ ପଦ୍ମ ଫୁଟେ। କବିତାର ଅନ୍ତସ୍ବର ହେଉଛି ପ୍ରତ୍ୟେକ ମଣିଷ ଅନନ୍ୟ। ସଂପ୍ରତି କବିମାନେ ମାଟିମନସ୍କ ହେବା ଖୁସିର କଥା। ଦ୍ବିତୀୟ ପର୍ଯ୍ୟାୟରେ ମଞ୍ଜୁଳା ରଥଙ୍କ ସଭାପତିତ୍ବ ଓ ଦୀପ୍ତି ମହାନ୍ତିଙ୍କ ସଂଯୋଜନାରେ ସର୍ବଶ୍ରୀ ଉପେନ୍ଦ୍ର ବସ୍ତିଆ, ଅଭିରାମ ପ୍ରଧାନ, ଡଃ ସୁମନ ଦତ୍ତ, ଉର୍ବଶୀ ଦାଶ ପତି,ବବିତା ମହାଳିକ, ପ୍ରଫୁଲ୍ଲ ସାମଲ, ଜଳଧର ପ୍ରଧାନ, ମିତା ପ୍ରଧାନ, ବ୍ରଜବିହାରୀ ଦାଶ, ସୁକାନ୍ତୀ ନାୟକ, ତ୍ରିଲୋଚନ ସ୍ବାଇଁ, ପ୍ରକାଶ ଚନ୍ଦ୍ର ସେଠୀ, ନୃସିଂହ ଚରଣ ବିଶ୍ବାଳ,କନକଲତା ମିଶ୍ର, ପୀତବାସ ପ୍ରଧାନ, ରାଜକୁମାର ମହାନ୍ତି, ଅର୍ଚ୍ଚନା ପାତ୍ର, ବସନ୍ତ ବିଶ୍ବକର୍ମା, ମୀନକେତନ ପଶାୟତ, ଭରତ କୁମାର ଶତପଥୀ, ଶ୍ବେତକୁମାର ବେହେରା, ସ୍ନେହଲତା ପଟ୍ଟନାୟକ, ଭୂପେନ ମହାପାତ୍ର, ବ୍ରଜେନ୍ଦ୍ର ଦାଶ, ବନଲତା ମିଶ୍ର, ସଂଜୀବ କୁମାର ଭୋଇ, ବଳରାମ ରାଉଳ,କଳ୍ପନା ନନ୍ଦ, ଶଙ୍କର ପ୍ରସାଦ ତ୍ରିପାଠୀ,କୁଂଜବିହାରୀ ରାଉତ, କମଳା କାନ୍ତ ଦାସ,ବଳରାମ ଦାଶ, ଅକ୍ଷୟ ସାମଲ, ସୁକାନ୍ତ ଚନ୍ଦ୍ର ଖୁଣ୍ଟିଆ, ଗଙ୍ଗାଧର ପୁହାଣ, ବିଷ୍ଣୁ ପ୍ରସାଦ ରଥ, ବିଭୁତି ଭୂଷଣ ଦାସ, ମନୋଜ କୁମାର ନନ୍ଦ, ଗୀତାରାଣୀ ବେହେରା, ବିଜୟିନୀ ଜେନା, ରଙ୍କନିଧୀ ସେଠୀ, ବିଜୟ କୁମାର ସେନାପତି ପ୍ରମୁଖ କବିତା ପାଠ କରିଥିବାବେଳେ ଅଭିରାମ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଉତ୍କଳମଣି ଗୋପବନ୍ଧୁ ୱେଲେଫେୟାର ଟ୍ରଷ୍ଟ ପକ୍ଷରୁ ଗୋପନ୍ଧୁଙ୍କ ଜୟନ୍ତୀ ପାଳନ

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ନୁଆଁ ପିଡିର , ନୁଆଁ ଯାତରା

Sunil Chandra Nayak

ଖଇରା ବ୍ଲକରେ ୧୦ମ ଶ୍ରେଣୀ ପରୀକ୍ଷାରେ ଟପ୍ପର ହେଲେ ବର୍ଷା ମହାପାତ୍ର

Leave a Comment

error: Content is protected !!