ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ମହାସଂଘର ଡ୍ରାଇଭର ଦିବସ ପାଳିତ

ଡାବୁଗାଁ, ୧/୯ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ରେ ଓଡିଶା ଡ୍ରାଇଭର ମହାସଂଘ ର ଡ୍ରାଇଭର ଦିବସ ଶୁକ୍ରବାର ପାଳିତ ହୋଇଯାଇଛି | ଏଥିରେ ଡାବୁଗାଁ ଶାଖାର ସମସ୍ତ ସଭ୍ୟ ମାନେ ସ୍ଥାନୀୟ ଟ୍ୟାକ୍ସି ଷ୍ଟାଣ୍ଡରେ ଏକତ୍ରିତ ହୋଇ ଏକ ରାଲିରେ ବାହାରି ବଜାର ପରିକ୍ରମା କରି ଟ୍ୟାକ୍ସି ଷ୍ଟାଣ୍ଡରେ ପହଞ୍ଚି ସେଠାରେ ସଭା କରିଥିଲେ | ସଭା ଶେଷରେ ସମସ୍ତ ଡ୍ରାଇଭର ମାନେ ଶପଥ ନେଇଥିଲେ | ଏଥିରେ ଓଡିଶା ଡ୍ରାଇଭର ମହାସଂଘ ର ଡାବୁଗାଁ ବ୍ଲକ ସଭପତି ସନ୍ତୋଷ ଭତ୍ରା, ଉପସଭାପତି ଦିଲ୍ଲୀପ ନାୟକ, ସମ୍ପାଦକ ଅମିର ଅଲ୍ଲୀ ଖାନ, ସହ ସମ୍ପାଦକ ବିଶ୍ଵଜିତ ବୈଠାରୁ, କୋଷାଧ୍ୟକ୍ଷ ଉମାକାନ୍ତ ପାତ୍ର, ପି. ଭୈରବ ରାଓ, ମୋହନ ତିଲକ, ଡମ୍ବରୁ ନାୟକ,ଧନୀ ବିଶୋଇ, ତ୍ରିନାଥ ଷଡଙ୍ଗୀ, ମନୋଜ ନାୟକ, ରାମକୃଷ୍ଣ ହରିଜନ, ମାଣିକ ଚନ୍ଦ୍ର ମାଝି, ଦୟାବାନ ଭତ୍ରା ଙ୍କ ସମେତ ବହୁ ସଂଖ୍ୟାରେ ଡ୍ରାଇଭର ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ଦିବ୍ୟ ଜୀବନ ସଂଘର ରୈ।ପ୍ୟ ଜୟନ୍ତୀ ପାଳନ 

masiha

ସକାଳ ର ତୃତୀୟ ସ୍ଵନକ୍ଷତ୍ର ଦିବସ ଓ ବିଶ୍ଵ ଏଡ୍ସ ଦିବସ ପାଳନ

masiha

ଢେଙ୍କାନାଳରେ ଜିଲ୍ଲା ସ୍ତରୀୟ “ବନ୍ଦେ ମାତରମ @୧୫୦” କାର୍ଯ୍ୟକ୍ରମ ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!