ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘର ପ୍ରଥମ ଦିବସ ପାଳିତ 

ବନ୍ଧୁଗାଁ, କୋରାପୁଟ //କୋରାପୁଟ ଜିଲ୍ଲା ଆନ୍ଧ୍ର ସୀମାନ୍ତ ବର୍ତ୍ତି ବନ୍ଧୁଗାଁ ବ୍ଲକର ସାନ ସରୁପାଲ୍ଲୀ ଠାରେ ଓଡିଶା ଡ୍ରାଇଭର ମହା ସଂଘ ଆହ୍ବନ କ୍ରମେ ସେପ୍ଟେମ୍ବର ୧ ତାରିଖକୁ ଓଡ଼ିଶା ଡ୍ରାଇଭର ମହା ସଂଘ ଦିବସ ଭାବେ ପାଳନ କରିବା ପାଇଁ ଓଡ଼ିଶା ଡ୍ରାଇଭର ମହା ସଂଘର ରାଜ୍ୟ ସଭାପତି ପ୍ରଶାନ୍ତ ମିନ୍ଦୁଳି ଏବଂ ତାଙ୍କ କମିଟି ନିଷ୍ପତ୍ତି କ୍ରମେ ଆଜି ବନ୍ଧୁଗାଁ ଶାଖା ଦ୍ଵାରା ପ୍ରଥମ ଡ୍ରାଇଭର ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ତରଫରୁ ସାନ ସରୁପାଲ୍ଲୀ ଠାରୁ ବନ୍ଧୁଗାଁ ଥାନା ପର୍ଯ୍ୟନ୍ତ ଏକ ସଭାଯାତ୍ରାରେ ବାହାରି ସମସ୍ତଙ୍କୁ ଗାଡ଼ି ଚଳାଇବାର ସମୟରେ ଟ୍ରାଫିକ ଠାରୁ ଆରମ୍ଭ କରି ନିଜ ସତର୍କତା ଅବଲମ୍ବନ କରିବାକୁ ଲୋକଙ୍କୁ ସଚେତନତା କରିଥିଲେ। ଏହା ପରେ ସାନ ସରୁପାଲ୍ଲୀ ଠାରେ ଥିବା ଡ଼୍ରାଇଭର ମହାସଂଘ କାର୍ଯ୍ୟାଳୟ ଠାରେ ଡ଼୍ରାଇଭର ଭାଇ ମାନେ ଏକତ୍ରିତ ହୋଇ ବନ୍ଧୁଗାଁ ଶାଖା ଡ଼୍ରାଇଭର ମହାସଂଘ ସଭାପତି ଲକ୍ଷ୍ମୀକାନ୍ତ ମାଝୀଙ୍କ ଅଧ୍ୟକ୍ଷତାରେ ସଭା କରାଯାଇ ଉପସ୍ଥିତ ଥିବା ଡ଼୍ରାଇଭର ଭାଇ ମାନେ ଯେପରି ଗାଡ଼ି ଚଳାଇବା ସମୟରେ ନିୟମ ମାନି ଚଳାଇବା ପରସ୍ପରକୁ ସାହାଯ୍ୟ କରି ଏଭଳି ଅନେକ ବିଷୟରେ ଆଲୋଚନା କରାଯାଇଥିଲା। ଏହି ଡ଼୍ରାଇଭର ମହାସଂଘର ପ୍ରଥମ ଦିବସ ଅବସରରେ ଗଣମାଧ୍ୟମ ପ୍ରତିନିଧିମାନଙ୍କୁ ଉତ୍ତରୀୟ ଦେଇ ସମ୍ମାନୀତ କରାଯାଇଥିଲା। ଉକ୍ତ ସଭାଟିକୁ ଡ଼୍ରାଇଭର ମହାସଂଘ ଉପ ସଭାପତି ସନ୍ତୋଷ କୁମାର ନାଗ ପରିଚାଳନା କରିଥିବା ବେଳେ ସମ୍ପାଦକ ପ୍ରିୟରଞ୍ଜନ ରାୟ ଏବଂ ଶରତ କୁମାର ପାଣି ସହଯୋଗ କରିଥିଲେ।

କୋରାପୁଟ ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ନେହେରୁ ଯୁବକେନ୍ଦ୍ର ଆନୁକୂଲ୍ୟରେ ପଲସାପଡା ଠାରେ ଶ୍ରମଦାନ ଶିବିର ଅନୁଷ୍ଠିତ 

Sunil Chandra Nayak

ଜିପିଡିପି ଉନ୍ନୟନ ମୂଳକ କାର୍ଯ୍ୟ ପାଇଁ ତିନି ଦିନିଆ ତାଲିମ ଶିବିର 

masiha

ଚଳିତ +୨ ବାର୍ଷିକ ପରୀକ୍ଷା-୨୦୨୫ରେ ଢେଙ୍କାନାଳ ସରକାରୀ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଛାତ୍ରୀଙ୍କ ସଫଳତା 

masiha

Leave a Comment

error: Content is protected !!