ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଇସ୍ପାତ ଖଟିରେ ବିଶ୍ବ କବିତା ଦିବସ ପାଳନ

ରାଉରକେଲା/ ଇସ୍ପାତ ମାର୍କେଟ ପରିସରରେ ଥିବା ଇସ୍ପାତ ଖଟିରେ କବି ଆର୍ତ୍ତତ୍ରାଣ ମହାପାତ୍ରଙ୍କ ପୌରହିତ୍ୟରେ ବିଶ୍ବ କବିତା ଦିବସ ପାଳିତ ହୋଇଯାଇଛି। ଉପସ୍ଥିତ କବି ଓ ସାହିତ୍ୟିକ ମାନେ ଏହି ଅବସରରେ ମତ ରଖି କହିଲେ ଯେ କବି ମନର ଅଭିବ୍ୟକ୍ତି ଶବ୍ଦର ରୂପନେଇ କବିତା ସୃଷ୍ଟି ହୋଇଥାଏ। କବିତା କବି ମନର କଥାକୁ ଅତି ସହଜ ଭାଷାରେ କହି ବସିଥାଏ। କବିତାର ଅଭିବ୍ୟକ୍ତି ମାଧ୍ୟମରେ ଭାଷା ବିବିଧତାକୁ ସମର୍ଥନ କରିବା ଏବଂ ଲୋପ ପାଉଥିବା ଭାଷାକୁ ସୁରକ୍ଷା ପ୍ରଦାନ କରିବା ଏହି ଦିବସର ମୂଳ ଲକ୍ଷ୍ୟ ବୋଲି କହିଥିଲେ। ଏହି ଅବସରରେ ଡଃ ସୁମନ ଦତ୍ତ, ଗାଳ୍ପିକ କାଶୀନାଥ ନନ୍ଦୀ, ସାହିତ୍ୟ ଏକାଡେମୀ ଦ୍ଵାରା ପୁରସ୍କୃତ ଶିଶୁସାହିତ୍ଯିକ ଦେବେନ୍ଦ୍ର ଚୌଧୁରୀ, ଯୁବ କବି ଅଶୋକ କୁମାର ରାଉତ ଓ କବି କୁଞ୍ଜବିହାରୀ ରାଉତ ଓ ଶ୍ରୀ ମହାପାତ୍ର ସ୍ବରଚିତ କବିତା ପାଠ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ ।

Related posts

ନନ୍ଦିନୀ ରାଉତ ଙ୍କ କବିତା ଏମିତି କାହିଁକି ହେଲା

Sunil Chandra Nayak

ବିରିବୋଲେଇ ଗ୍ରାମରେ ଦଶହରା ପୂଜା ଅନୁଷ୍ଠିତ 

Sunil Chandra Nayak

ନିଖୋଜ ଯୁବକ ଙ୍କ ଗଳିତ ଶବ ଜଙ୍ଗଲ ମଧ୍ୟରେ ଠାବ, ସନ୍ଧାନୀ କୁକୁର ଦ୍ୱାରା ମୃତ ଶବ କୁ ଠାବ କଲା ପୋଲିସ

Sunil Chandra Nayak

Leave a Comment

error: Content is protected !!