ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅନିୟମିତତା ବର୍ଷାରେ ଗୋଲାମୁଣ୍ଡା ବ୍ଲକ ସମ୍ପୂର୍ଣ୍ଣ ଗଜା ମରୁଡି , ଚାଷୀଙ୍କ କାମରେ ଆସୁନି ବ୍ଲକ ସ୍ତରୀୟ ଚେକଡ୍ୟାମ

ଗୋଳାମୁଣ୍ଡା/1/9/23 /ନିର୍ଭୟ, ନିରପେକ୍ଷ ମସିହା/ କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ବ୍ଲକରେ ଅନିୟମିତତା ବର୍ଷା ଯୋଗୁଁ ସମ୍ପୂର୍ଣ୍ଣ ଗଜା ମରୁଡି ଦେଖା ଦେଇଛି । ବ୍ଲକରେ ୨୮ ଗୋଟି ପଞ୍ଚାୟତ ଥିବା ବେଳେ ଚାଷୀଙ୍କ ପାଇଁ ପ୍ରତି ପଞ୍ଚାୟତରେ ଚାରି ରୁ ପାଞ୍ଚଟି ଲେଖାଏଁ ଚେକଡ୍ୟାମ ଗୁଡିକ ନିର୍ମାଣ କରାଯାଇଥିଲେ ସୁଦ୍ଧା କାମରେ ଆସୁ ନ ଥିବାରୁ ଚାଷୀ ମହଲରେ ଅସନ୍ତୋଷ ପ୍ରକାଶ ପାଇଛି । ଚାଷୀଙ୍କ କହିବା ଅନୁଯାୟୀ ଚେକଡ୍ୟାମ ଗୁଡିକ ଠିକାଦାର, ରାଜନେତା ଓ କର୍ମଚାରୀଙ୍କ ପାଇଁ ତିଆରି ହୋଇଛି ଚାଷୀଙ୍କ ପାଇଁ ତିଆରି ହୋଇ ନାହିଁ ବୋଲି ବୁଦ୍ଧିଜୀବି ମହଲରେ ଚର୍ଚ୍ଚା ହେଉଛି । ବ୍ଲକର କେତେ ପଞ୍ଚାୟତ ରୁଆ ବେଉଷଣ କାର୍ଯ୍ୟ ସରିଥିବା ବେଳେ ଆଉ କେତେ ପଞ୍ଚାୟତ ରୁଆ ବେଉଷଣ ହୋଇପାରି ନାହିଁ । ବର୍ତ୍ତମାନ ବର୍ଷା ଋତୁ ଶେଷ ହେଲାଣି ଜମି ବାଡ଼ିରେ ପାଣି ଟୋପାଏ ଦେଖିବାକୁ ମିଳୁନି । ଯେଉଁ ଜମି ଗୁଡିକ ରୁଆ ବେଉଷଣ ହୋଇଥିଲେ ସୁଦ୍ଧା ସେହି ଜମିଗୁଡିକ ଫାଟି ଆଁ କଲାଣି । ଯଦି ବ୍ଲକ ସ୍ତରୀୟ ଚେକଡ୍ୟାମ ଚାଷୀଙ୍କ କାମରେ ଆସନ୍ତା ହେଲେ କିଛି ଜମିଗୁଡିକ ମରୁଡ଼ିରୁ ବଞ୍ଚିତ ହୋଇଥାନ୍ତା ବୋଲି ଚାଷୀ ମହଲରେ ଚର୍ଚ୍ଚା ହେଉଛି । ସରକାର ଜୟ ଯବାନ ଜୟ କିଷାନ ନାରାବାଜି ଦେଉଥିବା ବେଳେ ଚାଷୀଙ୍କ ପ୍ରତି କଣ କରିଛନ୍ତି ବୋଲି ଚାଷୀ ମହଲରେ ପ୍ରଶ୍ନ ଉଠିଛି । ଚାଷୀ ବ୍ୟାଙ୍କ ଋଣ କିମ୍ବା ହାତ କରଜ କରି ଚାଷ କରିଥିବା ବେଳେ ଅଭାବି ବର୍ଷା ଚାଷୀଙ୍କ ପାଇଁ ବାଧକ ସାଜିଛି । ଏପରି ସ୍ଥିତିରେ ଚାଷୀ ବ୍ୟାଙ୍କ ଋଣ ସୁଝିବ ନା ନିଜର ପରିବାର ପ୍ରତିପୋଷଣ କରିବ ଚିନ୍ତାରେ ଚାଷୀକୁଲ । ଏପଟେ ଭୟାଭୟ ମରୁଡି ଦେଖାଦେଇଥିବା ବେଳେ କୃଷି ବିଭାଗ କର୍ମଚାରୀ ମାନେ ନିରବ ଦ୍ରଷ୍ଟା ସାଜିଛନ୍ତି । ଗତ ମଙ୍ଗଳବାର ଦିନ ନକଟିକାନି ଗ୍ରାମପଞ୍ଚାୟତକୁ ତୁରନ୍ତ ମରୁଡି ଘୋଷଣା କରାଯାଉ ବୋଲି ଗୋଲାମୁଣ୍ଡା ତହସିଲଦାର ଏବଂ କୃଷି ଅଧିକାରୀଙ୍କୁ ଉକ୍ତ ପଞ୍ଚାୟତର ଅନେକ ଚାଷୀ ଦାବିପତ୍ର ଦେଇ ଆସନ୍ତା ୮ଦିନ ଭିତରେ ମରୁଡି ଘୋଷଣା ନ କଲେ ତହସିଲ ଅଫିସ ଘେରାଓ କରାଯିବ ବୋଲି ଚେତାବନୀ ଦେଇଛନ୍ତି । ଏ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ବ୍ଲକ କୃଷି ବିଭାଗ ସହ ଗୋଳାମୁଣ୍ଡା ବ୍ଲକ ସମସ୍ତ ପଞ୍ଚାୟତ ତଦନ୍ତ କରି ସହାୟତା ଦେବାକୁ ଚାଷୀ ମହଲରେ ଦାବି ହେଉଛି ।

ଗୋଲାମୁଣ୍ଡାବ୍ଲକ ରୁ ରାମ କୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ନିଉଜ

Related posts

ତିରିଂ ମାଙ୍କିଡିହୀଘାଟୀରେ ବିଶ୍ବ ଆଦିବାସୀ ଦିବସ ସମାରୋହ ଧୂମଧାମରେ ପାଳିତ 

masiha

ବିଶ୍ଵ ଶାନ୍ତି ଷୋହଲ ପ୍ରହର ନାମ ଯଜ୍ଞ ଉଦଯାପିତ

Sunil Chandra Nayak

ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରର ବାର୍ଷିକ ଉତ୍ସବ

Sunil Chandra Nayak

Leave a Comment

error: Content is protected !!