ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଜି ରାଉତ କଲେଜ ପ୍ରାଧ୍ୟାପକ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା

କାମାକ୍ଷାନଗର (ମନିସ )1/9/23 // ଭୁବନ ବାଜି ରାଉତ ସ୍ମୃତି ମହାବିଦ୍ୟାଳୟ ର ରାଜନୀତି ବିଜ୍ଞାନ ପ୍ରାଧ୍ୟାପକ ଶ୍ରୀଯୁକ୍ତ ହିମାଂଶୁ ଶେଖର ମିଶ୍ର ଙ୍କୁ ଅବସର କାଳୀନ ସମ୍ବର୍ଦ୍ଧନା ଦିଆଯାଇଛି । କଲେଜ ଅଧ୍ୟକ୍ଷ ଅଜିତ କୁମାର ବେହେରା ଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସମ୍ବର୍ଦ୍ଧନା ସଭାରେ ସଂସ୍କୃତ ବିଭାଗ ମୁଖ୍ୟ ଗୌରାଙ୍ଗ ଚରଣ ମହାରଣା , ଇତିହାସ ବିଭାଗ ମୁଖ୍ୟ ପ୍ରଫୁଲ୍ଲ କୁମାର ଭୂୟାଁ , ଓଡ଼ିଆ ବିଭାଗ ମୁଖ୍ୟ ବାସୁଦେବ ସାହୁ ଙ୍କ ସମେତ ଅଧ୍ୟାପକ ଅନିଲ କୁମାର ଧୀର , ଅଧ୍ୟାପିକା ଦେବଯାନୀ ପାଣି , ଅଧ୍ୟାପିକା ରଜନୀ ବିଜ୍ଞାନ , ଗ୍ରନ୍ଥାଗାରିକ ନନ୍ଦ କିଶୋର ଧୀର , ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ପ୍ରମୁଖ ଉପସ୍ଥିତ ରହି ପ୍ରାଧ୍ୟାପକ ହିମାଂଶୁ ମିଶ୍ରଙ୍କ ଶିକ୍ଷାଦାନ ଶୈଳୀ, ସମୟାନୁ ବର୍ତିତା,କାର୍ଯ୍ୟ ଦକ୍ଷତା,କର୍ତ୍ତବ୍ୟ ନିଷ୍ଠା ଓ କର୍ମମୟ ଜୀବନ ସମ୍ପର୍କରେ ଆଲୋକପାତ କରିଥିଲେ । ଅଧ୍ୟାପକ ,କର୍ମଚାରୀ ମାନେ ଉପହାର ପ୍ରଦାନ କରିବା ସହ ତାଙ୍କର ଦୀର୍ଘ ନିରାମୟ ଜୀବନ କାମନା କରି ଅଶ୍ରୁଳ ବିଦାୟ ଜଣାଇଥିଲେ । ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭାରେ ଅବସର ଗ୍ରହଣ କରୁଥିବା ପ୍ରାଧ୍ୟାପକ ଙ୍କ ପରିବାର ଯୋଗଦେଇଥିଲେ ।

ହିମାଂଶୁ ସାର ଙ୍କ ଉଦ୍ଦେଶ୍ୟ ରେ ମୁଖ୍ୟ କିରାଣୀ କୈଳାଶ ଚନ୍ଦ୍ର ବେହେରା ଭାବ ବିହ୍ବଳ ସ୍ବରଚିତ କବିତା ପାଠ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

କଞ୍ଜୁମର ୱଲଫେୟାର ଆଣ୍ଡ ଲିଗାଲ କମ୍ପ୍ଲଏନ୍ସ କମିଶନ ଅଫ ଇଣ୍ଡିଆ ତରଫରୁ ଡେଙ୍ଗୁ ଏବଂ ମ୍ୟାଲେରିଆ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ 

Sunil Chandra Nayak

ଚର୍ଚ୍ଚାର ଶୀର୍ଷରେ ଆଞ୍ଚଳିକ ବିକାଶ ପରିଷଦ 

masiha

କଳାହାଣ୍ଡି ଉତ୍ସବ “ଘୁମୁରା” ୨୦୨୫ ଅବସରରେ  ମହୁଲପାଟଣା ଠାରେ ନୌଚାଳନା ଓ ତୀର ଚାଳନା ପ୍ରତିଯୋଗିତ

masiha

Leave a Comment

error: Content is protected !!