ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରକାରୀ ଜାଗାରେ ଗୃହ ନିର୍ମାଣ କୁ ଗ୍ରାମବାସୀ ବିରୋଧ

ତେନ୍ତୁଳିଖୁଣ୍ଟି ୦୨/୦୯/୨୩ତେନ୍ତୁଳିଖୁଣ୍ଟି ବ୍ଳକର ପୂଜାରିଗୁଡା ଗ୍ରାମର ଅଜିତ କୁମାର ଭାତ୍ରା ସରକାରୀ ଜାଗାରେ ଗୃହନିର୍ମାଣ କୁନେଇ ବିବାଦ ଦେଖା ଦେଇଛି। ପୂଜାରିଗୁଡା ଗ୍ରାମର ଅଙ୍ଗନବାଡି କେନ୍ଦ୍ର ଦୁଇଟି ରହି ଅଛି ସେହି କେନ୍ଦ୍ର କୁ ଲାଗି କିଛି ଖାଲିଯାଗା ରହି ଅଛି ସେହି ଜାଗାରେ ଅଜିତ ଘର ତିଆରି  କରୁଥିବା ରୁ  ସେହି ଜାଗାରେ ଘର ନ କରିବା କୁ ଗ୍ରାମବାସୀ ଙ୍କ ଦାବୀ। ସେହି ଜାଗାରେ ଅଗଷ୍ଟ 15 ତାରିଖରେ ସରକାରୀ ଭାବେ ଗଛ ଲଗାଯାଇଥିଲା।ଗଛ କୁ ଉପାଡି ଫିଙ୍ଗି ଦେଇ ସେହି ଜାଗାରେ ଘର ତିଆରି କରିବା ପାଇଁ ଗାତ ଖୋଳୁଥିବା ରୁ ସେ ଦୁଇ କେନ୍ଦ୍ର ର ଅଙ୍ଗନବାଡି କର୍ମୀ ବାରଣ କରିଥିଲେ ମାତ୍ର ଅଜିତ ଶୁଣି ନ ଥିଲେ ।ସେହି ଗ୍ରାମର କେତେକ ବ୍ୟକ୍ତି  ସରପଞ୍ଚ  ଅନାଦି ମାଝୀ  ଚିଠି ମାଧ୍ୟମରେ  ତହସିଲଦାର, ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କୁ ଅବଗତ କରିଥିବା ଜଣାପଡ଼ିଛି।ସେହି ଜାଗାରେ ନ କରିବା କୁ ଗ୍ରାମବାସୀ  କହିଛନ୍ତି ।ସେହି ଜାଗାରେ କେମିତି ପ୍ରକାରେ ଅଜିତ ଘର କରୁଥିବା ସାଧାରଣ ରେ ସନ୍ଦେହ ପ୍ରକାଶ କରୁଛନ୍ତି ।ସରକାର ଙ୍କ ଘର ଜିଅ ଟେଗ କଲା ପରେ ହିଁ ଘର ଆରମ୍ଭ କରିବା କଥା ମାତ୍ର ସରକାରୀ ଜାଗାରେ କେମିତି ଜିଓ ଟେଗ ହୋଇଛି ବୋଲି ଗ୍ରାମବାସୀ କହିଛନ୍ତି। ପ୍ରଧାନମନ୍ତ୍ରୀ ଆବାସ ଗୃହ ହିତାଧିକାରୀଙ୍କ ନିଜ ନାମ ବା ପିତା ରେକର୍ଡ ରେ ଘର ତିଆରି କରିବା ପାଇଁ  ନିୟମ ଥିବା ବେଳେ ଏହି ହିତାଧିକାରୀ ରେକର୍ଡ ନ ଥିବା ଜାଗାରେ କେମିତି ଘର ତିଆରି କରୁଛନ୍ତି ବୋଲି ଏହି ଅଜିତ ପାଇଁ ଅଲଗା  ନିୟମ ରହିଛି କି ବୋଲି   ସାଧାରଣ ରେ ଚର୍ଚ୍ଚା ରହୁଥିବା ଜଣାପଡ଼ିଛି।

ତେନ୍ତୁଳିଖୁଣ୍ଟି ରୁ ଗୋବର୍ଦ୍ଧନ ସାହୁ ଙ୍କ ରିପୋର୍ଟ୍ 

Related posts

ବ୍ଲକ ସ୍ତରୀୟ ଆଦିବାସୀ କ୍ରୀଡା ଓ ସାଂସ୍କୃତିକ ମହୋତ୍ସବ 

masiha

ବିଶିଷ୍ଟ ପାଲା ଗାୟକ ରତିକାନ୍ତ ବାରିକଙ୍କ ମୃତ୍ୟୁ

Sunil Chandra Nayak

ମରୁଡି ଘୋଷଣା ପାଇଁ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ

masiha

Leave a Comment

error: Content is protected !!