ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅଙ୍ଗନବାଡି କେନ୍ଦ୍ର କୁ ଛାତ୍ର ଛାତ୍ରୀ ମାନଙ୍କ ନିମନ୍ତେ ପୋଷାକ ଯୋଗାଇଦେଲେ ସ୍ଵୟଂ ସହାୟିକା ଦଳ

ଡାବୁଗାଁ, ୨/୯(ମ.ନି.ସ.)- ଶନିବାର ନବରଙ୍ଗପୁର ଜିଲା ଡାବୁଗାଁ ବ୍ଳକର ଚଚରାଗୁଡା ଓ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତ ଅଧୀନରେ ଥିବା ସମସ୍ତ ଅଙ୍ଗନବାଡି କେନ୍ଦ୍ର ଛାତ୍ରୀ ଛାତ୍ର ମାନଙ୍କ ପୋଷାକ ଯୋଗାଣ କରିବା ନିମନ୍ତେ ସ୍ଵୟଂ ସହାୟିକା ଦଳଙ୍କୁ ଶିଶୁ ସମ୍ମନ୍ଵିତ ବିକାଶ ପ୍ରକଳ୍ପ ଅଧିକାରୀ ଙ୍କ ଦ୍ଵାରା ନିର୍ଦ୍ଦେଶ ଦିଆଯାଇଥିଲା l ମହିଳା ମାନଙ୍କୁ ସଶକ୍ତି କରଣ ନିମନ୍ତେ ଉକ୍ତ କାର୍ଯ୍ୟ ଡାବୁଗାଁ ଜୟନ୍ତୀନଗର ର ମାଁ ମହାମାୟୀ ସ୍ଵୟଂ ସହାୟିକା ଦଳ ଉପରେ ନ୍ୟସ୍ତ କରାଯାଇଥିଲା l ଉକ୍ତ ର ସ୍ଵୟଂ ସହାୟିକା ଦଳ ସଭାପତି ବବିତା କୁମାରୀ ଜେନା ଓ ସମ୍ପାଦିକା ମମତା ଜେନା ଙ୍କ ସହ ଆଠ ଜଣ ସଭ୍ୟା ଙ୍କ ଚେଷ୍ଟା ରେ ଚଚରାଗୁଡା ଗ୍ରାମ ପଞ୍ଚାୟତର ୨୦ ଟି ଅଙ୍ଗନବାଡି କେନ୍ଦ୍ର ର ପ୍ରାକ୍ ଛାତ୍ରୀ ୨୪୪ ଜଣ, ଛାତ୍ର ୨୪୫ ଜଣ ଙ୍କ ନିମନ୍ତେ ଦୁଇ ହଳ ଲେଖାଏଁ ପୋଷାକ ଏବଂ ଡଙ୍ଗରିଗୁଡ଼ା ଗ୍ରାମ ପଞ୍ଚାୟତର ୭ ଟି ଅଙ୍ଗନବାଡି କେନ୍ଦ୍ର ପ୍ରାକ୍, ଛାତ୍ରୀ ୧୨୬ ଜଣ, ଛାତ୍ର ୧୨୭ ଜଣ ଙ୍କ ନିମନ୍ତେ ଦୁଇ ହଳ ଲେଖାଏଁ ପୋଷାକ ଏପରି ମୋଟ ୭୪୨ ଜଣଙ୍କ ନିମନ୍ତେ ୧୪୮୪ ପୋଷାକ କେନ୍ଦ୍ର ମାନଙ୍କରେ ପହଞ୍ଚାଇ ଦେଇଛନ୍ତି l କେନ୍ଦ୍ର ମାନଙ୍କରେ ୩ ରୁ ୪ ବର୍ଷ ଓ ୫ ରୁ ୬ ବର୍ଷ ପ୍ରାକ୍ ଛାତ୍ରୀ ଛାତ୍ର ଉକ୍ତ ପୋଷାକ ବଣ୍ଟନ କରାଯିବ l

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

୧୩ଟି ଦାବିକୁ ନେଇ ୫ମ ଦିନରେ ପହଞ୍ଚିଲା ଓଡିଶା ଆଦର୍ଶ ବିଦ୍ୟାଳୟ ଶିକ୍ଷକଙ୍କ ଆନ୍ଦୋଳନ

Sunil Chandra Nayak

ହଟାତ ଚାଲିଗଲା ଆଶା ଦିଦି ଙ୍କ ଜୀବନ 

ପିସି ଏଣ୍ଡ ପିଏନଣ୍ଡିଟି ଆକ୍ଟ ଅନୁସାରେ ଅଲ୍ଟ୍ରାସାଉଣ୍ଡ ମେସିନ ଚାଲିବା ନେଇ ପ୍ରସାନିକ ବୈଠକ

Sunil Chandra Nayak

Leave a Comment

error: Content is protected !!