ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା କାର୍ଯ୍ୟକ୍ରମ

ଅଦ୍ୟ ତା-୦୩.୦୯.୨୦୨୩ ରିଖ ରବିବାର ଦିନ ଜିଲ୍ଲା ଆଇନ ସେବା ପ୍ରାଧିକରଣ ରାୟଗଡା ଦ୍ବାରା ସ୍ଥାନୀୟ ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ରେ ପ୍ରାତଃ ୯.୩୦ ଘଟିକା ଠାରୁ ଜିଲ୍ଲା ସ୍ତରୀୟ ଆନ୍ତ ବିଦ୍ୟାଳୟ ନାଟକ, ପ୍ରବନ୍ଧ, ବକୃତା, ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି l ଏଥିରେ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଶ୍ରୀ ସତ୍ୟନାରାୟଣ ସଡଙ୍ଗୀ ସଭାପତିତ୍ବ କରିଥିଲେ ଏବଂ ଏହା ଜିଲ୍ଲା ଆଇନ ସେବା ପ୍ରାଧିକରଣର ସମ୍ପାଦିକା ଶ୍ରୀମତି ନିବେଦିତା ପଣ୍ଡା ଙ୍କ ତତ୍ବାବଧାନ ରେ ଅନୁଷ୍ଠିତ ହୋଇଥିଲା l ମଞ୍ଚାସିନ ଅତିଥି ଭାବରେ ରାୟଗଡା ଜିଲ୍ଲାର ପରିବାର ଅଦାଲତର ବିଚାରପତି ଶ୍ରୀ ଅମୂତ ରଞ୍ଜନ ନନ୍ଦ, ଅତିରିକ୍ତ ଜିଲ୍ଲା ଦୌରା ଜଜ୍ ଶ୍ରୀମତି ରୀନା ଚୌଧୁରୀ, ମୂଖ୍ୟ ବିଚାର ବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ମିନାକ୍ଷ ପ୍ରିୟଦର୍ଶିନି, ମହିଳା କୋଟ ର ବିଚାରପତି ଶ୍ରୀମତି ସୋନାଲ ସର୍ମା, ରେଜିଷ୍ଟର ଦେବିଜ୍ୟୋତି ମହାପାତ୍ର, ସବ୍ ଜଜ୍ ଶ୍ରୀ ସୋମ୍ୟରୂପ ସାହୁ, ଅନୁ ବିଚାରବିଭାଗୀୟ ଦଣ୍ଡାଧିକାରୀ ଶ୍ରୀମତି ବର୍ଷା ଦାସ, ନ୍ୟାୟଧିକାରୀ ଶ୍ରୀ ଚନ୍ଦନ କୁମାର ଦେହୁରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ, ରାୟଗଡା, ଜି.ସି.ଡି(ଜିଲ୍ଳା) ହାଇ ସ୍କୁଲ ର ପ୍ରାଧାନ ଶିକ୍ଷକ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ ମଧ୍ୟରେ ଓକିଲ ଶ୍ରୀ ସୀତାରାମ ପଣ୍ଡା, ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ l ଏତଦବ୍ୟତୀତ ଜିଲ୍ଳା ଆଇନ ସେବା ପ୍ରାଧିକରଣର ସମସ୍ତ କର୍ମଚାରୀ ମଧ୍ୟ ଏହି କାର୍ଯ୍ୟକ୍ରମ ରେ ସକ୍ରିୟ ଅଂଶ ଗ୍ରହଣ କରିଥିଲେ l ଉକ୍ତ ପ୍ରତିଯୋଗୀତା ରେ ୧୧ ଟି ବିଦ୍ୟାଳୟ ଅଂଶ ଗ୍ରହଣ କରିଥିଲେ ବିଚାରକ ମାନଙ୍କ ମଧ୍ୟରେ ବିଶିଷ୍ଟ ନାଟ୍ୟକାର ଶ୍ରୀ ପ୍ରଭାକର ମିଶ୍ର, ପିତାମହଲ ଆଶ୍ରମ ସ୍କୁଲର ଶିକ୍ଷକ ଶ୍ରୀ ଦୂତିଚନ୍ଦ୍ର ସାହୁ, ବି.କେ ମହାନ୍ତି ଓ ଅନ୍ୟ ଶିକ୍ଷକ ପ୍ରମୁଖ ଉପସ୍ଥିତ ଥିଲେ୤ l ପ୍ରବନ୍ଧ,ବକୃତା ଓ ଚିତ୍ରାଙ୍କନ ପ୍ରତିଯୋଗୀତା ରେ ସରସତି ଶିଶୁ ବିଦ୍ୟାମନ୍ଦିର, ରାୟଗଡା, ସେକ୍ରେଟ ହାଟ ସ୍କୁଲ, ରାୟଗଡା ଓ ସରକାରୀ ବାଳିକା ବିଦ୍ୟାଳୟ ରାୟଗଡା ପ୍ରଥମ ସ୍ଥାନ ଅଧିକର କରି ‌Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l ସେହିପରି ନାଟକ ପ୍ରତିଯୋଗିତାରେ ଇମ୍ପା କେମ୍ପସ ଉଚ୍ଚ ବିଦ୍ୟାଳୟ, ଥେରୁବାଲି ପ୍ରଥମ ସ୍ଥାନ ଅଧିକାର କରି ‌Zonal Level ପ୍ରତିଯୋଗୀତା ରେ ଅଂଶଗ୍ରହଣ କରିବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି l

ରାୟଗଡା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

କୋରାପୁଟ ଠାରେ ଜିଲ୍ଲା ସ୍ତରୀୟ ଜନଜାତି ଗୌରବ ଦିବସ ପାଳିତ 

masiha

ତିରିଂ ଠାରେ ଅନୁଷ୍ଠିତ ହେଲା ବାମନଘାଟି ଉପଖଣ୍ଡସ୍ତରୀୟ ଜିଲ୍ଲାପାଳଙ୍କ ଜନ ଶୁଣାଣି ଶିବିର

Sunil Chandra Nayak

ରାଷ୍ଟ୍ରପତିଙ୍କୁ ଭେଟିଲେ ହୋ ସମାଜର ପ୍ରତିନିଧି ମଣ୍ଡଳୀ – ରାଷ୍ଟ୍ର ହିତରେ ହୋ ଭାଷାକୁ ସାମ୍ବିଧାନିକ ମାନ୍ୟତା ଦାବି

masiha

Leave a Comment

error: Content is protected !!