ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରୁଡି ଘୋଷଣା ଦାବିରେ ୨୨ ପଂଚାୟତ ଚାଷିଙ୍କ ତହସିଲ କାର୍ଯ୍ୟାଳୟ ଘେରାଉ, ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

କୋକସରା,୪/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ଅନାବୃଷ୍ଟି କାରଣରୁ ସମ୍ଭାବ୍ୟ ମରୁଡିର ପଦଧ୍ଵନିକୁ ନେଇ ଚିନ୍ତାରେ ପଡିଛନ୍ତି ଚାଷୀ ।ଶ୍ରାବଣ ମାସ ଯାଇ ଭାଦ୍ରଵ ମାସ ଆସିଲା ହେଲେ ବ୍ଲକର ଅନେକ ପଂଚାୟତର ଚାଷି ରୁଆ, ବେଉଷଣ ମଧ୍ୟ କରି ପାରି ନାହାଁନ୍ତି। ଯେଉଁ ଚାଷଜମିରେ ରୁଆ, ବେଉଷଣ ହୋଇଥିଲା ପାଣି ଅଭାବରୁ ଚାଷ ଜମି ଫାଟି ଆଁ କରିଛି। ଚାଷୀମାନେ ବିଭିନ୍ନ ବ୍ୟାଙ୍କ, ଫାଇନାନ୍ସ ଓ ମହାଜନି ଋଣ ଆଣି ଚାଷ କାର୍ଯ୍ୟ କରିଥିଲେ, ହେଲେ ଅନାବୃଷ୍ଟି ଚାଷିଙ୍କ ସମସ୍ତ ଆଶାକୁ ନିରାଶାରେ ବଦଳେଇ ଦେଇଛି। ବ୍ଲକର କିଛି ପଞ୍ଚାୟତରେ ଇନ୍ଦ୍ରାବତୀ ବାମ କେନାଲ ଓ ଉଠା ଜଳସେଚନ ପ୍ରକଳ୍ପ ଦ୍ବାରା ଜଳସେଚନ ହେଉଥିବା ବେଳେ ଇନ୍ଦ୍ରାବତୀ ଜଳଭଣ୍ଡାରରେ ଜଳସ୍ତର ହ୍ରାସ କାରଣରୁ ଜଳସେଚନ ବାଧାପ୍ରାପ୍ତ ହୋଇଛି। କୋକସରା ବ୍ଲକର ୨୨ ପଞ୍ଚାୟତରେ ମରୁଡି ସ୍ଥିତି ଦେଖା ଦେଇଥିବା ବେଳେ କୋକସରା ବ୍ଲକକୁ ସମ୍ପୂର୍ଣ୍ଣ ମରୁଡି ଘୋଷଣା, କୃଷି ଋଣ ଛାଡ, କୃଷି ବୀମା ପ୍ରଦାନ ଓ ଛାତ୍ରଛାତ୍ରୀଙ୍କ ଫିସ ଛାଡ଼ କରିବା ଓ ଅନ୍ୟ ଦାବି ରହିଛି । ସୋମବାର କୋକସରା ବ୍ଲକ ସଚେତନ କୃଷକ ମଞ୍ଚ ଆବାହକ ଚାଷୀନେତା ଶିଵ ପ୍ରସାଦ ପ୍ରଧାନୀଙ୍କ ନେତୃତ୍ୱରେ ବ୍ଲକର ୨୨ ପଞ୍ଚାୟତର ଶତାଧିକ ମହିଳା ପୁରୁଷ କ୍ଷତିଗ୍ରସ୍ତ ଚାଷି ମାନେ କୋକସରା ଜଗନ୍ନାଥ ମନ୍ଦିର ନିକଟରେ ଏକତ୍ରିତ ହୋଇ ଏକ ବିରାଟ ଶୋଭାଯାତ୍ରାରେ ବାହାରି ସହର ପରିକ୍ରମା କରି ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ପହଞ୍ଚି ଧାରଣା ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ଏକ ପ୍ରତିବାଦ ସଭା କରି ନିଜର ଦାବି ସମ୍ପର୍କରେ ପ୍ରଶାସନର ଦୃଷ୍ଟି ଆକର୍ଷଣ କରିଥିଲେ। ସମସ୍ତ ଚାଷି ନେତୃବୃନ୍ଦଙ୍କ ଉପସ୍ଥିତିରେ ୨୩ ଦଫା ସମ୍ବଳିତ ଦାବିପତ୍ର ସ୍ଥାନୀୟ ଅତିରିକ୍ତ ତହସିଲଦାର ମୋହନ ଚରଣ ଜେନା ଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ପ୍ରଦାନ କରିଛନ୍ତି। ଏହି ଦାବିପତ୍ର ପ୍ରଦାନ ସମୟରେ ସଚେତନ କୃଷକ ମଞ୍ଚର ଆବାହକ ଶିବ ପ୍ରସାଦ ପ୍ରଧାନୀ ସମେତ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ, କୋକସରା ସରପଞ୍ଚ କିଶୋର ଚନ୍ଦ୍ର ପ୍ରଧାନୀ, ସଚେତନ କୃଷକ ମଞ୍ଚର ସଭାପତି ମିନକେତନ ପ୍ରଧାନୀ, ବୁଟୁନାଥ ସରାବୁ, ସାଂସଦ ପ୍ରତିନିଧି ସୁଧୀର ପାତ୍ର, ଗରୁଡ଼ ଧ୍ଵଜ ମାଝୀ, ମଙ୍ଗଲୁ ଚରଣ ଭାଟି, ଜୟଲାଲ ନାଏକ, ପଞ୍ଚକ ପୋଢ଼, ଟେମରା ସରପଞ୍ଚ।କ୍ଷିତିରାମ ପାତ୍ର, ଲଡୁଗାଁ ସରପଞ୍ଚ ନକୁଳ ନାଏକ, ସମିତି ସଭ୍ୟ ମହିମା ଘନଶ୍ୟାମ ନାଏକ, ଚିନ୍ତାମଣି ପଟେଲ, ଋତୁରାଜ ମାଝୀ, ଲକ୍ଷ୍ମୀ ନାରାୟଣ ପ୍ରଧାନୀ, ବିଜୟ ସାହୁ, ନାରାୟଣ ପଟ୍ଟନାୟକ, ତ୍ରିନାଥ ଶବର, ଧନେଶ୍ୱର ପଣ୍ଡା, କୁମୁଦ ଚନ୍ଦ୍ର ପୁଝାରି ,ରାମକୃଷ୍ଣ ମାଝୀ, ହରିଶ୍ଚନ୍ଦ୍ର ନାଏକ, କମଳା ପଣ୍ଡା, ସୁରେଶ ପାତ୍ର ସମେତ ୨୨ ପଞ୍ଚାୟତର ଜନ ପ୍ରତିନିଧି ଓ ଚାଷିମାନେ ଉପସ୍ଥିତ ରହି ମରୁଡି ଘୋଷଣା ଦାବି ଓ ଅନ୍ୟାନ୍ୟ ଦାବିରେ କୋକସରା ଅତିରିକ୍ତ ତହସିଲଦାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ଭୁବନେଶ୍ୱର ରେ ଆଦିବାସୀ ଭବନ ନିର୍ମାଣ ପାଇଁ ୧00 କୋଟି ମଞ୍ଜୁର କରି ଭିତ୍ତିପ୍ରସ୍ଥର ସ୍ଥାପନ କରିଥିବାରୁ ମୁଖ୍ୟମନ୍ତ୍ରୀ ଙ୍କୁ କୃତଜ୍ଞତା ଜଣାଇଲେ ଆଦିବାସୀ 

masiha

ସି ପି ଆଇ ଏମ୍ ର ପୂର୍ବତନ ସାଧାରଣ ସମ୍ପାଦକ କମ୍ରେଡ ସୀତାରାମ ଯେଚୁରୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା

Sunil Chandra Nayak

ଗୋପବନ୍ଧୁ ପାଠାଗାର ଆନୁକୂଲ୍ୟରେ ଉତ୍କଳମଣି ଗୋପବନ୍ଧୁ ଦାସଙ୍କ ୯୮ତମ ଶ୍ରାଦ୍ଧବାର୍ଷିକୀ ପାଳିତ

Sunil Chandra Nayak

Leave a Comment

error: Content is protected !!