ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ

      ବ୍ଲକ ସ୍ତରୀୟ ଗୁରୁଦିବସ ପାଳିତ

ପାପଡାହାଣ୍ଡି,5/9, ମନିସ —– ନବରଙ୍ଗପୁର ଜିଲ୍ଲା ପାପଡ଼ାହାଣ୍ଡି ବ୍ଲକ ଦଳେଇଗୁଡା ସ୍ଥିତ ଲାଲ ବାହାଦୂର ଉଚ୍ଚ ବିଦ୍ୟାଳୟଠାରେ ବ୍ଳକ ସ୍ତରୀୟ ଗୁରୁ ଦିବସ ଓ ଅବସରକାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି | ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ସଂଘ ପାପଡାହାଣ୍ଡି ଶାଖା ପକ୍ଷରୁ ଆୟୋଜିତ ଏହି ଭବ୍ୟ ସମାରୋହରେ ମୁଖ୍ୟଅତିଥି ଭାବେ ପାପତାହାଣ୍ଡି ଗୋଷ୍ଠୀ ଶିକ୍ଷାଧିକାରୀ ସୌମେନ୍ଦ୍ର ଭୌମିକ, ସମ୍ମାନୀୟ ଅତିଥିଭାବେ ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ପୂର୍ଣ୍ଣଚନ୍ଦ୍ର ପୂଜାରୀ, ବାଲକଦାସ ରନ୍ଧାରୀ ଏବଂ ସୁଦର୍ଶନ ନାୟକ ତଥା ବରିଷ୍ଠ ଅଧିକାରୀ ରଞ୍ଜିତ କୁମାର ଷଡ଼ଙ୍ଗୀ ଯୋଗଦାନ ଦେଇଥିଲେ | ଶତାଧିକ ଶିକ୍ଷୟିତ୍ରୀ ଶିକ୍ଷକଙ୍କ ଉପସ୍ଥିତିରେ ଗୁରୁ ପୂଜନ କରାଯାଇ ସରକାରୀ ସେବାରୁ ନିବୃତ୍ତ ହୋଇଥିବା ୯ ଜଣ ବରେଣ୍ୟ ଶିକ୍ଷକ ହରିହର ଦାଶ, ମାଧବୀ ପରିଛା .ଦୁର୍ଦ୍ଧକ୍ଷ ବିଶୋୟୀ,ଲକ୍ଷ୍ମୀଧର ମାଝୀ ,ପ୍ରଫୁଲ୍ଲ କୁମାର ପ୍ରଧାନ, ଜଗନ୍ନାଥ ମଲ୍ଲିକ, ନୃସିଂହ ପ୍ରସାଦ ପାଢୀ ଖଗପତି ଦିଶାରୀ, ପ୍ରତିଭା କୁମାରୀ ପ୍ରମୁଖଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା।ବ୍ଳକ ପ୍ରାଥମିକଶିକ୍ଷକ ସଂଘ ସଭାପତି ସୁଦର୍ଶନ ମାଝୀଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମର ସଂଚାଳନ ସଂଘ ସମ୍ପାଦକ ରତିକାନ୍ତ ପଣ୍ଡା କରିଥିବାବେଳେ ଅନ୍ୟମାନଙ୍କ ମଧ୍ୟରେ ଜଗନ୍ନାଥ ମାଝୀ, ଗୋବର୍ଦ୍ଧନ ନାୟକ, ଦୈତାରୀ ପୂଜାରୀ, ଦେବାର୍ଚ୍ଚନ ପାଞ୍ଜିଆ ଦେବ ମାଝୀ,ପ୍ରଶାନ୍ତ କୁମାର ପଣ୍ଡା,ବଳରାମ ମାଝୀ, ଶୁକମନ ଦିଶାରୀ ,ଅନନ୍ତ ରାଓ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ପ୍ରଶାନ୍ତ କୁମାର ପଣ୍ଡା ସଭା ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ |

ପାପଡାହାଣ୍ଡି ରୁ ସ୍ବପ୍ନ ଜୀତ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଷୋଳପ୍ରହର ନାମଯଜ୍ଞ ପାଇଁ ପ୍ରସ୍ତୁତି ବୈଠକ

Sunil Chandra Nayak

ବ୍ୟାସ କବି ଫକିରମୋହନ ସେନାପତିଙ୍କ ଜନ୍ମ ଦିନ ଅବସରରେ ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ଭବ୍ୟ କାର୍ଯ୍ୟକ୍ରମ

Sunil Chandra Nayak

୧-;ବିଶ୍ଵକର୍ମା ବିସର୍ଜନ ପାଇଁ ଆସିଥିବା ଡି ଜେ ସାଉଣ୍ଡ ବକ୍ସ ଗାଡ଼ି ଥାନାରେ ଅଟକ, ବିଦ୍ଯୁତ ବିଭାଗ କର୍ମୀ ଙ୍କ ମଧ୍ୟରେ ଅଶାନ୍ତି, ସେପଟେ ଥାନାରୁ ବିଦ୍ୟୁତ କଟି ଥାନା ଅନ୍ଧାର ,୨– ବନ୍ଧୁଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ 

Sunil Chandra Nayak

Leave a Comment

error: Content is protected !!