ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ

   ଶ୍ରଦ୍ଧା ରେ ଗୁରୁ ଦିବସ ପାଳନ 

ଶ୍ରଦ୍ଧା ଅନୁଷ୍ଠାନ ଆନୁକୂଲ୍ୟରେ ଏହାର ସ୍ଵତନ୍ତ୍ର ବିଦ୍ୟାଳୟ ପରିସରରେ ଗୁରୁ ଦିବସ ପାଳନ କରାଯାଇଥିଲା । ଶ୍ରଦ୍ଧା ର ସଭାପତି ପଶୁପତିନାଥ ଚାଟାର୍ଜୀ , କାର୍ତ୍ତିକ ଚନ୍ଦ୍ର ପାଣ୍ଡବ, ଶିକ୍ଷକ ଶିକ୍ଷୟିତ୍ରୀ ତଥା ଅନୁଷ୍ଠାନ ର ଛାତ୍ର ଛାତ୍ରୀ ମାନେ ଭାରତର ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମଦିନ ଅବସରରେ ସମସ୍ତେ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ପରେ ପରେ ବିଦ୍ୟାଳୟ ର ଭିନ୍ନକ୍ଷମ ଛାତ୍ରଛାତ୍ରୀମାନ ପାରମ୍ପରିକ ରୀତି ରେ ସେମାନଙ୍କ ଶିକ୍ଷକ ଶିକ୍ଷୟିତ୍ରୀ ପ୍ରୀତି ବାରିକ, ଅଞ୍ଜଳି ମହାରଣା, ସୁଜାତା ରାଉତ, ଆଲୋକ ସାହୁ, ସୁକୁମାର ପାଣ୍ଡବ ଓ ଦୁର୍ଯୋଧନ ଛତ୍ରୀଆ ପ୍ରଭୃତିମାନଙ୍କୁ ପୂଜାର୍ଚ୍ଚନା କରି ସେମାନଙ୍କ ର ଆଶୀର୍ବାଦ ନେଇଥିଲେ ଏବଂ ଉପହାର ପ୍ରଦାନ କରିଥିଲେ । ଅନୁଷ୍ଠାନ ତରଫରୁ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନଙ୍କୁ ସମ୍ମାନୀତ କରିବା ସହିତ ଉପହାର ସାମଗ୍ରୀ ପ୍ରଦାନ କରାଯାଇଥିଲା । ଏହି ଅବସରରେ ଶିକ୍ଷକ ଓ ଶିକ୍ଷୟିତ୍ରୀ ମାନେ ମଧ୍ୟ ଅନୁଷ୍ଠାନର ମୁଖ୍ୟ ( ସଭାପତି) ପଶୁପତିନାଥ ଚାଟାର୍ଜୀ ଓ ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଙ୍କୁ ଗୁରୁ ଭାବରେ ସମ୍ମାନିତ କରି ସେମାନଙ୍କ ଠାରୁ ଆଶିର୍ବାଦ ନେଇଥିଲେ ଉପ‌ହାର ଓ ଉପଢ଼ୌକନ ଆଦି ପ୍ରଦାନ କରିଥିଲେ । ସଭାପତି ଶ୍ରୀ ଚାଟାର୍ଜୀ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜଣାଇଥିଲେ ଏବଂ ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନ ଉପରେ ଓ ଗୁରୁ ଦିବସ ପାଳନ ର ତାତ୍ପର୍ଯ୍ୟ ବିଷୟରେ ଆଲୋକପାତ କରିଥିଲେ ।ପ୍ରାରମ୍ଭରେ ଶ୍ରଦ୍ଧା ର ସମ୍ପାଦକ କାର୍ତ୍ତିକ ଚନ୍ଦ୍ର ପାଣ୍ଡବ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ ଅଭିନନ୍ଦନ ଓ ଶୁଭେଚ୍ଛା ଜ୍ଞାପନ କରିବା ସହିତ ଗୁରୁ ଶିଷ୍ୟର ପରମ୍ପରା ବାବଦରେ ସୂଚନା ଦେଇଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଗୁଡହାଣ୍ଡି ଡୋକରୀଚଞ୍ଚରା ଜଗୁଆଳି ବୃଦ୍ଧା ମୃତ, ଶବ ସତ୍କାର କଲେ ଉନ୍ନୟନ ସମିତି 

Sunil Chandra Nayak

ଭଉଣୀ ରଖିଲା ଭାଇର ମାନ; ରାଷ୍ଟ୍ରପତିଙ୍କ ‌ସହରରୁ ପ୍ରଧାନମନ୍ତ୍ରୀଙ୍କୁ ହଜାରେ ରୁ ଉର୍ଦ୍ଧ୍ବ ରାକ୍ଷୀ ପ୍ରେରଣ 

masiha

ବନ୍ଧୁଗାଁ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ବନ ମୋହଉତ୍ସବ ପାଳନ ଅବସରରେ ବୃକ୍ଷ ରୋପଣ 

Leave a Comment

error: Content is protected !!