ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁରରେ ଗୁରୁଦିବସ ପାଳନ

ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ସେଁପୁର ଠାରେ ଆଜି ପବିତ୍ର ଗୁରୁଦିବସ ଓ ଡ. ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ସମସ୍ତ ଗୁରୁଜୀ,ଗୁରୁମା ଙ୍କ ସହ ଛାତ୍ରଛାତ୍ରୀ ଉପସ୍ଥିତ ରହିଥିଲେ । ମହାନ୍ ଛାତ୍ର ବତ୍ସଲ୍ୟ ଶିକ୍ଷକ ରାଧାକ୍ରିଷ୍ଣନ୍ ଙ୍କ ଫୋଟ ଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ ଓ ପ୍ରଦୀପ ପ୍ରଜ୍ବଳନ କରି ସାରିବା ପରେ ଛାତ୍ର ଛାତ୍ରୀ ଗଣ ଗୁରୁ ପୂଜନ କାର୍ଯ୍ୟ କରିଥିଲେ । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟିକଦେବ ସାହୁ ଗୁରୁଦିବସ ର ମହତ୍ତ୍ୱ ଓ ପୂର୍ବତନ ରାଷ୍ଟ୍ରପତି ଡକ୍ଟର ସର୍ବପଲ୍ଲୀ ରାଧାକ୍ରିଷ୍ଣନଙ୍କ ଜୀବନୀ ଉପରେ ଛାତ୍ରଛାତ୍ରୀମାନଙ୍କୁ ଉଦବୋଧନ ଦେଇଥିଲେ । ଗୁରୁଜୀ ଜନାର୍ଦ୍ଦନ ବାଗ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ଗୀତାଞ୍ଜଳି ବାଗ, ରଶ୍ମିତା ନାୟକ,ସୌଦାମିନୀ ସାହୁ, ରିତା ସାହୁ,ପୂର୍ଣ୍ଣଚନ୍ଦ୍ର ନାଗ,ପ୍ରବୀଣ ତ୍ରିପାଠୀ, ଗଙ୍ଗାଧର ଚଳାନ, ଭୋଜରାଜ ବାଗ, ତୋଫାନ ବାଗ, ଯଶୋବନ୍ତ ଚିନ୍ଦା,ଖୁସିରାମ ସାହୁ ଗୁରୁଜୀ,ଗୁରୁମା ସହଯୋଗ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

କୁମଝର ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ତାଲା ଠୂକିଲେ ଗ୍ରାମ ବାସୀ     

Sunil Chandra Nayak

ଶରଣ ଶ୍ରୀକ୍ଷେତ୍ର ଠାରେ ନବ ନିର୍ମିତ ଶ୍ରୀଜଗନ୍ନାଥଙ୍କ ଭବ୍ୟମନ୍ଦିର ପ୍ରତିଷ୍ଠା ଉତ୍ସବ ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

କରୋନା ପାଇଁ ସଚେତନ କଲା ସଚେତନ ନାଗରିକ ମଞ୍ଚ

Sunil Chandra Nayak

Leave a Comment

error: Content is protected !!