ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
କ୍ରୀଡ଼ା

କାମତା ର ରାଜା ଗ୍ରାମୀଣ ଦଳ ରୁ ଜାତୀୟ ଅଣ୍ଡର 19 ଫୁଟବଲ ଦଳରେ  

କାମତା ର ରାଜା ଗ୍ରାମୀଣ ଦଳ ରୁ ଜାତୀୟ ଅଣ୍ଡର 19 ଫୁଟବଲ ଦଳରେ  

 ତେନ୍ତୁଳିଖୁଣ୍ଟି ୦୬/୦୯/୨୩  // ପଲ୍ଲୀ ରୁ ଦିଲ୍ଲୀ। ଏହି ଉକ୍ତିଟି  ସଭିଏଁ ବହୁବାର ଶୁଣିଛନ୍ତି ।କିନ୍ତୁ ନିଜର ଇଛାଶକ୍ତି, ଏକାଗ୍ରତା ଏବଂ ଅହରହ ପରିଶ୍ରମ ବଳରେ ଏହି ଉକ୍ତିକୁ ସତ କରିଛନ୍ତି ନବରଙ୍ଗପୁର ତେନ୍ତୁଳିଖୁଣ୍ଟି କାମତା ଗ୍ରାମର ରାଜା ହରିଜନ। ସମସ୍ତ ନବରଙ୍ଗପୁରିୟା ଏବଂ ତେନ୍ତୁଳିଖୁଣ୍ଟି ବ୍ଲକ ମାଟି ପାଇଁ ଖୁସି ଓ ଗର୍ବର ବିଷୟ ସେ ଭାରତୀୟ Under-19 ଫୁଟବଲ ଦଳ ପାଇଁ ଚୟନ ହୋଇଛନ୍ତି। ରାଜା ଙ୍କ ପିତା ସୁକିନ୍ଦା ହରିଜନ ଓ ମାତା ସୁରଭି ହରିଜନ। ସେ ଭବାନୀପାଟଣା ସ୍ପୋର୍ଟସ ହଷ୍ଟେଲରେ ରହି ନିଜର ଲକ୍ଷ୍ୟ ହାସଲ କରିବା ଦିଗରେ ସାଧନା ରତ ଥିଲେ। ଦିର୍ଘ 9 ବର୍ଷ କାଳ ସ୍ପୋର୍ଟସ ହଷ୍ଟେଲରେ ରହି ସେ କଠିନ ପରିଶ୍ରମ କରିଥିଲେ। ବହୁ ବାର ସେ ରାଜ୍ୟ ସ୍ତରରେ ମଧ୍ୟ ଚୟନ ହୋଇଛନ୍ତି। ଭାରତୀୟ ଦଳ ପାଇଁ ହେବାକୁ ଥିବା ଚୟନ ଶିବିରିରେ ସେ ଯୋଗଦାନ କରିଥିଲେ ଏବଂ ନିଜର ପ୍ରଦର୍ଶନ ବଳରେ ସେ ଭାରତୀୟ Under-19 ଫୁଟବଲ ଦଳ ପାଇଁ ଚୟନ ହୋଇଛନ୍ତି। ଅତିଶୀଘ୍ର ସେ ନେପାଳ ଯାଇ ମ୍ୟାଚ ଖେଳିବେ ବୋଲି ସୂଚନା ମିଳୁଛି। ପ୍ରତ୍ୟେକ ନବରଙ୍ଗପୁରିୟାଙ୍କୁ ରାଜ୍ୟ ତଥା ଜାତୀୟ ସ୍ତରରେ ଗର୍ବିତ କରିଥିବାରୁ ବିଭିନ୍ନ ଅନୁଷ୍ଠାନ ଓ ସାମାଜିକଗଣ ମାଧ୍ୟମ ଗ୍ରୁପ ଗ୍ରୁପ ତରଫରୁ ଅନେକ ଶୁଭେଚ୍ଛା ର ସୁଅ ଛୁଟୁଛି।

ଗୋବର୍ଦ୍ଧନ ସାହୁ ତେନ୍ତୁଳିଖୁଣ୍ଟି

Related posts

କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୫  ପ୍ରଥମ ଥର ପାଇଁ ମହିଳା ଗଣଦୌଡ ପ୍ରତିଯୋଗିତା

masiha

ବାବା ଭୈରବ ଯୁବକ ସଂଘ, ଶଙ୍କରଡା ଦ୍ଵାରା ଫୁଟବଲ ଟୁର୍ଣ୍ଣାମେଣ୍ଟ-୨୦୨୩ ପ୍ରଥମ ଥର ପାଇଁ ହେବ ଉଦଘାଟନ

masiha

୪ର୍ଥ କୋଏଲ ବ୍ୟାଡମିଣ୍ଟନ ଚମ୍ପିୟାନସିପ ଉଦଘାଟିତ

Sunil Chandra Nayak

Leave a Comment

error: Content is protected !!