ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

ବାଲିଗୁଡ଼ା: ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାରେ ୧୦ ଜଣ ଗିରଫ

କନ୍ଧମାଳ:06/09/23(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡ଼ା ବସଷ୍ଟାଣ୍ଡ ନିକଟସ୍ଥ ବନ୍ଧଛକ ବୁଡ଼ାଗୁଡା ରାସ୍ତା ନିକଟରୁ ମଙ୍ଗଳବାର ସନ୍ଧ୍ୟା ୬ଟା ସମୟ ରେ ଦୁଇଟି ଗାଡ଼ିରେ କିଛି ଦୁର୍ବୃତ୍ତ ଆସି ହାଟପଦା ସାହିର ମାଂସ ବ୍ୟବସାୟୀ ହେମନ୍ତ ଗଣ୍ଡା ଓ ପଣ୍ଡିତ ମାଝୀ ଙ୍କୁ ଉଠାଇ ଅପହରଣ କରିନେଇଥିଲେ। ଏହି ଖବର ପ୍ରଚାରିତ ହେବା ପରେ ଅଞ୍ଚଳ ରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଥିଲା । ଖବର ପାଇ ବାଲିଗୁଡ଼ା ଥାନା ଅଧିକାରୀ ବାବା ଶଙ୍କର ସରାଫ ଙ୍କ ସହ ସଦଳବଳ ପୁଲିସ ଦୁର୍ବୃତ୍ତ ଙ୍କ ପିଛା କରିଥିଲେ। ଅପହରଣ ରେ ଗୋଟିଏ ଇନୋଭା ଓ ଗୋଟିଏ ବୋଲେରୋ ଗାଡ଼ି ରହିଥିଲା l ପୁଲିସ ପିଛା କରି ଅପହରଣ ରେ ସାମିଲ ଥିବା ଗୋଟିଏ ବୋଲେରୋ ଓ ଇନୋଭା କୁ କାବୁ କରି ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ ଘଟଣାର ପର୍ଦାଫାଶ କରିଛି ବାଲିଗୁଡା ପୋଲିସ। ଗତ ମଙ୍ଗଳବାର ସନ୍ଧ୍ୟା ରେ ଦୁଇ ମାଂସ ବ୍ୟବସାୟୀଙ୍କୁ ଅପହରଣ କରାଯାଇଥିଲା। ଏହି ଘଟଣାରେ ୧୦ଜଣଙ୍କୁ ଗିରଫ କରାଯିବା ସହ ସେମାନଙ୍କ ଠାରୁ ଗୋଟିଏ ଇନୋଭା ନଂ.ଓଆର- ୦୨-ଏନ-୧୧୧୯ ବିଏଚ -ଓ ଗୋଟିଏ ବୋଲେରୋ ନଂ.ଓଡି-୦୨ବି-ଏଚ – ୩୯୮୯ ଏପରି ଦୁଇଟି ଗାଡି ଜବତ କରାଯାଇଛି। ଏହାସହ ଦୁଇ ଅପହୃତ ମାଂସ ବ୍ୟବସାୟୀଙ୍କୁ ମଧ୍ୟ ଉଦ୍ଧାର କରାଯାଇଥିବା ଏବଂ ଅଧିକ ତଦନ୍ତ ପାଇଁ ଆବଶ୍ୟକ ପଡିଲେ ରିମାଣ୍ଡ ରେ ଅଣାଯିବ ବୋଲି ବାଲିଗୁଡା ଏସଡିପିଓ ୟସ ପ୍ରିତମ ଶ୍ରୀମଲ ଓ ପ୍ରୋବେସନାଲ ଡିଏସପି ଶୁଭ୍ରଜିତ ବିଶ୍ଵାଳ ସ୍ପଷ୍ଟ କରିଛନ୍ତି। ଏହା ସହ ଗିରଫ ବ୍ୟକ୍ତି ମାନେ ହେଲେ ଗଞ୍ଜାମ ଜିଲ୍ଲା କୋଦୋଳା ଥାନା ଅଞ୍ଚଳ ର ରାହୁଲ ପ୍ରଧାନ, ମିଥୁନ ଜେନା, ଲିଙ୍ଗରାଜ ଜେନା, ସୁନୀଲ ପାଣ୍ଡି, ଶ୍ରୀତମ ସ୍ୱାଇଁ, ହିନା ପାଣ୍ଡି, ଜିତୁ ପ୍ରଧାନ, ଜଗେନ୍ଦ୍ର ରାଉତ, ଓ ଗଣେଶ ସ୍ୱାଇଁ ବୋଲି ବାଲିଗୁଡା ଏସଡିପିଓ ସୂଚନା ଦେଇଛନ୍ତି l ଏହି ଘଟଣାର ଅଧିକ ତଦନ୍ତ ପାଇଁ ଏସ.ଆଇ. ଓମ ନାରାୟଣ ପାତ୍ରଙ୍କୁ ଦାୟିତ୍ୱ ନ୍ୟସ୍ତ କରାଯାଇଛି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ଓଡିଶା ଛତିଶଗଡ ବନ ବିଭାଗର ମିଳିତ ଅପରେସନ , କଳାହାଣ୍ଡି ଜିଲ୍ଲାରେ ପୁଣି ଏକ କଲରାପତରିଆ ବାଘଛାଲ ଜବତ।ଡିଲ ଚାଲୁଥିବା ବେଳେ ମାଡ଼ିବସିଲା ବନ ବିଭାଗ, ଗୋଟିଏ କଲରାପତରିଆ ବାଘଛାଲ ଜବତ,୬ ଶିକାରୀ ଗିରଫ 

masiha

ଅଜଣା ଗାଡି ଧକ୍କାରେ ବୃଦ୍ଧ ମୃତ 

Sunil Chandra Nayak

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

masiha

Leave a Comment

error: Content is protected !!