ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

ମରୁଡି ଘୋଷଣା ପାଇଁ ଜିଲ୍ଲାପାଳଙ୍କୁ ଭେଟିଲେ ବ୍ଲକ ଉପାଧ୍ୟକ୍ଷ

କୋକସରା,୬/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକରେ ସମ୍ଭାବ୍ୟ ମରୁଡି ପରିସ୍ଥିତିକୁ ନେଇ ବ୍ଲକର ୨୨ ପଞ୍ଚାୟତକୁ ମରୁଡି ଘୋଷଣା କରିବା ସହ କୃଷି ଋଣ ଛାଡ କରିବାକୁ କଳାହାଣ୍ଡି ଜିଲ୍ଲାପାଳ ପି. ଅନ୍ୱେଷା ରେଡିଙ୍କୁ ଭେଟି ଦାବିପତ୍ର ପ୍ରଦାନ କଲେ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ । ଚଳିତ ବର୍ଷ ଅନାବୃଷ୍ଟି କାରଣରୁ କୋକସରା ବ୍ଲକର ୨୨ ପଞ୍ଚାୟତରେ ସମ୍ଭାବ୍ୟ ମରୁଡି ପରିସ୍ଥିତି ଦେଖା ଦେଇଥିବା ବେଳେ ବ୍ଲକର ସଚେତନ କୃଷକ ମଞ୍ଚ ଓ ବିଭିନ୍ନ ପଞ୍ଚାୟତର ଚାଷୀମାନେ ମରୁଡି ଘୋଷଣା କରିବାକୁ କୋକସରା ତହସିଲଦାରଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି। ଘଟଣାକୁ ନେଇ କୋକସରା ବ୍ଲକ ଅଧ୍ୟକ୍ଷା ରିତା ଅଗ୍ରୱାଲ କଳାହାଣ୍ଡି ଜିଲ୍ଲାପାଳଙ୍କୁ ଚିଠି ଲେଖି କୋକସରା ବ୍ଲକର ଚାଷି ସମୁହଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ବ୍ଲକର ୨୨ ପଞ୍ଚାୟତରେ ହୋଇଥିବା ଚାଷ କ୍ଷୟକ୍ଷତି ଆକଳନ କରି ମରୁଡି ଘୋଷଣା ସହ କ୍ଷତିପୂରଣ, କୃଷି ଋଣ ଛାଡ ,ବୀମା କରିଥିବା ଚାଷିଙ୍କୁ ସହାୟତା ଯୋଗାଇଦେବା ପାଇଁ ଚିଠି ଲେଖିଥିବା ବେଳେ ଅଧ୍ୟକ୍ଷାଙ୍କ ପ୍ରତିନିଧି ଭାବେ ବ୍ଲକ ଉପାଧ୍ୟକ୍ଷ ରାଜୀବ ଅଗ୍ରୱାଲ ଜିଲ୍ଲାପାଳଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି।

ମସିହା ନିୟୁଜ୍ ସର୍ଭିସ୍ 

Related posts

ଏକ୍ସ-କ୍ୟାଡର ଜିଲା ପ୍ରାଥମିକ ଶିକ୍ଷକ ସଂଘ ର ଜିଲା ସ୍ତରୀୟ ବୈଠକ

Sunil Chandra Nayak

ସରକାରଙ୍କ ୨ ବର୍ଷ ପୂର୍ଷିରେ ଜାତି ଜନଜାତି ସମ୍ବାଦ ବୈଠକ

Sunil Chandra Nayak

ଫସଲବୀମା ଯୋଜନାରେ ହେରଫେର ଅଭିଯୋଗ :କୃଷିବିଭାଗର ତତ୍ପରତା ଯୋଗୁଁ ଫସଲବୀମା ଯୋଜନାରେ ପଞ୍ଜିକୃତ ପ୍ରକୃତ ଚାଷୀ

Sunil Chandra Nayak

Leave a Comment

error: Content is protected !!