ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ,ଗୋବିନ୍ଦପୁରରେ ଗୁରୁଦିବସ ପାଳନ ସହ ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ଅନୁଷ୍ଠିତ 

ଢେଙ୍କାନାଳ ( ମ ସୀ ହା) ୦୫/୦୯_ ଢେଙ୍କାନାଳ ସଦର ବ୍ଲକ୍ ଅନ୍ତର୍ଗତ ଉତ୍କଳମଣି ଗୋପବନ୍ଧୁ ମହାବିଦ୍ୟାଳୟ ଗୋବିନ୍ଦପୁରଠାରେ ସର୍ବପଲ୍ଲୀ ରାଧାକ୍ରୀଷ୍ଣନ୍ ଙ୍କ ଜୟନ୍ତୀ ପବିତ୍ର ଗୁରୁଦିବସ ଅବସରରେ ଗୁରୁପୂଜନ ତଥା ସର୍ବପଲ୍ଲୀ ଗୁରୁଗୌରବ ସମ୍ମାନ-୨୦୨୩ ପ୍ରଦାନ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଅଛି । ଅନୁଷ୍ଠାନର ଅଧ୍ୟକ୍ଷ ପ୍ରଭାତ କୁମାର ସାମଲଙ୍କ ସଭାପତିତ୍ୱରେ ଅନୁଷ୍ଠିତ ସଭାରେ ମୁଖ୍ୟ ଅତିଥି ଭାବେ ଭୁବନେଶ୍ବରର ପ୍ରାକ୍ତନ ସାଂସଦ ତଥା ବିଶିଷ୍ଟ କବି ଡ. ପ୍ରସନ୍ନ କୁମାର ପାଟ୍ଟସାହାଣୀ ମୁଖ୍ୟବକ୍ତା ଭାବେ, ବିଶ୍ବ ଭାରତୀ ବିଶ୍ବ ବିଦ୍ୟାଳୟ ଶାନ୍ତି ନିକେତନର ଭାଷା ସାହିତ୍ୟ ବିଭାଗର ମୁଖ୍ୟ ପ୍ରଫେସର ଡ. ବୈଷ୍ଣବ ଚରଣ ସାମଲ ଓ ସମ୍ମାନିତ ଅତିଥି ଭାବେ ସାହିତ୍ୟ ପତ୍ରିକା ‘ବିଶ୍ବମୁକ୍ତି’ର ସଂପାଦକ ଅଧ୍ୟାପକ ଶଶାଙ୍କ ଚୂଡାମଣି ଓ ସ୍ଥାନୀୟ ଗୋବିନ୍ଦପୁର ଗ୍ରାମପଂଚାୟତର ସରପଂଚ ଅରୁଣ ପରିଡା ଯୋଗଦାନ କରିଥିଲେ । ଶିକ୍ଷାକୁ ଜୀବନର ବୃତି ଭାବେ ଗ୍ରହଣ ନକରି ଜୀବନର ବ୍ରତ ଭାବେ ଗ୍ରହଣ କରିଲେ ଜଣେ ଆଦର୍ଶ ଶିକ୍ଷକ ଭାବେ ନିଜକୁ ଗଢି ତୋଳିପାରିବ’ ବୋଲି ମୁଖ୍ୟବକ୍ତା ତାଙ୍କ ଅଭିଭାଷଣରେ ପ୍ରକାଶ କରିଥିଲେ । ରାଷ୍ଟ୍ର ନିର୍ମାଣରେ ଶିକ୍ଷକମାନଙ୍କର ଭୂମିକା କେତେ ଯେ ଗୁରୁତ୍ଵପୂର୍ଣ୍ଣ ତାହା ମୁଖ୍ୟବକ୍ତା ଡ. ପାଟ୍ଟସାହାଣୀ ତାଙ୍କ ବକ୍ତବ୍ୟରେ ଉଲ୍ଲେଖ କରିଥିଲେ । ଉକ୍ତ ଉତ୍ସବରେ ଢେଙ୍କାନାଳ ଜିଲ୍ଲାର ବିଭିନ୍ନ ବ୍ଲକ୍‌ରୁ ଆସିଥ‌ିବା ଅଧ୍ୟକ୍ଷ/ଅଧ୍ଯକ୍ଷା, ଅଧ୍ୟାପକ, ଅଧ୍ୟାପିକା ,ପ୍ରଧାନଶିକ୍ଷକ,ପ୍ରଧାନ ଶିକ୍ଷୟିତ୍ରୀ ଓ ସହକାରୀ ଶିକ୍ଷକ, ଶିକ୍ଷୟିତ୍ରୀ ମାନଙ୍କୁ ମୁଖ୍ୟ ଅତିଥି ଓ ମୁଖ୍ୟବକ୍ତା ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଉକ୍ତ ଉତ୍ସବରେ ୪୬ଜଣ ଆଦର୍ଶ ଶିକ୍ଷକଙ୍କୁ “ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ-୨୦୨୩” ରେ ସମ୍ମାନିତ କରାଯାଇଥିଲା । ଏହି କ୍ରମରେ ଢେଙ୍କାନାଳ ସ୍ବୟଂ ଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ରଞ୍ଜିତ କୁମାର ପ୍ରଧାନ, ପ୍ରାଧ୍ୟାପକ ଶାରଦା ପ୍ରସନ୍ନ ପତି, ଅଧ୍ଯକ୍ଷ ଚିତ୍ତରଞ୍ଜନ ଦାସ, ଅଧ୍ଯକ୍ଷ ଶମ୍ଭୁନାଥ ପ୍ରଧାନ, ଅଧ୍ଯକ୍ଷା କବିତା ମହାନ୍ତି, ମଙ୍ଗୁଳୁ ନାୟକ, ଡ. ସମୀର କୁମାର ସାହୁ, ପିତବାସ ମହାରଣା, ଶତାୟୁ, ବ୍ରଜନାଥ ବଡ଼ଜେନା ସରକାରୀ ଉଚ୍ଚ ବିଦ୍ୟାଳୟର ବରିଷ୍ଠ ଗଣିତ ଓ ବିଜ୍ଞାନ ଶିକ୍ଷକ, ଜିଲ୍ଲା ମୋ ସ୍କୁଲ୍ ଅଭିଯାନ କ୍ୟାମ୍ପେନ୍ ଟିମ୍ ର ଦଳମୁଖ୍ୟ , ଶିଶୁ ବିଜ୍ଞାନ କଂଗ୍ରେସର ରାଜ୍ୟ ପୁରସ୍କାର ପ୍ରାପ୍ତ ଢେଙ୍କାନାଳ ଜିଲ୍ଲା ସଂଯୋଜକ ତଥା ସମର ଶିକ୍ଷାର୍ଥୀ ଆକାଶ ବାହିନୀର ଚିଫ ଅଫିସର୍ ଡ଼ା.ଦେବୀ ପ୍ରସାଦ ମିଶ୍ର, ବିଭୁତି ଭୂଷଣ ସାମଲ, ସନ୍ତୋଷ ପାଣିଗ୍ରାହୀ, ରୋହିତ କୁମାର ରାଉତ, ସନ୍ତୋଷ କୁମାର ସାହୁ ପ୍ରମୁଖ ଆଦର୍ଶ ବରିଷ୍ଠ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ସମ୍ମାନିତ କରାଯାଇଥିଲା । ଉକ୍ତ ଉତ୍ସବରେ ଅତିଥି ପରିଚୟ ପ୍ରଦାନ କରିଥିଲେ ଅଧ୍ୟାପକ ଗୁରୁଚରଣ ନାୟକ ଓ ଧନ୍ୟବାଦ ଅର୍ପଣ କରିଥିଲେ ଅଧ୍ୟାପିକା ମମତା ନାୟକ । ମହାବିଦ୍ୟାଳୟର କ୍ରୀଡା ଶିକ୍ଷକ ଅନ୍ତର୍ଯ୍ୟାମୀ ସ୍ବାଇଁ, ପ୍ରଭୁପ୍ରସାଦ ଜୀଉ, ସୁବ୍ରତ କୁମାର ଇନ୍ଦ୍ରଜିତ୍ ସିଂ, ଦିଲ୍ଲୀପ କୁମାର ଦାସ, ଯୁଗଳ ରାଉତ,ସନ୍ତୋଷ କୁମାର ବେହେରା ପ୍ରଭୃତିଙ୍କ ସହଯୋଗରେ ଉକ୍ତ ଉତ୍ସବ ଅନୁଷ୍ଠିତ ହୋଇଥିଲା । ପ୍ରତିବର୍ଷ ଏହିପରି ଗୁରୁ ଗୌରବ ସମ୍ମାନ ଆଦର୍ଶ ଶିକ୍ଷକ ଓ ଶିକ୍ଷୟିତ୍ରୀମାନଙ୍କୁ ପ୍ରଦାନ କରାଯିବ ବୋଲି ସର୍ବପଲ୍ଲୀ ଗୁରୁ ଗୌରବ ସମ୍ମାନ ପରିଷଦ ତରଫରୁ ସଂପାଦକ ଅଧ୍ୟକ୍ଷ ପ୍ରଭାତ କୁମାର ସାମଲ ଓ ସଭାପତି ତଥା ଗୋବିନ୍ଦପୁର ସରପଂଚ ଅରୁଣ କୁମାର ପରିଡା ପ୍ରକାଶ କରିଥିଲେ ଓ ସମସ୍ତଙ୍କୁ ଧନ୍ୟବାଦ ପ୍ରଦାନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟାରେ ନିମନ୍ତ୍ରିତ ଗ୍ରାମବାସୀ ,ପୁରାତନ ଶିକ୍ଷକ ଓ ଶିକ୍ଷୟିତ୍ରୀ ତଥା ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ଧନଞ୍ଜୟ ମହାନ୍ତିଙ୍କୁ ସଚେତନ ନାଗରିକ ମଞ୍ଚ ତରଫରୁ ଶ୍ରଦ୍ଧାଞ୍ଜଳି

ସତ୍ୟାନନ୍ଦ ସରସ୍ୱତୀଙ୍କର ଧରାବତରଣ ଦିବସ ପାଳିତ

Sunil Chandra Nayak

୮୮ ତମ ଓଡିଶା ପୋଲିସ ପ୍ରତିଷ୍ଠା ଦିବସ ପାଳିତ

Sunil Chandra Nayak

Leave a Comment

error: Content is protected !!