ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

ବିଜେପି ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ

ଗଞ୍ଜାମ -(ମନିସ )5/9/23 ,//ଗଞ୍ଜାମ ସହର ମା ବୁଢ଼ୀ ଠାକୁରାଣୀ ମନ୍ଦିର ନିକଟରେ ଭାରତୀୟ ଜନତା ପାର୍ଟି ର ବ୍ଲକ ସ୍ତରୀୟ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି l ବିଜେପି ରାଜ୍ୟ ଅନୁସୂଚିତ ଜାତି ସମ୍ପାଦକ କୀର୍ତ୍ତନ ଦାସ ଙ୍କ ତତ୍ୱାବଧାନରେ ଆୟୋଜିତ ବୈଠକରେ କେନ୍ଦ୍ର ସରକାର ଙ୍କ ବିଭିନ୍ନ ଜନ କଲ୍ୟାଣକାରୀ ଯୋଜନା ଓ କାର୍ଯ୍ୟ ଗୁଡିକ କିପରି ଲୋକଆଭିମୁଖୀ ହୋଇପାରିବା ସହ ବୁଥ ସ୍ତରରେ କିପରି ଦଳର ସଙ୍ଗଠନ ମଜବୁତ ହୋଇପାରିବ ସେ ସମ୍ପର୍କରେ ଆଲୋଚନା ହୋଇଥିଲା l ତତ ସହିତ ହୁମ୍ମା ମଣ୍ଡଳ କମିଟି ଗଠନ କରାଯାଇଥିଲା l ସମସ୍ତ ଭେଦଭାବ ଭୁଲି ଆଗାମି ୨୦୨୪ ନିର୍ବାଚନରେ ଏକତ୍ରିତ ହୋଇ କାର୍ଯ୍ୟ କରିବା ପାଇଁ ମତ ପ୍ରକାଶ ପାଇଥିଲା l

      ବିଜେପି ରାଜ୍ୟ ସମ୍ପାଦକ କୃଷ୍ଣଚନ୍ଦ୍ର ନାୟକ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ପ୍ରଭାରୀ ସୁବାଷ ଚନ୍ଦ୍ର ସାହୁ, ଛତ୍ରପୁର ନିର୍ବାଚନ ମଣ୍ଡଳୀ ନେତା ପ୍ରଶାନ୍ତ କୁମାର କର, ପୂର୍ବତନ ଗଞ୍ଜାମ ବ୍ଲକ ଅଧ୍ୟକ୍ଷ ପ୍ରଶାନ୍ତ କୁମାର ନାୟକ, ଜିଲ୍ଲା ଉପ-ସଭାପତି ରଶ୍ମିରାଣୀ ମହାପାତ୍ର, ଜିଲ୍ଲା ସମ୍ପାଦକ ଭୀମସେନ ବେହେରା, ଛତ୍ରପୁର ନିର୍ବାଚନ ମଣ୍ଡଳୀ ବିସ୍ତାରକ ଆଲୋକ ମହାନ୍ତି, ରାଜ୍ୟ ସଂଯୋଜକ ବିଜୟ ମୁଦୁଲି, ଛତ୍ରପୁର ଓକିଲ ସଙ୍ଘ ସଭାପତି ପ୍ରଦୀପ କୁମାର ପାଢ଼ୀ, ଗଞ୍ଜାମ ଜିଲ୍ଲା ସଂଯୋଜକ ବସନ୍ତ କୁମାର ବେହେରା, ପୂର୍ବତନ ଗଞ୍ଜାମ ବ୍ଲକ ଉପାଧ୍ୟକ୍ଷ ପ୍ରଭାକର ନାହାକ, ପୂର୍ବତନ ଗଞ୍ଜାମ ନଗର ସଭାପତି କାନ୍ତାରୀ ଦଳେଇ, ଗଞ୍ଜାମ ମଣ୍ଡଳ ସଭାପତି ଗୁରୁଚରଣ ରାଉଳ, ହୁମ୍ମା ମଣ୍ଡଳ ସଭାପତି ତଥା ସମିତି ସଭ୍ୟ ଧ୍ରୁବ ଚରଣ ପଲାଇ, ଭିକାରୀ ପଲ୍ଲୀ ମଣ୍ଡଳ ସଭାପତି ପଦ୍ମ ଚରଣ ପରିଡା, ବଳରାମ ନାହାକ, ସୁମନ୍ତ ଦାସ, ସୌରଭ ମିଶ୍ର, ବିମ୍ବା ବେହେରା, ମାନସ ନାହାକ, ରମାକାନ୍ତ ନାହାକ,ରୋହିତ ନାହାକ, ମୃତ୍ୟୁଞ୍ଜୟ ତରାଇ ପ୍ରମୁଖ ବିଭିନ୍ନ ପଞ୍ଚାୟତ ର ନେତା ଉପସ୍ଥିତ ରହିଥିଲେ l ଶେଷରେ ଆଇନଜୀବୀ ଚୈତନ୍ୟ ପ୍ରଧାନ ଧନ୍ୟବାଦ ଅର୍ପଣ କରିଥିଲେ l

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଜୁନାଗଡ଼ରେ ଦିବ୍ୟଶଙ୍କରଙ୍କ ହ୍ୟାଟ୍ରିକ ବିଜୟ 

masiha

ଜୁନାଗଡ ଠାରେ ବିଜେପି ପକ୍ଷରୁ ବଳିଦାନ ଦିବସ ପାଳିତ

masiha

ଭି କେ ପାଣ୍ଡିଆନଙ୍କ ରାଉରକେଲା ରେ ପ୍ରଚାର 

masiha

Leave a Comment

error: Content is protected !!