ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

ଦରବାର ସାହିତ୍ୟ ସଂସଦ ତରଫରୁ ମହିଳା ସସସ୍ତ୍ରୀକରଣ ଓ କୃଷି ଭିତ୍ତିକ ତାଲିମ ଶିବିର ଅନୁଷ୍ଠିତ 

 କାମାକ୍ଷାନଗର (ମନିସ )5/9/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ୍ ବାମ୍ ଗ୍ରାମ ପଞ୍ଚାୟତ ଠାରେ ଦରବାର ସାହିତ୍ୟ ସଂସଦ ତରଫ ରୁ ବାମ୍ ପଞ୍ଚାୟତ ଠାରେ ଚାଷୀ ଭାଇ ଭଉଣୀ ମାନଙ୍କୁ ନେଇ ଏକ ସଚେତନତା ବୈଠକ ଅନୁଷ୍ଠିତ ହୋଇଜାଇଛି ।ଏଥିରେ ମୁଖ୍ୟ ଅତିଥି ଭାବେ ବାମ୍ ଗ୍ରାମ ପଞ୍ଚାୟତର ସରପଞ୍ଚ ଫକୀରମୋହନ ମହାନ୍ତ, କୃଷି ବିଭାଗୀୟ ଅଧିକାରୀ ଜିତେନ୍ଦ୍ର କୁମାର ବେହେରା ଓ ଦରବାର ସାହିତ୍ୟ ସାଂସଦ ସଂସ୍ଥା ଶାଖାର ସୁପରଭାଇଜର ଶ୍ରୀ ଯୁକ୍ତ କୃଷ୍ଣ ଚନ୍ଦ୍ର ଛତିଆ ଯୋଗ ଦେଇଥିଲେ ଏବଂ ଏହାକୁ ପରିଚାଳନା କରିଥିଲେ ଜୀବନ ଜୀବିକା ସହାୟକ ସଂଗଠନର ହେମନ୍ତ କୁମାର ମହାନ୍ତଙ୍କ ସହଯୋଗରେ ସଭା ଆୟୋଜନ କରା ଯାଇ ଥିଲା।ଏଥିରେ ମୁଖ୍ୟତଃ ଆମର କୃଷକ ମାନେ କିଭଳି ଭାବେ ରାସାୟନିକ ସାର ,ରାସାୟନିକ କିଟନାସକ ବ୍ୟବହାର ନକରି ,ଜୈବିକ ପଦ୍ଧତିରେ ଚାଷ କରିବାକୁ ପରାମର୍ସ୍ ନେଇ ଚାଷ କରିବେ ତାଲିମ ଦିଆଯାଇଥିଲା। ପ୍ରଥମତଃ ହାଣ୍ଡି ଖତ ,ନିମାସ୍ତ୍ର,ବ୍ରହ୍ମାସ୍ତ୍ର ବିଷୟରେ ଚାଷୀ ମାନଙ୍କୁ ତାଲିମ ଦିଆଥିଲା। ଏହି କାର୍ଯ୍ୟକ୍ରମରେ ବାମ୍ ପଞ୍ଚାୟତ ସମାଜସେବୀ ଅରୁଣ ବିଶ୍ୱାଳ,ଧନେଶ୍ୱର ସାହୁଙ୍କ ସହ ୫୦ରୁ ଅଧିକ ମହିଳାଚାଷୀ ମାନେ ଉପସ୍ଥିତ ରହି ତାଲିମ ନେଇଥିଲେ । ତାଲିମ ନେବା ସହିତ ଏଭଳି କାର୍ଯ୍ୟକ୍ରମକୁ ଆସି ଅତିଥି ମାନଙ୍କୁ ଧନ୍ୟବାଦ୍ ଜଣାଇଥିଲେ।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ଏନଆଇଟିଆର ବିକାଶ ପାଣ୍ଠିକୁ ଏକ କୋଟି ୧୮ଲକ୍ଷ ପ୍ରଦାନ 

Sunil Chandra Nayak

ଚନ୍ଦାହାଣ୍ଡି ରେ ବିଜେପି ର ବିଜୟ ଉତ୍ସବ 

masiha

ବଗେଇପଦରରେ ଜିଲ୍ଲାସ୍ତରୀୟ ପବିତ୍ର ଅକ୍ଷୟ ତୃତୀୟା ଦିବସ ପାଳିତ  

masiha

Leave a Comment

error: Content is protected !!