ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

ସମର୍ଥନରେ ବସିଲେ ମହିଳା ମହାବିଦ୍ୟାଳୟ ର ଛାତ୍ରୀ…

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଏକାଦଶ ଦିବସରେ ରେ ଆଜି ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରାଯାଇ ଗଣଧାରଣାରେ ବସିଥିଲେ। ଏନେଇ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧର୍ମଗଡ ଜିଲ୍ଲା ଦାବୀ ନେଇ ରାଜ ରାସ୍ତାରେ ଗର୍ଜି ଥିଲେ।

ମହିଳା ମହାବିଦ୍ୟାଳୟ ର ପୁଷ୍ପାଞ୍ଜଳି ଠାକୁର, ହେମାଙ୍ଗିନୀ ବିହାରୀ, ବର୍ଷା ସାଗର, ରଶ୍ମିତା ବାଗ, ସୁରେଖା ଶଗଡିଆ, କାଜଲ ପୂଝାରୀ,ରୁନି ଚଣ୍ଡୀ, ଡୁନି ସାହୁ ପ୍ରମୁଖ ଙ୍କ ନେତୃତ୍ବରେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଶତାଧିକ ଛାତ୍ରୀ ଆଜି ଗଣ ଧାରଣା ରେ ବସିଛନ୍ତି। ସୂଚନା ଯୋଗ୍ୟ ଯେ,ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ରାତ୍ରଜଗୁଆଳି ଓ ଝାଡୁଦାର ସଂଘ ମଧ୍ୟ ଆଜି ଗଣ ଧାରଣା ରେ ସାମିଲ ହୋଇଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଡମ୍ବରୁଧର ଲହଜଲ, ଚକ୍ରଧର ବେନୁପାଣି, ଢଗ ନାଏକ, ଡାକେସ୍ୱର ଲହଜଳ, ରତନ ନାଏକ, ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ଏକାଦଶ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

କାର୍ତ୍ତିକ ପୂର୍ଣ୍ଣମା ଉପଲକ୍ଷେ ସେକ୍ଟର ୧୬ ଡିଏଭି ବିଦ୍ୟାଳୟ ତରଫରୁ ଶ୍ରଦ୍ଧା ଫାଉଣ୍ଡେସନ ପରିଭ୍ରମଣ

masiha

ମ.ରାମପୁର ୭୪ ତମ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ମାଟ୍ରିକ ପରୀକ୍ଷା ରେ ବ୍ଲକ ଟପର ହେଲେ ଚି଼ଚେଇଗୁଡ଼ା ହାଇସ୍କୁଲ ଛାତ୍ର ରବୀନ୍ଦ୍ର ନାଏକ 

masiha

Leave a Comment

error: Content is protected !!