ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦ୍ବାଦଶ ଦିନରେ ପହଞ୍ଚିଲା ଗଣଧାରଣା , ଧର୍ମଗଡ ଉପଖଣ୍ଡ କୁ “ଧର୍ମଗଡ ଜିଲ୍ଲା” ଗଠନ ଦାବୀ

ସମର୍ଥନରେ ବସିଲେ ମହିଳା ମହାବିଦ୍ୟାଳୟ ର ଛାତ୍ରୀ…

ଧର୍ମଗଡ ଜିଲ୍ଲା ଗଠନ ଦାବୀ ଗଣଧାରଣା ର ଏକାଦଶ ଦିବସରେ ରେ ଆଜି ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀ ମାନଙ୍କ ପକ୍ଷରୁ ଧର୍ମଗଡ ଜିଲ୍ଲା ଦାବୀ କୁ ନୈତିକ ସମର୍ଥନ କରାଯାଇ ଗଣଧାରଣାରେ ବସିଥିଲେ। ଏନେଇ ଧର୍ମଗଡ ମହିଳା ମହାବିଦ୍ୟାଳୟ ର ଛାତ୍ରୀମାନେ ଏକ ଶୋଭାଯାତ୍ରାରେ ସହର ପରିକ୍ରମା କରି ଧର୍ମଗଡ ଜିଲ୍ଲା ଦାବୀ ନେଇ ରାଜ ରାସ୍ତାରେ ଗର୍ଜି ଥିଲେ।

ମହିଳା ମହାବିଦ୍ୟାଳୟ ର ପୁଷ୍ପାଞ୍ଜଳି ଠାକୁର, ହେମାଙ୍ଗିନୀ ବିହାରୀ, ବର୍ଷା ସାଗର, ରଶ୍ମିତା ବାଗ, ସୁରେଖା ଶଗଡିଆ, କାଜଲ ପୂଝାରୀ,ରୁନି ଚଣ୍ଡୀ, ଡୁନି ସାହୁ ପ୍ରମୁଖ ଙ୍କ ନେତୃତ୍ବରେ ଧର୍ମଗଡ ଜିଲ୍ଲା ଦାବୀ ନେଇ ଶତାଧିକ ଛାତ୍ରୀ ଆଜି ଗଣ ଧାରଣା ରେ ବସିଛନ୍ତି। ସୂଚନା ଯୋଗ୍ୟ ଯେ,ଗ୍ରାମପଞ୍ଚାୟତ ଚତୁର୍ଥ ଶ୍ରେଣୀ କର୍ମଚାରୀ ପିଅନ ରାତ୍ରଜଗୁଆଳି ଓ ଝାଡୁଦାର ସଂଘ ମଧ୍ୟ ଆଜି ଗଣ ଧାରଣା ରେ ସାମିଲ ହୋଇଥିଲେ।

ଧର୍ମଗଡ ଜିଲ୍ଲା ଦାବୀ କ୍ରିୟାନୁଷ୍ଠାନ କମିଟି ର ସଂଯୋଜକ ବରିଷ୍ଠ ଓକିଲ ତୁଷାର ରଞ୍ଜନ ପଟ୍ଟଯୋଶୀ ସଭା ପରିଚାଳନା କରିଥିବା ବେଳେ କ୍ରିୟାନୁଷ୍ଠାନ କମିଟି ର ସଦସ୍ୟ ଡମ୍ବରୁଧର ଲହଜଲ, ଚକ୍ରଧର ବେନୁପାଣି, ଢଗ ନାଏକ, ଡାକେସ୍ୱର ଲହଜଳ, ରତନ ନାଏକ, ଦିଗାମ୍ବର ଦୁରିଆ, ସନ୍ତୋଷ ପାଢ଼ୀ ପ୍ରମୁଖ ଏହି ଅବସରରେ ଉପସ୍ଥିତ ଥିଲେ।

ସୂଚନା ଯୋଗ୍ୟ ଯେ,ଧର୍ମଗଡ ଉପଖଣ୍ଡ କୁ ଜିଲ୍ଲା ମାନ୍ୟତା ପ୍ରଦାନ ଦାବିରେ ଧର୍ମଗଡ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଚାଲିଥିବା ଗଣ ଧାରଣା ଆଜି ଏକାଦଶ ଦିନରେ ପହଞ୍ଚିଛି । ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଗତ ୨୮ ତାରିଖ ଠାରୁ ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଆରମ୍ଭ ହୋଇ ଥିବା ଗଣ ଧାରଣା ରେ ପ୍ରତ୍ୟହ ବିଭିନ୍ନ ସଂଗଠନ ର କାର୍ଯ୍ୟକର୍ତ୍ତା ଯୋଗ ଦେଇ ଧର୍ମଗଡ ଜିଲ୍ଲା ଗଠନ ଦାବୀ କୁ ସମର୍ଥନ ଦେଉଛନ୍ତି।ଧର୍ମଗଡ ଜିଲ୍ଲା ଗଠନ ଦାବୀ ପୂରଣ ନହେବା ପର୍ଯ୍ୟନ୍ତ ଆନ୍ଦୋଳନ କୁ ଆହୁରି ବ୍ୟାପକ କରାଯିବ ବୋଲି ଜିଲ୍ଲା ଗଠନ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ପ୍ରକାଶ ପାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନର୍ଲା ବ୍ଲକରେ ପୁଣି କାଳ ବୈଶାଖୀର ତାଣ୍ଡବ, କଟିଲା ବିଜୁଳି, ପବନର ବେଗ କମ ଅନୁଭୂତ ହୋଇଥିବା ବେଳେ ଅଧ ଘଣ୍ଟା ଧରି ହୋଇଥିଲା ପ୍ରବଳ ବର୍ଷା, ଗୁଳୁଗୁଳିରୁ ମିଳିଲା ଆଶ୍ବସ୍ତି 

ଜିଲ୍ଲାସ୍ଥରୀୟ କୃଷିମେଳା ଉଦଯାପିତ

Sunil Chandra Nayak

ରାଜ୍ୟର ଵିଭିନ୍ନ ଜିଲ୍ଲାରେ ୨୧ ରୁ ଉର୍ଦ୍ଧ୍ଵ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ପଦବୀ ନିଯୁକ୍ତି ଦାବି;ରାଇରଙ୍ଗପୁର ଉପଖଣ୍ଡ ସୁଚନା ଓ ଲୋକ ସମ୍ପର୍କ ଅଧିକାରୀ ୬ ମାସରୁ ଉର୍ଦ୍ଧ୍ବ ଖାଲି

Sunil Chandra Nayak

Leave a Comment

error: Content is protected !!