ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

କୋକସରା ବ୍ଲକରେ ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷ ହେଲେ ରାଜୀବ ଅଗ୍ରୱାଲ

କୋକସରା,୨୩ା୩- କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ଉପାଧ୍ୟକ୍ଷ ଭାବେ ଫୁପଗାଁ ପଞ୍ଚାୟତ ରୁ ସମିତି ସଭ୍ୟ ଭାବେ ନିର୍ବାଚିତ ହୋଇଥିବା ରାଜୀବ ଅଗ୍ରୱାଲ ନିର୍ଦ୍ୱନ୍ଦରେ ବ୍ଲକ ଉପାଧ୍ୟକ୍ଷ ଆସନ ହାତେଇଛନ୍ତି । ବ୍ଲକରେ ୨୨ ପଞ୍ଚାୟତ ରହିଥିବାବେଳେ ସମସ୍ତ ପଞ୍ଚାୟତ ରୁ ନିର୍ବାଚନ ରେ ବିଜୟୀ ହୋଇଥିବା ସମିତି ସଭ୍ୟ/ସଭ୍ୟା ମାନେ ରାଜୀବ ଅଗ୍ରୱାଲଙ୍କୁ ସମର୍ଥନ କରି ବ୍ଲକ ଉପାଧ୍ୟକ୍ଷ ରୂପେ ନିର୍ବାଚିତ କରିଛନ୍ତି । ବୁଧବାର ବ୍ଲକ କାର୍ଯ୍ୟାଳୟ ରେ ବ୍ଲକ ଉପାଧ୍ୟକ୍ଷ ପାଇଁ ନିର୍ଦ୍ଧାରିତ ସମୟରେ ନିର୍ବାଚନ ପ୍ରକ୍ରିୟା ଆରମ୍ଭ ହୋଇଥିବା ବେଳେ ସମସ୍ତ ନିର୍ବାଚିତ ସମିତି ସଭ୍ୟ/ସଭ୍ୟା ମାନେ ଉପସ୍ଥିତ ରହିଥିଲେ । ଉପାଧ୍ୟକ୍ଷ ଆସନ ପାଇଁ ଫୁପଗାଁ ପଞ୍ଚାୟତ ସମିତି ସଭ୍ୟ ରାଜୀବ ଅଗ୍ରୱାଲ ଜଣେ ମାତ୍ର ନାମାଙ୍କନ ଦାଖଲ କରିଥିଲେ । ନିର୍ବାଚନ ସମୟ ସୀମା ମଧ୍ୟରେ ଅନ୍ୟ କୌଣସି ନାମାଙ୍କନ ଦାଖଲ ହୋଇ ନଥିବା କାରଣରୁ ନାମାଙ୍କନ ପତ୍ର ଯାଞ୍ଚ ପରେ ରାଜୀବ ଅଗ୍ରୱାଲ ଙ୍କୁ ବ୍ଲକ ଉପାଧ୍ୟକ୍ଷ ଭାବେ ନିର୍ବାଚନ ଅଧିକାରୀ ଘୋଷଣା କରିଥିଲେ । ଉପାଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା ପରିଚାଳନା ପାଇଁ କଲମପୁର ବିଡ଼ିଓ ପ୍ରସନ୍ନ କୁମାର ପଟେଲ, ବ୍ଲକ ସମାଜ ମଙ୍ଗଳ ଅଧିକାରୀ ଦାମୋଦର ବିଶ୍ୱାଲ , ପଞ୍ଚାୟତ ନିର୍ବାହୀ ଅଧିକାରୀ ବିରଞ୍ଚି ଖର୍ସେଲ, ପୁରୁଷୋତ୍ତମ ମାଝୀ ପ୍ରମୁଖ ଉପସ୍ଥିତ ରହିଥିଲେ । ମ ନି ସ

Related posts

ଜାନକୀ ମହାନ୍ତ ଙ୍କ କବିତା ପଦ୍ମାଳୟା ବିଷ୍ଣୁପ୍ରିୟା

Sunil Chandra Nayak

ଖଡ଼ିଆଳ ଉପଖଣ୍ଡ ସ୍ବାସ୍ଥ୍ୟ ଅଧିକାରୀ ଦୀନବନ୍ଧୁ ମହାନନ୍ଦଙ୍କୁ ଗର୍ଭସ୍ଥ ଶିଶୁର ମୃତ୍ୟକୁ ନେଇ ମରଣାତ୍ମକ ଆକ୍ରମଣ ଘଟଣାରେ ଦୁଇ ଗିରଫ ଓ କୋର୍ଟ ଚାଲାଣ 

Sunil Chandra Nayak

ରାଇରଙ୍ଗପୁରରେ ଝାଡ଼ଖଣ୍ଡ ମୁକ୍ତିମୋର୍ଚାର ଖବରଦାତା ସମ୍ମିଳନୀରେ ଝାଡ଼ଖଣ୍ଡ ପଶ୍ଚିମ ମୟୂରଭଞ୍ଜ ଜିଲ୍ଲା ନୂତନ କର୍ମକର୍ତ୍ତାଙ୍କ ନାମ ଘୋଷଣା

Sunil Chandra Nayak

Leave a Comment

error: Content is protected !!