ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଛାତ୍ରଛାତ୍ରୀ ଙ୍କ ଦ୍ଵାରା ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ

ବନ୍ଧୁଗାଁ ତା ୮/୯/୨୩ //  ଆଜି ବନ୍ଧୁଗାଁ ବ୍ଲକ ସରକାରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଛାତ୍ରଛାତ୍ରୀ , ଶିକ୍ଷକ ଓ ଅଭିଭାବକଙ୍କ ଉପସ୍ଥିତି ରେ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ ହୋଇଯାଇଛି। ଏକ ସୁସ୍ଥ ସମାଜ ଗଠନ ପାଇଁ ଶିକ୍ଷାର ଆବଶ୍ୟକତା ରହିଛି। ଏଥିପାଇଁ ଆଜି ସାରା ବିଶ୍ଵରେ ପ୍ରତି ବ୍ୟକ୍ତି ଓ ପ୍ରତ୍ୟେକ ଗୋଷ୍ଟି ଅନେକ କିଛି ସଚେତନତା କରିବା ପାଇଁ ଆଜି ଅକ୍ଟୋବର ୮ କୁ ଆନ୍ତର୍ଜାତିକ ସାକ୍ଷରତା ଦିବସ ପାଳିତ କରାଯାଇଥାଏ। ଶିକ୍ଷା ପଡ଼ିବା ଓ ଲେଖିବା ମଧ୍ୟରେ ସୀମିତ ରହି ନ ଥାଏ। ଶିକ୍ଷା ଆମ ସମସ୍ତଙ୍କୁ ନିଜ ଅଧିକାରକୁ ଅଧିକ ଜାଣିବାକୁ ଦିଗ ଦର୍ଶନ ପ୍ରଦାନ କରିଥାଏ। ଲିଙ୍ଗଗତ ପ୍ରଭେଦକୁ ଦୂର କରିବା, ଗରିବୀ ଦୂର କରିବା, ଜନ ସଂଖ୍ୟା ବୃଦ୍ଧିକୁ ନିୟନ୍ତ୍ରଣ ଓ ଶିଶୁ ମୃତ୍ୟୁହାର କମାଇବା ପାଇଁ ଶିକ୍ଷାର ଆବଶ୍ୟକତା ରହିଛି। ଶତାଧିକ ଛାତ୍ରଛାତ୍ରୀ ସ୍କୁଲ ଠାରୁ ବାହାରି ଗୋଷ୍ଟି ଶିକ୍ଷା ଅଧିକାରୀଙ୍କ କାର୍ଯ୍ୟାଳୟ ପର୍ଯ୍ୟନ୍ତ ରାଲି ସହିତ ସ୍ଲୋଗାନ ଦେଇ ପରିକ୍ରମା କରି ଥିଲେ। ଏଥିରେ ଗୋଷ୍ଟି ଶିକ୍ଷା ଅଧିକାରୀ ପ୍ରଫୁଲ୍ଲ କୁମାର ମିଶ୍ର, ଅତିରିକ୍ତ ଗୋଷ୍ଟି ଶିକ୍ଷା ଅଧିକାରୀ ମଦନ ମୁଦୁଲି, ପ୍ରଧାନ ଶିକ୍ଷୟତ୍ରୀ ରଶ୍ମିତା ସେଠୀ, ସରପଞ୍ଚ ଲକ୍ଷ୍ମୀ କାଡ୍ରାକା ଓ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

କଳାହାଣ୍ଡି ଉତ୍ସବ ଉପଲକ୍ଷେ ଧର୍ମଗଡ ଠାରେ କବିତା ପାଠୋତ୍ସବ

masiha

ବିନା ସୂଚନା ଫଳକରେ ହେଉଛି ପୋଖରୀ ଉନ୍ନୟନ କାର୍ଯ୍ୟ, କେଉଁ ଅନୁଦାନ ରେ ହେଉଛି ସରପଞ୍ଚ ଙ୍କୁ ଅଜଣା

Sunil Chandra Nayak

ଓକିଲ ଙ୍କ ଅକାଳ ବିୟୋଗରେ ଶୋକ ସଭା 

Leave a Comment

error: Content is protected !!