ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଛତିଶଗଡ଼ ସ୍ପେସିଆଲ ଟିମ ର ଚଢ଼ାଉ, ଓଡିଶା ରୁ ୨ ଗଂଜେଇ ବେପାରି ଗିରଫ , କୁମ୍ଭ କର୍ଣ୍ଣ ନିଦ୍ରାରେ କଳାହାଣ୍ଡି ଅବକାରୀ ବିଭାଗ

ଛତିଶଗଡ଼ ସ୍ପେସିଆଲ ଟିମ ର ଚଢ଼ାଉ, ଓଡିଶା ରୁ ୨ ଗଂଜେଇ ବେପାରି ଗିରଫ ,କୁମ୍ଭ କର୍ଣ୍ଣ ନିଦ୍ରାରେ କଳାହାଣ୍ଡି ଅବକାରୀ ବିଭାଗ…               

କଳାହାଣ୍ଡି ଜିଲ୍ଲାରେ ଛତିଶଗଡ଼ ପୋଲିସ ର ବଡ଼ ସଫଳତା।ଓଡ଼ିଶା ଭିତର କୁ ଆସି ୨ଗଞ୍ଜେଇ ବେପାରୀ କୁ ଗିରଫ କରିଛି ଛତିଶଗଡ ପୋଲିସ।ଗୁରୁବାର ଦିନ କୌଶଳ କ୍ରମେ ପଡ଼ୋଶୀ ଛତିଶଗଡ଼ ଗରିଆବନ୍ଧ ଜିଲ୍ଲା ପୋଲିସ ଅଧୀକ୍ଷକ ଙ୍କ ନେତୃତ୍ୱରେ ଏକ ସ୍ପେସିଆଲ ଟିମ କୋକସରା ଥାନା ଅନ୍ତର୍ଗତ ୨ ଗଞ୍ଜେଇ ବେପାରୀ ଙ୍କୁ ଗିରଫ କରିବାରେ ସଫଳ ହୋଇଛି।ଦୁଇଜଣ ହେଲେ ଟେଣ୍ଡାପାଳି ଗ୍ରାମର ତରୁଣ ନାଏକ (୪୦)ଓ ବେହେରା ଗ୍ରାମର ଅନ୍ତରାମ ନାଏକ ବୋଲି ଜଣାପଡିଛି।ତେବେ ସୂଚନା ମତେ ପୋଲିସ ବହୁଦିନ ଧରି ଗ୍ରାହକ ଭାବେ ପରିଚୟ ଦେଇ ଗଞ୍ଜେଇ ଯୋଗାଇ ଦେବାକୁ ତରୁଣ ନାଏକ ଙ୍କ ସହ ସମ୍ପର୍କ ରଖି ଆସୁଥିଲେ।ଗୁରୁବାର ଦିନ ଏକ ଚରିଚାକିଆ ଗାଡି ରେ ଦୁଇ ଜଣ ଅଭିଯୁକ୍ତ ଗଞ୍ଜେଇ ନେଇ ଓଡିଶା ସୀମାନ୍ତ ସେମେଲା ଗ୍ରାମ ଓ ଛତିଶଗଡ଼ କୋକସରା ଗ୍ରାମ ମଝି ରାସ୍ତା ପାଖରେ ପୋଲିସ ଛକି ରହି କାବୁ କରି ନେଇଥିଲେ।ଗାଡି ଭିତରେ ୧କୁଇଣ୍ଟାଲ ୨୫କେଜି ଗଞ୍ଜେଇ ଥିବା ବେଳେ ଏହାର ଆନୁମାନିକ ମୂଲ୍ୟ ୧୨ଲକ୍ଷ ୫୦ହଜାର ଟଙ୍କା ହେବା ଅନୁମାନ କରାଯାଏ।ସେମେଲା ଠାରୁ ଦୁହିଁଙ୍କୁ ଦେଭୋଗ ଥାନା କୁ ନେଇ ପଚାର ଉଚାର କରାଯାଇ ଶୁକ୍ରବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି।ତେବେ ଛତିଶଗଡ଼ ପୋଲିସ ଓଡିଶା ମଧ୍ୟ କୁ ପ୍ରବେଶ କରି ସଫଳ ହେଉଥିବା ବେଳେ ଓଡିଶା ପୋଲିସ ପାଖରେ ଖୋଜ ଖବର ନ ଥିବା ଏବେ ଚର୍ଚ୍ଚା ର ବିଷୟ ପାଲଟିଛି।

କଳାହାଣ୍ଡି ଜିଲ୍ଲାର ପାନ ଦୋକାନୀ ଠାରୁ ଆରମ୍ଭ କରି ଅନେକ ସମ୍ବେଦନଶୀଳ ସ୍ଥାନ ମାନଙ୍କରେ ଖୋଲା ଖୋଲି ଭାବେ ନିଶା କାରବାର ଚାଲୁଥିଲେ ହେଁ, ଅବକାରୀ ବିଭାଗ ଏଠାରେ ନାମକୁ ମାତ୍ର କାମ କରୁଛି।ଧର୍ମଗଡ ଥାନା ଅଂଚଳରେ ଖୋଲା ଖୋଲି ଭାବେ ଗଞ୍ଜେଇ ଓ ଅନ୍ୟାନ୍ୟ ନିଶା କାରବାର ଖୋଲାଖୋଲି ଭାବେ ଚାଲୁ ଥିଲେ ହେଁ, ଏଠାରେ ଥିବା ଅବକାରୀ ବିଭାଗ ନାମକୁ ମାତ୍ର ରହିଥିବା ଅଭିଯୋଗ ହେଉଛି। ତେଣୁ ଅଂଚଳରେ ବେଆଇନ ନିଶା କାରବାର ବୃଦ୍ଧି ପାଇବାରେ ଲାଗି ଥିବାରୁ ବିଭାଗୀୟ କର୍ତ୍ତୃପକ୍ଷ ଏ ଦିଗରେ ଦୃଷ୍ଟି ଆକର୍ଷଣ କରିବା ପାଇଁ ଦାବୀ ହେଉଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

 

Related posts

ବନ୍ଧୁଗାଁ ରେ ମାଓ ପୋଷ୍ଟର ! 

masiha

ବ୍ୟାପକ ଅବକାରୀ ଚଢ଼ାଉ ୩ଜଣକୁ ଗିରଫ 

Sunil Chandra Nayak

ଧରାକୋଟ, ଚୋରୀ ଅଭିଯୋଗରେ ଚାରି ଗିରଫ 

Sunil Chandra Nayak

Leave a Comment

error: Content is protected !!