ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଓଡିଆ ଭାଷା ବିକାଶ ମଞ୍ଚ ର ସହିଦ ଦିବସ ପାଳନ

ରାଉରକେଲା/ ସହରର ପ୍ରଗତିଶୀଳ ସାହିତ୍ୟାନୁଷ୍ଠାନ ଓଡିଆ ଭାଷା ବିକାଶ ମଞ୍ଚ ଓ ରିଜର୍ଭ ପୋଲିସ୍ ଲାଇନ୍ ସ୍ଥିତ ସରକାରୀ ଉଚ୍ଚ ବିଦ୍ୟାଳୟର ମିଳିତ ଆନୁକୂଲ୍ୟରେ ସହିଦ ଦିବସ ବିଦ୍ୟାଳୟ ପରିସରରେ ପାଳିତ ହୋଇଯାଇଛି। ବିଦ୍ୟାଳୟର ପ୍ରଧାନ ଶିକ୍ଷୟିତ୍ରୀ ବିଜୟିନୀ ଜେନାଙ୍କ ସଭାପତିତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ରେ ଜର୍ଣ୍ଣାଲିଷ୍ଟ ଆସୋସିଏସନ୍ ର ଉପସଭାପତି ତଥା କବି କୁଞ୍ଜବିହାରୀ ରାଉତ ମୁଖ୍ୟ ଅତିଥି, ବରିଷ୍ଠ ସାମ୍ବାଦିକ ସତ୍ୟାନନ୍ଦ ବେହେରା ମୁଖ୍ୟବକ୍ତା, ମଂଚର ସାଧାରଣ ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଆୟୋଜିତ ଏହି କାର୍ଯ୍ୟକ୍ରମ ସମ୍ମାନୀତ ବକ୍ତା ଓ ପ୍ରାକ୍ତନ ପ୍ରଧାନଶିକ୍ଷୟିତ୍ରୀ ସୁପ୍ରୀୟା ମହାନ୍ତି ସମ୍ମାନିତ ଅତିଥି ଭାବେ ଯୋଗଦେଇ ସହିଦ ଦିବସ ପାଳନର ତାତ୍ପର୍ଯ୍ୟ ସଂପର୍କରେ ଆଲୋଚନା କରିଥିଲେ। ଏହି ଅବସରରେ ମୁଖ୍ୟ ଅତିଥି ଶ୍ରୀରାଉତ ନିଜ ବକ୍ତବ୍ଯରେ କହିଲେ ଯେ ସହିଦ ଭଗତ ସିଂ ନଜିର ଅପୂର୍ବ ତ୍ୟାଗ, ବଳିଦାନ,ଆଦର୍ଶ ନିଷ୍ଠା, ସର୍ବୋପରି ନିଜର ବିପ୍ଳବୀ ଚିନ୍ତାଧାରା ପାଇଁ ସର୍ବଦା ମନେରହିବେ। ଭଗତ ସିଂ କେବଳ ଜଣେ ବ୍ୟକ୍ତି ନଥିଲେ, ସେ ଦେଶ ଦୁନିଆରେ ବିପ୍ଳବୀ ବିଚାରର ଆତ୍ମମନ୍ଥନରୁ ଜନ୍ମ ନେଇଥିବା ପ୍ରଗତିଶୀଳ ବିଚାରର ଏକ ଶକ୍ତିଶାଳୀ ପ୍ରତୀକ ଥିଲେ। ମୁଖ୍ୟବକ୍ତା ଶ୍ରୀବେହେରା କହିଲେ ଯେ ଭଗତ ସିଂ ସ୍ବପ୍ନ ବିଳାସୀ ନଥିଲେ, ଏକ ଶୋଷଣ ବିହୀନ ସମାଜବାଦୀ ବ୍ୟବସ୍ଥା ନିର୍ମାଣ ର ସ୍ବପ୍ନକୁ ସାକାର କରିବା ପାଇଁ ସେ ତା’ର ରୂପରେଖ ପ୍ରସ୍ତୁତ କରି ସେହି କାର୍ଯ୍ୟ ରେ ବିଶେଷ କରି ଯୁବକ ମାନଙ୍କୁ ସାମିଲ କରିବାକୁ ଚେଷ୍ଟାରତ ଥିଲେ। ସମ୍ମାନିତ ବକ୍ତା ଶ୍ରୀ ମହାପାତ୍ର କହିଲେ ଯେ ଭଗତ ସିଂ ଶୋଷଣକାରୀ ବ୍ୟବସ୍ଥାର ବିକଳ୍ପ ଭାବେ ଏକ ସମାଜବାଦୀ ବ୍ୟବସ୍ଥାର ସ୍ବପ୍ନ ଦେଖିଥିଲେ। ସେ ମଣିଷ ଦ୍ବାରା ମଣିଷର ସମସ୍ତ ପ୍ରକାର ଶୋଷଣ ଓ କଷଣର ଅବସାନ ନିମନ୍ତେ ଦେଶର ସାମାଜିକ ଓ ଅର୍ଥନୈତିକ ଢାଞ୍ଚାରେ ଆମୂଳଚୁଳ ପରିବର୍ତ୍ତନ ଚାହୁଁଥିଲେ। ସମ୍ମାନିତ ଅତିଥି ଶ୍ରୀମତୀ ମହାନ୍ତି ଭଗତ ସିଂ, ସୁଖଦେବ ଓ ରାଜଗୁରୁଙ୍କ ବଳିଦାନ ସଂପର୍କରେ ଆଲୋଚନା କରିଥିଲେ। ସଭାପତିତ୍ବ ଅଭିଭାଷଣ ରେ ଶ୍ରୀମତୀ ଜେନା କହିଲେ ଯେ ବହୁ ଲୋକଙ୍କ ଧାରଣା ଗାନ୍ଧୀ ଅଂହିସା ଓ ଭଗତ ସିଂ ହିଂସା କୁ କେନ୍ଦ୍ର କରି ମତଭେଦ ଥିଲା। ମାତ୍ର ତାହା ମୂଳତଃ ସ୍ବାଧୀନତା ସଂଗ୍ରାମର ଅନ୍ତିମ ଲକ୍ଷ୍ୟ ଥିଲା। ତାଙ୍କର ବଳିଦାନ ପାଇଁ ସେ ସର୍ବଦା ସ୍ମରଣୀୟ ହୋଇ ରହିବେ। ଏହି ଅବସରରେ ପ୍ରଶ୍ନୋତ୍ତର କାର୍ଯ୍ୟକ୍ରମ ଓ ପୂର୍ବରୁ କରାଯାଇଥିବା ବିଭିନ୍ନ ପ୍ରତିଯୋଗିତା କୃତିତ୍ବ ହାସଲ କରିଥିବା ପ୍ରତିଯୋଗୀ ଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମକୁ ପରିଚାଳନା ରେ ସର୍ବଶ୍ରୀ ହୃଷିକେଶ ମୁଦୁଲି, ପାର୍ବତୀ ଟପ୍ପୋ, ତିଳୋତ୍ତମା ସାମନ୍ତରାୟ, ପ୍ରତିମା ବେହେରା, ଜୋସ୍ନାରାଣୀ ପାତ୍ର, ସ୍ବୟଂପ୍ରଭା ଦାସ,ଇଭାଲିନ ବେହୁରା, ନିବେଦିତା ମହାନ୍ତି ଓ ଦେବଜାନୀ ବାରିକ ପ୍ରମୁଖ ସହଯୋଗ କରିଥିଲେ। କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ।

Related posts

କୋକସରା ବ୍ଲକରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ଅନୁଷ୍ଠିତ

Sunil Chandra Nayak

ଭବାନୀପାଟଣା ଅର୍କାବାହାଲିପଡା ଛକରେ ହନୁମାନଙ୍କ ମନ୍ଦିର ଓ ବିଗ୍ରହ ପ୍ରତିଷ୍ଠା ଆସନ୍ତା ୧୭ରେ

କାଳବୈଶାଖୀ ପ୍ରଭାବରେ ଗହିରା ସ୍କୁଲ ଛାତ ଉଠିଲା,ଦୁଇ ଛାତ୍ର ଆହତ

Sunil Chandra Nayak

Leave a Comment

error: Content is protected !!