ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଜପୁର ଠାରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

ରାଜପୁର ଠାରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

ଚିଲିଗୁଡା ( ମ ନି ସ) ଜୁନାଗଡ଼ ବ୍ଲକ ଅନ୍ତର୍ଗତ ରାଜପୁର ସରକାରୀ ଉର୍ନିତ ଉଚ୍ଚ ବିଦ୍ୟାଳୟ ରେ ସମ୍ବାଦ ଆମ ଓଡ଼ିଶା ଆନୁକୂଲ୍ୟରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ବିଭିନ୍ନ ବିଦ୍ୟାଳୟର ଅଧିକାଂଶ ଛାତ୍ର ଛାତ୍ରୀ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଥିଲେ ।ପ୍ରଥମରୁ ପଞ୍ଚମ ଯାଏଁ ଚିତ୍ର।ଙ୍କନ ,ଷଷ୍ଠ ,ସପ୍ତମ ଓ ଅଷ୍ଟମ ହସ୍ତାକ୍ଷର ଏବଂ ନବମ ଓ ଦଶମ ଶ୍ରେଣୀର ଛାତ୍ର ଛାତ୍ରୀ ମାନେ ଭାଷାଜ୍ଞାନ -ପ୍ରବନ୍ଧ ପରୀକ୍ଷା ଦେଇଥିଲେ ।ଏଥିରେ ବିଦ୍ୟାଳୟର ଶିକ୍ଷକ ଶିକ୍ଷକ ଅଜିତ କୁମାର ମେହେର ପରୀକ୍ଷା ଦାୟିତ୍ୱ ତୁଲାଇ ଥିବା ବେଳେ ମୁଣ୍ଡରା ଗୁଡା ୟୁ ପି ଏ ସ ସ୍କୁଲର ପ୍ରଧାନ ଶିକ୍ଷକ ଧୀରେନ୍ଦ୍ର ମେହେର ,ଶିକ୍ଷକ ଶାନ୍ତନୁ ରାଉତ ,ଲିଙ୍ଗରାଜ ମିଶ୍ର ,ଲବ କାନ୍ତ ଶବର ,ହିମାଂଶୁ ପାତ୍ର ,ଶରତ ଚନ୍ଦ୍ର ସାହୁ ,ଧର୍ମେନ୍ଦ୍ର ନ।ଏକ ,ଲିପନ ଯୋଶୀ ଓ ଶିକ୍ଷୟତ୍ରୀ ଯ।ଜ୍ଞସିନୀ ନ।ଏକ ଏବଂ ଜୋଷ୍ନ।ରାଣୀ ଦୁର୍ଗା ପ୍ରମୁଖ ପରୀକ୍ଷା ନିରୀକ୍ଷକ ଭାବରେ ଦାୟିତ୍ୱ ନିର୍ବାହ କରିଥିଲେ ।ଚିଲିଗୁଡା ସମ୍ବାଦ ପ୍ରତିନିଧି ସୁନ୍ଦର ମୋହନ ଛତ୍ରିଆ ଙ୍କ ତତ୍ୱ।ବଧାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।ଏଥିରେ ସ୍ଥାନୀୟ ସରପଞ୍ଚ ଗଜିନ୍ଦ୍ର ମାଝି ଏବଂ ସମାଜ ସେବୀ ସତ୍ୟ ନାରାୟଣ ଗୁରୁ ପରୀକ୍ଷା କେନ୍ଦ୍ର କୁ ଆସି ଛାତ୍ର ଛାତ୍ରୀ ମାନଙ୍କୁ ଉତ୍ସ।ହିତ କରିଥିଲେ ଏବଂ ସମ୍ବାଦର ଏହି କାର୍ଯ୍ୟକ୍ରମ କୁ ପ୍ରଶଂସା କରିଥିଲେ ।ଏପରିକି ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ଅନ୍ୟ ସ୍ଥାନକୁ ଯାଇ ପାରୁ ନ ଥିଲେ ।ଯାହା ଫଳରେ ସେମାନେ ପରୀକ୍ଷାରୁ ବଞ୍ଚିତ ହେଉଥିଲେ କିନ୍ତୁ ଗତ ବର୍ଷ ଏବଂ ଚଳିତ ବର୍ଷରେ ଏହି ପରୀକ୍ଷା ନିକଟସ୍ଥ ବିଦ୍ୟାଳୟ ମାନଙ୍କରେ ହେଉଥିବାରୁ ଗ୍ରାମାଞ୍ଚଳର ଛାତ୍ର ଛାତ୍ରୀ ମାନେ ପରୀକ୍ଷାରେ ସାମିଲ ହେଉଛନ୍ତି ଏବଂ ପୁରସ୍କୃତ ହେଉଛନ୍ତି ।

ସୁନ୍ଦର ମୋହନ ଛତ୍ରିଆ ,ଚିଲିଗୁଡା

Related posts

କବି ଡ. ଭରତ ଚନ୍ଦ୍ର ଦାଶଙ୍କୁ ମୟୂରଭଞ୍ଜ ଜିଲ୍ଲାରୁ ମିଳିଲା ” ବାଣୀମଞ୍ଜୁଳ ” ଉପାଧି

masiha

ବ୍ଲକ ସ୍ତରୀୟ ଜନଶୁଣାଣି ଶିବିର

Sunil Chandra Nayak

ରାଇଘର ବ୍ଲକ ପ୍ରାଥମିକ ଶିକ୍ଷକ ସଂଘଠନ ର ନିର୍ବାଚନ

Sunil Chandra Nayak

Leave a Comment

error: Content is protected !!