ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସ ଉଦଘାଟନ କଲେ ଧର୍ମଗଡ଼ ବିଧାୟକ, ଛାତ୍ରୀ ହେବେ ଉପକୃତ

କୋକସରା,୯/୯ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ ବଙ୍ଗୋମୁଣ୍ଡା ଓଡିଶା ଆଦର୍ଶ ବିଦ୍ୟାଳୟର ଛାତ୍ରୀ ନିବାସକୁ ଶୁକ୍ରବାର ଧର୍ମଗଡ଼ ବିଧାୟକ ମୋୖଷଧି ବାଗ ମୁଖ୍ୟ ଅତିଥି ଭାବେ ଓ କୋକସରା ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ଉଦଘାଟନ କରିଛନ୍ତି। ଆଦର୍ଶ ବିଦ୍ୟାଳୟର ଅଧ୍ୟକ୍ଷ ଦୀନବନ୍ଧୁ କରଙ୍କ ତତ୍ୱାବଧାନ ଆୟୋଜିତ କାର୍ଯ୍ୟକ୍ରମରେ ସ୍ଥାନୀୟ ଧର୍ମଗଡ଼ ବିଧାୟକ ମୋୖଷଧି ବାଗ, ବ୍ଲକ ଉପାଧ୍ୟକ୍ଷ ରାଜୀବ କୁମାର ଅଗ୍ରୱାଲ ଯୋଗଦେଇ ଉଦଘାଟନ କରିଥିଲେ। ଏହି କ୍ରମରେ ବିଧାୟକ ଛାତ୍ରଛାତ୍ରୀଙ୍କୁ ରାଜ୍ୟ ସରକାର ମୋ ସ୍କୁଲ ଅଭିଯାନରେ ଉନ୍ନତ ମାନର ଶୈକ୍ଷିକ ପରିବେଶ ଓ ଭିତ୍ତିଭୂମି ଯୋଗାଇ ଦେଇଛନ୍ତି ଭଲ ଶିକ୍ଷା ଗ୍ରହଣ କରି ଜଣେ ଜଣେ ପ୍ରତିଭା ସମ୍ପନ୍ନ ବ୍ୟକ୍ତିତ୍ୱ ହୋଇ ରାଜ୍ୟ ଓ ଜିଲ୍ଲାର ନାମ ରଖିବାକୁ ପରାମର୍ଶ ଦେଇଥିଲେ। ବ୍ଲକ ଉପାଧ୍ୟକ୍ଷ ଶ୍ରୀ ଅଗ୍ରୱାଲ ନିଜ ବକ୍ତବ୍ୟରେ ଏହି ଛାତ୍ରୀ ନିବାସ ଉଦଘାଟନ ଫଳରେ ଆଗକୁ ଆଦର୍ଶ ବିଦ୍ୟାଳୟରେ ଅଧ୍ୟୟନ କରୁଥିବା ଦୁର ଦୁରାନ୍ତର ଛାତ୍ରୀ ମାନେ ଉପକୃତ ହେବେ ଓ ସେମାନଙ୍କୁ ପଢିବା ପାଇଁ ସମୟ ମିଳିବ ବୋଳି କହିଛନ୍ତି। ଛାତ୍ରୀ ନିବାସ ଉଦଘାଟନ ଅବସରରେ ବିଦ୍ୟାଳୟର ଶିକ୍ଷକ କମଳାକାନ୍ତ ସାହୁ, ଅମୂଲ୍ୟ ସିଂ, ଶଙ୍କର ରାଉତ, ଧୀରେନ୍ଦ୍ର ନାଥ ଠାକୁର, ବିଶ୍ୱ ରଞ୍ଜନ ସାହୁ, ପଦ୍ମମୁଖ ଚଳାନ, ସୁରେନ୍ଦ୍ର ଦାସ, ଅସୀମ ଅଜିତାଭ ସାହୁ, ଚିଦାନନ୍ଦ ସାହୁ, ମଳୟ ସରାବୁ, ଶିକ୍ଷୟିତ୍ରୀ ମମତା ରାଣି ଧ. ମାଝୀ, ରଞ୍ଜିତା କାନୁନଗୋ, ନଳିନୀ ପ୍ରଭା ନାଏକ, ଅଞ୍ଜଳି ମହାପାତ୍ର ସମେତ ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ମାନେ ଉପସ୍ଥିତ ରହିଥିଲେ।

ମସିହା ନିୟୂଜ୍ ସର୍ଭିସ

Related posts

ପୋଡି ଗଲା ଟ୍ରାନ୍ସଫର୍ମର, ସାତ ଦିନ ହେଲା ଅନ୍ଧାରରେ ସମରଚଚରା ଗ୍ରାମ 

masiha

ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ କୁନ୍ତେଶୁ ରୁ ରାମଜୀପୁଟ ଗ୍ରାମକୁ ରାସ୍ତା ନିର୍ମାଣ ହେଉ ନ ଥିବାରୁ ଗ୍ରାମବାସୀ ଙ୍କ ତୀବ୍ର ବିରୋଧ

Sunil Chandra Nayak

କିଟ୍,କିସ୍ ବିଶ୍ୱବିଦ୍ୟାଳୟ ପକ୍ଷରୁ ମିନିମାରାଥନ୍ ଓ ସମସ୍ତଙ୍କ ପାଇଁ ଶିକ୍ଷା କାର୍ଯ୍ୟକ୍ରମ -୨୦୨୬ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!