ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

ମାଳିଯୁବାଙ୍ଗଠାରେ କଂଗ୍ରେସର କର୍ମୀ ସମ୍ମିଳନୀ, ଗଠନ ହେଲା ପଞ୍ଚାୟତ କମିଟି

ଲାଞ୍ଜିଗଡ଼,୧୦/୦୯(ମନିସ)-ଆଗାମୀ ନିର୍ବାଚନକୁ ଆଖି ଆଗରେ ରଖି ବିରୋଧୀ କଂଗ୍ରେସ ପକ୍ଷରୁ କ୍ଷେତ୍ର ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ଲାଞ୍ଜିଗଡ଼ ବ୍ଲକ କଂଗ୍ରେସ ପକ୍ଷରୁ ବ୍ଲକର ବିଭିନ୍ନ ପଞ୍ଚାୟତରେ ବିଭିନ୍ନ କାର୍ଯ୍ୟକ୍ରମ ସବୁ ହାତକୁ ନିଆଯାଉଛି ! ଏଇକ୍ରମରେ ଆଜି ବ୍ଲକର ମାଳିଯୁବାଙ୍ଗ ପଞ୍ଚାୟତଠାରେ ଦଳ ପକ୍ଷରୁ ଏକ କର୍ମୀ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି ! ଦଳର ଜିଲ୍ଲା କାର୍ଯ୍ୟକାରୀ କମିଟି ସଦସ୍ୟ ଚାଞ୍ଚେର ମାଝୀ, କଂଗ୍ରେସ ନେତା ରାଜେନ୍ଦ୍ର ମାଳିଙ୍କ ଆବାହକତ୍ବରେ ଆୟୋଜିତ କର୍ମୀ ସମ୍ମିଳନୀରେ ଦଳର ମୁଖ୍ୟ ଅତିଥି ଭାବେ ଶ୍ରୀ ମାଝୀ ଯୋଗ ଦେଇଥିବାବେଳେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ସଂପାଦକ ଶିଶିର କୁମାର ପୁଝାରୀ, ବ୍ଲକ କଂଗ୍ରେସ ସଭାପତି ବିଜୟ ନାଏକ, ପୂର୍ବତନ ସରପଞ୍ଚ ସାନ୍ଦୁ ମାଝୀ, ମଧୁସୂଦନ ଦଣ୍ଡସେନା, ଡମ୍ବରୁଧର ନାଏକ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଦଳୀୟ କର୍ମୀମାନଙ୍କୁ ଉଦବୋଧନ ଦେଇଥିଲେ ! ଏଇ ଅବସରରେ ମାଳିଯୁବାଙ୍ଗ ପଞ୍ଚାୟତ କଂଗ୍ରେସ ସଭାପତି ଭାବେ ଗୋପାଳ ସାହୁ, ସଂପାଦକ ଭୁବନି ମାଝୀଙ୍କ ସମେତ ୬୩ ଜଣିଆ ପଞ୍ଚାୟତ ଓ ବୁଥ୍ କମିଟି ଗଠିତ ହୋଇଥିଲା ! ଏଥିରେ ମାଳିଯୁବାଙ୍ଗ ପଞ୍ଚାୟତର ବିଭିନ୍ନ ୱାର୍ଡରୁ ଦୁଇଶହରୁ ଅଧିକ କଂଗ୍ରେସ କର୍ମୀ ଯୋଗ ଦେଇଥିଲେ !

ଲାଞ୍ଜିଗଡ଼ ରୁ ସୁଶୀଲ କୁମାର ବାଗ ଙ୍କ ରିପୋର୍ଟ 

Related posts

ଦରଦାମ ବୃଦ୍ଧିରେ ଦହଗଞ୍ଜ ଖାଉଟି: ବିଜେଡି ପୁଣି ବଢାଇଲେ କ୍ଷୀର ଦର, ଚିନ୍ତାରେ ଖାଉଟି

ବିଜେପି କର୍ମକର୍ତ୍ତାପାଳନ କଲେ ଦିନ ଦୟାଲ ଉପାଧ୍ୟାୟଙ୍କ ସମର୍ପଣ ଦିବସ

Sunil Chandra Nayak

ଡ ଶ୍ୟାମାପ୍ରସାଦ ମୁଖାର୍ଜୀଙ୍କ ଜନ୍ମ ଦିବସ ପାଳନ କଲା ବିଜେପି

masiha

Leave a Comment

error: Content is protected !!